ବିଶ୍ୱ ବନ୍ୟ ପ୍ରାଣୀ ଦିବସ ରେ ବନ୍ୟ ପ୍ରାଣୀ ଙ୍କ ସୁରକ୍ଷା ପାଇଁ ଶପଥ l
ଅନୁଗୋଳ (କରୁଣାକର ନାୟକ)3/3
ବିଶ୍ୱ ବନ୍ୟ ପ୍ରାଣୀ ଦିବସ ଅବସରରେ ବିଶ୍ୱ ଯୁବ କେନ୍ଦ୍ର ଅନୁଗୋଳ ଙ୍କ ତରଫରୁ ଗୋଷ୍ଠୀ ସଚେତନତା ବୈଠକ ଧଣ୍ଡାଟୋପା ବନାଞ୍ଚଳ ଅଧିନସ୍ଥ ତାଳମଳିହା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ବନ୍ୟ ପ୍ରାଣୀଙ୍କ ବାସସ୍ଥାନ, ରହଣି, ଚାଲିଚଲଣି ଓ ସେମାନଙ୍କର ସୁରକ୍ଷା ସହିତ, ନିଆଁ ଦାଉରୁ ଜଙ୍ଗଲ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା। ବର୍ତମାନ ମହୁଲ ଓ କେନ୍ଦୁପତ୍ର ସଂଗ୍ରହ ପାଇଁ ଜଙ୍ଗଲ ପୋଡି ଆରମ୍ଭ ହେବ ଓ ପକ୍ଷୀ, ଜୀବଜନ୍ତୁ, ଔଷଧୀୟ ବୃକ୍ଷ, ଗୁଳ୍ମ ଆଦି ନଷ୍ଟ ହେଉ ଥିବାର ନଜର କୁ ଆସୁଛି। ସେଥିପାଇଁ ବନ ସଂରକ୍ଷଣ ସମିତି, ଗ୍ରାମ କମିଟି ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ଭୂମିକା ଗୁରୁତ୍ୱ ପୁର୍ଣ ବୋଲି ମତ ପ୍ରକାଶ ପାଇଛି। ବିଶ୍ୱ ଯୁବ କେନ୍ଦ୍ର ର ଉନ୍ନୟନ ଅଧିକାରୀ ଶ୍ଵେତାମ୍ବର ମଲ୍ଲିକ o ଗୁଲସନ ସାହୁ, ବରିଷ୍ଠ ପ୍ରକଳ୍ପ ସହାୟକ ଅଭୟ ଚରଣ ସ୍ୱାଇଁ ଙ୍କ ସମେତ ଅ।ମ୍ବସାରମୁଣ୍ଡା ବନପାଳ ଗୌରୀ ବେହେରା ସନ୍ଧର୍ଭ ବ୍ୟକ୍ତି ଭାବେ ଯୋଗ ଦେଇଥିଲେ।ଗ୍ରାମ ବାସୀଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ ra ସଦସ୍ୟା ମାନେ ଯୋଗ ଦେଇଥିଲେ। ଶେଷରେ ସମସ୍ତ ଗ୍ରାମବାସୀ ଜଙ୍ଗଲ କୁ ଅଗ୍ନି ଦାଉରୁ ରକ୍ଷା କରିବା ଓ ଜୀବଯନ୍ତୁଙ୍କର ସୁରକ୍ଷା କରିବାକୁ ଶପଥ ଗ୍ରହଣ କରିଥିଲେ।