logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୁଣ୍ଡାପିଠା ଭାଗବତ ଟୁଙ୍ଗିକୁ ମିଳିଲା ଶ୍ରେଷ୍ଠ ଭାଗବତ ଟୁଙ୍ଗୀର ସମ୍ମାନ।

କୁଣ୍ଡାପିଠା ଭାଗବତ ଟୁଙ୍ଗିକୁ ମିଳିଲା ଶ୍ରେଷ୍ଠ ଭାଗବତ ଟୁଙ୍ଗୀର ସମ୍ମାନ।

ଘଟଗାଁ,୦୨/୦୩ : ସ୍ଥାନୀୟ ବଡ଼ଜାମୁପଶି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଣ୍ଡାପିଠା ଗ୍ରାମର ପୁରୁଣା ସାହିରେ ପ୍ରତିଷ୍ଠିତ ହୋଇଥିବା ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁ ଭାଗବତ ଟୁଙ୍ଗୀ କୁ ଘଟଗାଁ ବ୍ଲକର ଶ୍ରେଷ୍ଠ ଭାଗବତ ଟୁଙ୍ଗୀ ରୂପେ ସମ୍ମାନିତ କରାଯାଇଛି।
ଗତକାଲି କେନ୍ଦୁଝର ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ପକ୍ଷରୁ ଆୟୋଜିତ ବାର୍ଷିକ ଭାଗବତ ଭକ୍ତ ସମ୍ମିଳନୀରେ ସମିତିର ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ରୂପେ କେନ୍ଦୁଝରଗଡ ପୌରାଞ୍ଚଳର ଅଧ୍ୟକ୍ଷା ନିକୁ ସାହୁ, ମୁଖ୍ୟ ବକ୍ତା ଭାବେ ଭଦ୍ରକ ଜିଲ୍ଳାର ଭାଗବତ ପ୍ରବଚକ ଡକ୍ଟର ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ରୂପେ ଆନନ୍ଦପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ରମାକାନ୍ତ ନାୟକ, ସଂପାଦକ ଜଗନ୍ନାଥ ଜେନା, ଉପସଭାପତି ଖଗେଶ୍ବର ମହାନ୍ତ ଯୋଗଦେଇ ଭାଗବତ ଟୁଙ୍ଗୀର ପରମ୍ପରା ଅନୁଯାୟୀ ଦୈନିକ ଭାଗବତ ପୂଜନ,ପଠନ, ଆଲୋଚନା ଚକ୍ର , ସାପ୍ତାହିକ ସତସଙ୍ଗ, ଭାଗବତ ଜନ୍ମୋତ୍ସବ ତଥା ବାର୍ଷିକ ଉତ୍ସବ ପାଳନ ପୂର୍ବକ ଭାଗବତର ପ୍ରଚାର ପ୍ରସାର ଦିଗରେ ଉଲ୍ଲେଖନୀୟ କାର୍ଯ୍ଯ କରୁଥିବାରୁ ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁ ଭାଗବତ ଟୁଙ୍ଗୀ କୁଣ୍ଡାପିଠାକୁ ଘଟଗାଁ ବ୍ଲକ୍ ର ଶ୍ରେଷ୍ଠ ଭାଗବତ ଟୁଙ୍ଗୀ ରୂପେ ସମ୍ମାନିତ କରାଯାଇଛି। ଭାଗବତ ଟୁଙ୍ଗୀ ତରଫରୁ ସଭାପତି ପଦ୍ମନାଭ ପଲେଇ ଓ ସଂପାଦକ ନରହରି ପଇଦା ଏହି ସମ୍ମାନ ଅତିଥି ମାନଙ୍କ ଠାରୁ ଗ୍ରହଣ କରିଥିଲେ। ସେଠାରେ ଉପସ୍ଥିତ ଥିବା ଭାଗବତ ଟୁଙ୍ଗୀର ସଦସ୍ୟ ଶିବପ୍ରସାଦ ମହାକୁଡ଼, ଅର୍ଜୁନ ଚରଣ ପଲେଇ,ସାଧୁ ଚରଣ ନାଏକ, ବାବୁଲାଲ ପଲେଇ ଏବଂ ଘଟଗାଁ ବ୍ଲକ୍ ଭାଗବତ ପ୍ରଚାର ପ୍ରସାର ସମିତିର ସଂପାଦକ ମାୟାଧର ବାରିକ ସଭାପତି ଶ୍ରୀଯୁକ୍ତ ପଲେଇ ଓ ସଂପାଦକ ଶ୍ରୀଯୁକ୍ତ ପଇଦାଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଥିଲେ।

ରିପୋର୍ଟ: ବାବୁଲାଲ ପଲେଇ, ମୋବାଇଲ: 94371 52936

17
1017 views

Comment