logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର ଗସ୍ତରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ: ଜମି ଅଧିଗ୍ରହଣ ଓ ରାଜସ୍ୱ ମାମଲାର ସମୀକ୍ଷା।

କେନ୍ଦୁଝର ଗସ୍ତରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ: ଜମି ଅଧିଗ୍ରହଣ ଓ ରାଜସ୍ୱ ମାମଲାର ସମୀକ୍ଷା।

କେନ୍ଦୁଝର, ୦୧.୦୨: ଓଡ଼ିଶାର ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ମନ୍ତ୍ରୀ ଆଜି ସକାଳେ ସମ୍ବଲପୁରରୁ ବାହାରି ଘଟଗାଁରେ ପହଞ୍ଚି ମା’ ତାରିଣୀଙ୍କ ଦର୍ଶନ କରିବା ସହ ମଧ୍ୟାହ୍ନରେ ମନ୍ତ୍ରୀ କେନ୍ଦୁଝର ସାର୍କିଟ ହାଉସରେ ପହଞ୍ଚି ଜିଲ୍ଲାସ୍ତରୀୟ ରାଜସ୍ୱ ବ୍ୟବସ୍ଥା ଏବଂ ବିଭିନ୍ନ ପ୍ରକଳ୍ପ ପାଇଁ ଚାଲିଥିବା ଜମି ଅଧିଗ୍ରହଣ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ପ୍ରାୟ ୩୧୨.୮୭ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ମୋଟ ୬୨.୬୦ ଏକର ଜମିର ଆବଶ୍ୟକତା ରହିଛି। ଏଥିମଧ୍ୟରୁ ୧୩.୫୦ ଏକର ସରକାରୀ ଜମି ଏବଂ ୧୫.୩୫ ଏକର ବେସରକାରୀ ଜମିର ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ବର୍ତ୍ତମାନ ସୁଦ୍ଧା ଯାତ୍ରୀ ନିବାସ ଓ ପ୍ରସାଦ ସେବନ ହଲ୍ ପାଇଁ ମାଟି ପରୀକ୍ଷା ସରିଥିବା ବେଳେ ୪୦% ଜମି ନିର୍ମାଣକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ବିଶେଷ କରି 'ପାଟଣା ମେଗା ଷ୍ଟିଲ ପ୍ଲାଣ୍ଟ' ପାଇଁ ଆବଶ୍ୟକ ହେଉଥିବା ୨୪୦୭.୩୬ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏହି ପ୍ରକଳ୍ପରେ ଚେମନା ଓ ଯମୁନାପୋଷୀ ପଞ୍ଚାୟତର ୧୨ଟି ଗ୍ରାମ ଅନ୍ତର୍ଭୁକ୍ତ ହେଉଥିବାରୁ ସାମାଜିକ ପ୍ରଭାବ ଆକଳନ ପାଇଁ ପାଣ୍ଠି ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ମାନ୍ୟବର ମନ୍ତ୍ରୀ କେବଳ ପୃଥକ ଭାବେ ଯୋଜନା କରିବା ଯଥେଷ୍ଟ ନୁହେଁ, ବରଂ ବିଭିନ୍ନ ସରକାରୀ ଯୋଜନାର ସମନ୍ୱୟ ବା 'ଇଣ୍ଟିଗ୍ରେସନ' ଜରୁରୀ। ଏହାଦ୍ୱାରା ଜଣେ ହିତାଧିକାରୀ ସମସ୍ତ ସୁବିଧା ଏକାସାଙ୍ଗରେ ପାଇପାରିବେ। ଜମିହୀନଙ୍କ ପାଇଁ ସ୍ୱତନ୍ତ୍ର 'ଲେ-ଆଉଟ୍' ବ୍ୟବସ୍ଥା ରେ ଯେଉଁ ଲୋକଙ୍କ ପାଖରେ ନିଜସ୍ୱ ଜମି ନାହିଁ, ସେମାନଙ୍କ ପାଇଁ ସରକାରୀ ସିଙ୍ଗଲ୍ ଜାଗାରେ ଏକ ମାଷ୍ଟର ପ୍ଲାନ୍ ବା 'ଲେ-ଆଉଟ୍' ପ୍ରସ୍ତୁତ କରାଯିବ। ପ୍ରଶାସନ ପକ୍ଷରୁ ସେହି ସ୍ଥାନରେ ଘର ପାଇଁ ପ୍ଲଟ୍ ଚିହ୍ନଟ କରି ସେଥିରେ ଆବଶ୍ୟକୀୟ ରିମାର୍କ ପ୍ରଦାନ କରାଯିବ, ଯାହାଫଳରେ ସେମାନେ ସେଠାରେ ସ୍ଥାୟୀ ଭାବେ ବସବାସ କରିପାରିବେ। ଏହି ବ୍ୟବସ୍ଥାକୁ 'ଅନ୍ତ୍ୟୋଦୟ ଗୃହ ଯୋଜନା' ସହ ଯୋଡ଼ିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ରାଜ୍ୟର ଅତି ଗରିବ ଶ୍ରେଣୀର ଲୋକମାନେ ଜମି ପାଇବା ସହ ସରକାରୀ ସହାୟତାରେ ପକ୍କାଘର ନିର୍ମାଣ କରିପାରିବେ। ଏହି ପଦକ୍ଷେପ ଦ୍ୱାରା ଲୋକଙ୍କ ବହୁଦିନର କଷ୍ଟ ଦୂର କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ବର୍ତ୍ତମାନର ବାଲି ଘାଟ ନିଲାମ ପ୍ରକ୍ରିୟା ପରିବର୍ତ୍ତେ ଏଣିକି 'ଇ-ଲଟେରୀ'ବ୍ୟବସ୍ଥା କରାଯିବ। ଏହି ବ୍ୟବସ୍ଥାରେ ବାଲିର ଏକ ସର୍ବାଧିକ ଦର ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯିବ। ଏହାଦ୍ୱାରା ବଜାରରେ ବାଲିର ଦର ନିୟନ୍ତ୍ରଣରେ ରହିବ । ତହସିଲ ସ୍ତରରେ ଇ-ଲଟେରୀ ପ୍ରକ୍ରିୟାକୁ ପରିଚାଳନା କରିବା ଏବଂ ଲିଜ୍ ପ୍ରଦାନ କରିବା ଏହି ବିଭାଗର ଦାୟିତ୍ୱ ବୋଲି ଏହି ବୈଠକ ରେ ମନ୍ତ୍ରୀ କହିଛନ୍ତି ।
ଏହି ସମୀକ୍ଷା ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀମନ୍ଦରଧରମହାଳିକ,ଅତିରିକ୍ତଜିଲ୍ଲାପାଳ(ରାଜସ୍ବ)ଶ୍ରୀରବିନ୍ଦ୍ରକୁମାରପ୍ରଧାନ,ଘସିପୁରା ବିଧାୟକ ଶ୍ରୀ ବଦ୍ରିନାରାୟଣ ପାତ୍ର,ପାଟଣା ବିଧାୟକ ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡକ୍ଟର ଫକୀର ମୋହନ ନାୟକ, ଉପଜିଲ୍ଲାପାଳ କେନ୍ଦୁଝର ଉମାକାନ୍ତ ଦଳାଇ, ଉପଜିଲ୍ଲାପାଳ ଚମ୍ପୁଆ ଉମାକାନ୍ତ ପରିଡା ଙ୍କ ସମେତ ବିଭିନ୍ନ ବ୍ଲକ ରୁ ଆସିଥିବା ତହସିଲଦାର ଓ ବିଭାଗ ର ଉପରିସ୍ଥ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

11
1080 views

Comment