logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପଦ୍ମ ଧରିଲେ ଘାସିରାମ ମହାକୁଡ଼ !

ଆଠମଲ୍ଲିକ:-୦୨/୦୩ (ଧନଞ୍ଜୟ ନାୟକ): ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ଭବ୍ୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ! ବରିଷ୍ଠ ବିଜେପି ନେତା ବସନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସିଦ୍ଧାର୍ଥ ଶଙ୍କର କ୍ଷେତି ଉପସ୍ଥିତ ଥିଲେ ! ନିକଟରେ ବିଜୁ ଜନତା ଦଳ (ବିଜେଡି) ରୁ ଇସ୍ତଫା ଦେଇଥିବା ପୂର୍ବତନ ସରପଞ୍ଚ ଓ ବରିଷ୍ଠ ନେତା ଘାସିରାମ ମହାକୁଡ଼ଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଥିଲେ ! ସେହିପରି ରସାନନ୍ଦ ରାଜହଂସଙ୍କ ନେତୃତ୍ୱରେ ଭାରତୀୟ ଜାତୀୟ କଂଗ୍ରେସ (କଂଗ୍ରେସ) ଦଳର ଅନେକ କର୍ମୀ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ ! ସରପଞ୍ଚ ସିଦ୍ଧାର୍ଥ ଶଙ୍କର କ୍ଷେତି ନୂତନ ସଦସ୍ୟ ମାନଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ! ଘାସିରାମ ମହାକୁଡ଼ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ “ସବ କା ସାଥ, ସବ କା ବିକାଶ” ନୀତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକାଶମୂଳକ କାର୍ଯ୍ୟକଳାପ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରତି ଆସ୍ଥା ପ୍ରକଟ କରି ସେ ଓ ତାଙ୍କ ସମର୍ଥକମାନେ ବିଜେପିରେ ସାମିଲ ହୋଇଛନ୍ତି ! ମିଶ୍ରଣ ପର୍ବ ପରେ ଘାସିରାମ ମହାକୁଡ଼ ଓ ତାଙ୍କ ସମର୍ଥକ ମାନଙ୍କ ଯୋଗଦାନରେ ଦଳୀୟ ସଂଗଠନ ଆହୁରି ମଜବୁତ ହେବ ବୋଲି ସରପଞ୍ଚ ଶ୍ରୀ କ୍ଷେତି ପ୍ରକାଶ କରିଥିଲେ ! ଦଳରେ ସାମିଲ ହୋଇଥିବା କର୍ମୀମାନଙ୍କ ମଧ୍ୟରେ ୱାର୍ଡ ସଭ୍ୟ ଧନଞ୍ଜୟ କର୍ଣ୍ଣ, ପ୍ରସନ୍ନ ମେସୁଆ, ଗଜାନନ ବେହେରା, ସୁଜିତ ପ୍ରଧାନ, ପଞ୍ଚାନନ ବେହେରା, ରମାକାନ୍ତ ପ୍ରଧାନ, ସୁଧାଂଶୁ ପ୍ରଧାନ, ବାଲି ପ୍ରଧାନ, ବୀରେନ୍ଦ୍ର ଚାଉଳିଆ, ବିନୋଦ ଗୁରାଣ୍ଡି, ପ୍ରବୀଣ ପ୍ରଧାନ, ପ୍ରଶାନ୍ତ ମେସୁଆ, ରାମ କୁମ୍ଭାର, ସଦାନନ୍ଦ ରାଜହଂସ, ରମାକାନ୍ତ ମେଣ୍ଡୁଳି, ବିଭୁତି ଭୂଷଣ କୁମ୍ଭାର, ଲକ୍ଷ୍ମଣ କୁମ୍ଭାର, ଧାର କୁମ୍ଭାର, ଅନ୍ତର୍ଯ୍ୟାମୀ କୁମ୍ଭାର ଓ ତାଙ୍କ ବହୁ ସମର୍ଥକ ବିଜେପିରେ ଯୋଗଦେଇଥିଲେ!

0
0 views

Comment