logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

"ଖଣ୍ଡାଧାର ନିଉଜ" ବର୍ତ୍ତମାନ ଗୁଗୁଲ ସର୍ଚ୍ଚ ଇଂଜିନ୍ ରେ ଉପଲବ୍ଧ।

"ଖଣ୍ଡାଧାର ନିଉଜ" ବର୍ତ୍ତମାନ ଗୁଗୁଲ ସର୍ଚ୍ଚ ଇଂଜିନ୍ ରେ ଉପଲବ୍ଧ।

କେନ୍ଦୁଝର -୦୨/୦୩ (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଭଣ୍ଡା ଗ୍ରାମ ରୁ ବରିଷ୍ଠ ସାମ୍ବାଦିକ ଶ୍ରୀ ଅଗୁନ ଚରଣ ମହାନ୍ତଙ୍କ ସମ୍ପାଦନାରେ ଡିଜିଟାଲ ରୂପରେ ପ୍ରକାଶ ପାଉଥିବା ଦୈନିକ ସମ୍ବାଦପତ୍ର ତଥା ସମ୍ବାଦ ଓ ଫିଚର ପତ୍ରିକା "ଖଣ୍ଡାଧାର ନିଉଜ" କୁ ଆଉ ଏକ ସଫଳତା ମିଳିଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳର ଜନସାଧାରଣଙ୍କ ସମସ୍ଯା କୁ ନେଇ ନିର୍ଭିକ ଓ ନିରପେକ୍ଷ ଭାବରେ ସମ୍ବାଦ ପରିବେଷଣ କରିବା, ସାହିତ୍ୟ, ଫିଚର, ଐତିହାସିକ ତଥ୍ଯ, ଲୋକକଳା, ଲୋକନୃତ୍ୟ, ସଂସ୍କୃତି ତଥା ପରମ୍ପରାକୁ ଉପସ୍ଥାପନ କରି ଜନାଦୃତ ହୋଇପାରି ଥିବାରୁ ଖଣ୍ଡାଧାର ନିଉଜ ର ସମସ୍ତ ନିଉଜ କୁ ଗୁଗୁଲ୍ ସର୍ଚ୍ଚ ଇଂଜିନ୍ ଗ୍ରହଣ କରି ସର୍ବସାଧାରଣଙ୍କ ନିମନ୍ତେ ଗୁଗୁଲ୍ ସର୍ଚ୍ଚ ଇଂଜିନ୍ ରେ ସଂରକ୍ଷିତ ରଖିଛି। ବର୍ତ୍ତମାନ ଯେକେହି ବ୍ଯକ୍ତି ଗୁଗୁଲ୍ ରେ ସର୍ଚ୍ଚ କରି ଓଡ଼ିଆରେ "ଖଣ୍ଡାଧାର ନିଉଜ" ଉଲ୍ଲେଖ କରି ଖଣ୍ଡାଧାର ର ସମସ୍ତ ସମ୍ବାଦ ଦେଖିପାରିବେ ବୋଲି "ଖଣ୍ଡାଧାର "ର ପରିଚାଳନା ସଂପାଦକ ଶ୍ରୀ ଡମ୍ବରୁଧର ମହାନ୍ତ ପ୍ରକାଶ କରିଛନ୍ତି। ଏଥିପାଇଁ ଆଇମା ମିଡିଆ କେନ୍ଦୁଝର ଜିଲ୍ଲାର ଆଜୀବନ କାର୍ଯ୍ୟକାରୀ ସଦସ୍ୟ ପୁରୁଷୋତ୍ତମ ପାତ୍ର, ଆକ୍ଟିଭ୍ ସଦସ୍ୟ ବାବୁଲାଲ ପଲେଇ ଏବଂ ଡିଜିଟାଲ ସଂଯୋଜକ ବିଚିତ୍ରାନନ୍ଦ ଦାସଙ୍କ ନିରନ୍ତର ଉଦ୍ୟମ ଓ ସହଯୋଗକୁ ପରିଚାଳନା ସଂପାଦକ ଶ୍ରୀ ମହାନ୍ତ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ ଏହି ଖଣ୍ଡାଧାର ସମ୍ବାଦପତ୍ର ର ପ୍ରତିଷ୍ଠାତା ହେଉଛନ୍ତି ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ଭଣ୍ଡା ଗ୍ରାମର ଅଗୁନ ଚରଣ ମହାନ୍ତ। ଏହି ସମ୍ବାଦ ପତ୍ର ପ୍ରଥମେ ୧୯୯୮ ମସିହା ଫେବୃଆରୀ ୧ ତାରିଖ ରୁ ସାପ୍ତାହିକ ଭାବେ ନିରନ୍ତର ପ୍ରକାଶ ପାଇ ପରବର୍ତ୍ତୀ ସମୟରେ ଦୈନିକ ଡିଜିଟାଲ ଓ ବାର୍ଷିକ ମୁଦ୍ରିତ ସଂଖ୍ୟା ପ୍ରକାଶ ପାଇ ଅପୂର୍ବ ପାଠକୀୟ ସଫଳତା ପାଇ ପାରିଛି। ଆଗାମୀ ଦିନଗୁଡିକରେ "ଖଣ୍ଡାଧାର ନିଉଜ" ତରଫରୁ ନିରବଚ୍ଛିନ୍ନ ଭାବରେ ପାଠକଙ୍କ ପାଇଁ ବିଭିନ୍ନ ପ୍ରକାରର ଲେଖା ଏବଂ ଖବର ପ୍ରସାରଣ ସେବା ଜାରି ରହିବ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

21
5443 views

Comment