logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା : ଭୂଇଁପୁର ଡାକ୍ତରଖାନା ମୁଖ୍ୟ ଫାଟକରେ ତାଲା।

ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା : ଭୂଇଁପୁର ଡାକ୍ତରଖାନା ମୁଖ୍ୟ ଫାଟକରେ ତାଲା।

ଚମ୍ପୁଆ, ୦୧/୩ : ହାତ ପାହାନ୍ତାରେ ରୋଗୀ ସେବା ପାଇଁ ରୋଗୀ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ ସରକାର ଯୋଗାଇ ଦେଉଛନ୍ତି କୋଟି କୋଟି ଟଙ୍କା । ମାତ୍ର ଗ୍ରାମାଞ୍ଚଳ ଡ଼ାକ୍ତରଖାନା ଗୁଡିକରେ କିଛି କର୍ମଚାରୀ ଓ ଅଧିକାରୀଙ୍କ ଅବହେଳାରୁ ରୋଗୀ ସେବାରୁ ଲୋକେ ବଞ୍ଚିତ ହେଉଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ଡାକ୍ତର ଖାନାରେ ତାଲା ଝୁଲିବା ଦେଖିବାକୁ ମିଳିଛି। ଏମିତି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଦେଖିବାକୁ ମିଳିଛି ଖୋଦ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲା ଏବଂ ପାଟଣା ବିଧାୟକଙ୍କ ଘର ପଛପଟେ ଥିବା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନସ୍ଥ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ପ୍ରାଥମିକ ଚିକିତ୍ସାଳୟ (ନୂତନ) ଭୂଇଁପୁରରେ। ଯେଉଁଠି ଚିକିତ୍ସାଳୟ ମୁଖ୍ୟ ଫାଟକରେ ଫେବୃଆରୀ ୨୮ ତାରିଖ ଦିନ ଦିନସାରା ତାଲା ଝୁଲୁଥିବା ଦେଖିବାକୁ ମିଳିଛି। କୌଣସି କାରଣରୁ ସାରା ଦେଶ ବନ୍ଦ ପାଳନ କରୁଥିଲେ ମଧ୍ୟ ଔଷଧ ଦୋକାନ କିମ୍ବା ଡାକ୍ତଖାନା କେବେ ବନ୍ଦ ହେଉ ନ ଥିବା ବେଳେ ଏଠି ଡାକ୍ତରଖାନା ମୁଖ୍ୟ ଫାଟକରେ ତାଲା ପକାଇ ସମସ୍ତ କର୍ମଚାରୀ ଡାକ୍ତରଖାନା ଛାଡି ଚାଲି ଯାଇଥିଲେ । ଦିନସାରା ଡାକ୍ତରଖାନା ଫାଟକରେ ତାଲା ଝୁଲୁଥିବା ବେଳେ ଡାକ୍ତର ଅବା କର୍ମଚାରୀ ସନ୍ଧ୍ୟା ପର୍ଯ୍ୟନ୍ତ କାହାରି ଦେଖା ମିଳି ନ ଥିଲା। ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ଡାକ୍ତରଖାନାରେ ପ୍ରାୟ ସମୟରେ ଫାଟକରେ ତାଲା ମାରି କର୍ତୃପକ୍ଷ ଚାଲି ଯାଉଥିବା ଫଳରେ ଡାକ୍ତର ଖାନା ଉପରେ ନିର୍ଭର କରୁଥିବା ତିନିଟି ପଞ୍ଚାୟତ (ଭୂଇଁପୁର, ପଡୁଆ, ଜାଲି)ର ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଆବଶ୍ୟକ ସମୟରେ ସ୍ୱଳ୍ପ ଚିକିତ୍ସା ପାଇଁ ମଧ୍ୟ ଭଣ୍ଡା, ଚମ୍ପୁଆ କିମ୍ବା କେନ୍ଦୁଝର ଯିବାକୁ ପଡିଥାଏ। ତେବେ ଡାକ୍ତର ନ ଥିଲେ ବି ଜରୁରୀକାଳୀନ ସେବା ନିମନ୍ତେ ଅନ୍ୟ କର୍ମଚାରୀ ମାନେ ଡାକ୍ତରଖାନାରେ ରହିବା କଥା କିନ୍ତୁ ଏଠି ଡାକରଖାନା ମୁଖ୍ୟ ଫାଟକରେ ତାଲା ମାରି ସମସ୍ତେ ଚାଲିଯିବା ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏ ସମ୍ପର୍କରେ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ଓମପ୍ରକାଶ ବାରିକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇ ନ ପାରିବାରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତେଣୁ ଏଥିପ୍ରତି ଉଚ୍ଚ କର୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

ଖଣ୍ଡାଧାର ନିଉଜ- ହେମନ୍ତ କୁମାର ମହାନ୍ତ ଙ୍କ ରିପୋର୍ଟ।

2
534 views

Comment