ଦେବଦୁତ ସାଜିଲେ ସାମ୍ବାଦିକ, ଦୁର୍ଘଟଣାଗ୍ରସ୍ତଙ୍କୁ ଚିକିତ୍ସାଲୟ ପହଞ୍ଚାଇ ମାନବିକତା ଦେଖାଇଲେ।
ବରଗଡ଼, କଥାରେ ଅଛି ମାନବସେବା ହେଉଛି ମାଧବ ସେବା । ପୃଥିବୀରେ ଶ୍ରେଷ୍ଠ ଜାତି ହେଉଛି ମାନବ ଜାତି ଓ ମାନବିକତା ହେଉଛି ଶ୍ରେଷ୍ଠ ଧର୍ମ । ଆଜି ଏଭିଲି ଏକ ସାହାଯ୍ୟରେ ହାତ ବଢ଼ାଇ ଲୋକଙ୍କ ମଧ୍ୟରେ ପ୍ରେରଣାର ଉତ୍ସ ସୃଷ୍ଟି କରିଛନ୍ତି ସାମ୍ବାଦିକ ମହେନ୍ଦ୍ର ସାହୁ।
ଗୁରୁବାର ଦିନ ସନ୍ଧ୍ୟା ପ୍ରାୟ 7ଘଣ୍ଟା ସମୟରେ ନିଜ କର୍ତ୍ତବ୍ୟ ମୁଖ୍ୟାଳୟ ବରଗଡ଼ରୁ କାମ ସାରି ନିଜ ଘର ଭେଡେନ ଅଭିମୁଖେ ଫେରୁଥାନ୍ତି ସାମ୍ବାଦିକ ମହେନ୍ଦ୍ର ସାହୁ ରାସ୍ତାରେ ବରମକେଲା ନିକଟରେ ଜଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ପଡିରହିଥିବା ଦେଖନ୍ତି, ତାଙ୍କର ସହିତ ସତାଧିକ ଲୋକ ସେଇଠି ରୁଣ୍ଡ ହୋଇଥିଲେ କିଏ 108କୁ ଫୋନ କରୁଛି ତ କିଏ ପୋଲିସକୁ ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ପ୍ରବଳ ରକ୍ତସ୍ରାବ ହେଉଥାଏ, ସ୍ଥାନୀୟ ଅଞ୍ଚଳରେ ଏମ୍ବୁଲାନ୍ସ ଉପଲବ୍ଧ ନଥିଲା ଅନ୍ୟତ୍ର ଆମ୍ବୁଲାନ୍ସ ଆସିବା ପାଈଁ ପ୍ରାୟ ଅଧଘଣ୍ଟା ଲାଗିବାର ପ୍ରତିଉତ୍ତର ମିଳିଥିଲା, ଅନ୍ୟଟେ ଦୁର୍ଘଟଣା ଘଟିଥିବା ସ୍ଥାନଟି ଭେଡେନ ଓ ବରଗଡ଼ ସଦରଥାନା ବର୍ଡ଼ର ଅଞ୍ଚଳ ହୋଇଥିବାରୁ ତାଙ୍କ ମଧ୍ୟରେ କାହା ଇଲାକା ଓ କିଏ ଆସିବ ସେ ବିବାଦ ତୁଟିନଥିଲା ଅନ୍ୟପଟେ ଉପସ୍ଥିତ ଲୋକେ କେବଳ ଆଲୋଚନା ଓ ଫୋନ କଲରେ ନିଜ ନିଜ ଦାୟିତ୍ୱ ସମାପ୍ତ କରିଦେଇଥିଲେ।
ସାମ୍ବାଦିକ ମହେନ୍ଦ୍ର ସାହୁ ଚାହିଁଥିଲେ ସେଇଠୁ ଖବର ସଂଗ୍ରହ ସଂଗ୍ରହ କରି ନିଜ ଘରକୁ ଫେରିଯାଇଥାନେ କିନ୍ତୁ ସେ ସେଭଳି କରିନଥିଲେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଲୋଡ଼ କରି ନିଜେ ଗାଡି ଚଳାଇ ଭେଡେନରୁ ବରଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଲୟ ପ୍ରାୟ 30km ଆଣି ତାଙ୍କର ଚିକିତ୍ସା କରାଇଥିଲେ ତାସହିତ ଆହତ ବ୍ୟକ୍ତିଙ୍କ ମୋବଇଲ ସାହାଯ୍ୟରେ ଯୋଗାଯୋଗ କରି ତାଙ୍କର ପରିବାର ଲୋକେ ଚିକିତ୍ସାଲୟ ପହଞ୍ଚିବା ପର୍ଯ୍ୟନ୍ତ ସେଠାରେ ଅପେକ୍ଷା କରିଥିଲେ, ପରେ ଘଟଣା ସ୍ଥଳରୁ ଉଦ୍ଧାର ହୋଇଥିବା ମୋବାଇଲ ଓ ଆହତ ବ୍ୟକ୍ତିଙ୍କୁ ତାଙ୍କର ପରିବାର ଲୋକଙ୍କ ଜିମାରେ ହସ୍ତାନ୍ତର କରି ପ୍ରାୟ ରାତ୍ରି 10 ଘଣ୍ଟା ସମୟରେ ପୁନର୍ବାର ନିଜ ଘର ଅଭିମୁଖେ ଫେରିଥିଲେ ସାମ୍ବାଦିକ ମହେନ୍ଦ୍ର ସାହୁ।
ଜଣେ ସାମ୍ବାଦିକ କେବଳ ଖବର ସଂଗ୍ରହରେ ସିମିତ ନୁହେଁ ଦରକାର ପଡିଲେ ସମୟର ତାଳେ ତାଳେ ସ୍ୱର ମିଳାଇ ରାଷ୍ଟ୍ର ହିତରେ ମାନବିକତାର ଶ୍ରେଷ୍ଠ ଉଦାହରଣ ସୃଷ୍ଟି କରିପାରେ ଏହାର ଜ୍ୱଳନ୍ତା ଉଦାହରଣ ହେଉଛନ୍ତି ସାମ୍ବାଦିକ ମହେନ୍ଦ୍ର ସାହୁ