ବିଜ୍ଞାନର ଜୟଯାତ୍ରା। ବ୍ରହ୍ମେଶ୍ୱର ସାହୁ ଙ୍କ ଦ୍ଵାରା ରଚିତ ବିଶେଷ ଆଲେଖ୍ୟ।
ବିଜ୍ଞାନର ଜୟଯାତ୍ରା।
👌👌👌👌👌
ଆକାଶ ଜଳ ସ୍ଥଳ ଅତ୍ର ତତ୍ର ସର୍ବତ୍ର ଆଜି ବିଜ୍ଞାନର ଜୟଯାତ୍ରା ଉଦ୍ଘୋଷ ଶୁଣିବାକୁ ମିଳେ। ଶିକ୍ଷା, ସ୍ବାସ୍ଥ୍ୟ, ଚିକିତ୍ସା, କୃଷି, ଶିଳ୍ପ, ବାଣିଜ୍ୟ, ବୟନ ଶିଳ୍ପ, କୁଟୀର ଶିଳ୍ପ, ଗଣାମଧ୍ୟାମ, ପ୍ରିଣ୍ଟ ମିଡିଆ, ସୋସିଆଲ ମିଡ଼ିଆ, ଯୋଗାଯୋଗ, ପରିବହନ ସବୁ କ୍ଷେତ୍ରରେ ବିଜ୍ଞାନ ଆଶାତୀତ ଉନ୍ନତି କରିଛି। ଦିନଥିଲା ଶିକ୍ଷା କହିଲେ ସିଲଟି ଖଡ଼ି ଓ ଖାତା ଝର କଲମ ମଧ୍ୟରେ ସିମୀତ ଥିଲା। ହେଲେ ଆଜି ଶ୍ରେଣୀ ଗୃହକୁ ପ୍ରବେଶ କଲେ କମ୍ପ୍ୟୁଟର, ଲାପଟପ୍, tablet, mobile ଇତ୍ୟାଦି ଦେଖିବାକୁ ମିଳେ। ପ୍ରିଣ୍ଟ ମିଡିଆର ଦୃତବିକାଶ ଯୋଗୁଁ ବିଭିନ୍ନ ପ୍ରକାରର ବହି ଆଜି ପିଲାମାନେ ପଢିବାକୁ ପାଉଛନ୍ତି। ବିକଶିତ ରାଷ୍ଟ୍ରଗୁଡିକରେ ପ୍ରାଥମିକ ସ୍ତରରୁ କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି। ଶିକ୍ଷା କେବଳ କଳା, ବାଣିଜ୍ୟ ଓ ବିଜ୍ଞାନ ମଧ୍ୟରେ ସିମୀତ ରହିନାହିଁ। ଶିକ୍ଷା ଆଜି ଜୀବନ ଓ ଜୀବିକାର ଭିତ୍ତିଭୂମି ପାଲଟି ଯାଇଛି। ପେଟ ପୋଷିବା ପାଇଁ ଶିକ୍ଷା ଆଜି ଅପରିହାର୍ଯ୍ୟ।
ବୃତ୍ତିଗତ ଶିକ୍ଷା ଓ ଶିକ୍ଷକତାକୁ ସେଥିପାଇଁ ପ୍ରାଧାନ୍ୟତା ଦିଆ ଯାଉଛି।
ସେହିପରି କୃଷି ମଧ୍ୟ କୋଡ଼ି, କୋଦାଳ, ଗୋବର ଖତରେ ସୀମିତ ନୁହଁ। ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି, ରାସାୟନିକ ସାର, କୀଟନାଶକର ପ୍ରୟୋଗ ଫଳରେ ଉତ୍ପାଦନ ହାରରେ ବୃଦ୍ଧି ପାଇଛି। ସୂଚନା ଯୋଗ୍ୟ କି, ବିଶ୍ୱବଜାରରେ ଭାରତୀୟ ଫୁଲର ଚାହିଦା ଅଧିକ ଏବଂ ଭାରତ ହିଁ ସର୍ବାଧିକ ଫୁଲ ରପ୍ତାନୀକାରୀ ଦେଶ ଅଟେ। କେବଳ ସେତିକି ନୁହେଁ ବିଶ୍ଵ ବଜାରରେ ଭାରତୀୟ ଆମ୍ବର ଚାହିଦା ନାହିଁ ନ ଥିବା। ଏ ସବୁ ସମ୍ଭବ ହୋଇ ପାରିଛି କୃଷି ବିପ୍ଳବ ଯୋଗୁଁ ଓ ବିଜ୍ଞାନର ଅଗ୍ରଗତି ଯୋଗୁଁ। ଏବେ ଅଧିକାଂଶ ଖାଦ୍ୟଶସ୍ୟ, ଡାଲି ଜାତୀୟ, ତୈଳ ବୀଜ, ପନିପରିବା, ମସଲା, ବିଭିନ୍ନ ପ୍ରକାରର ଅର୍ଥକାରୀ ବା ଲାଭକାରୀ ଫସଲ ଉତ୍ପାଦନରେ ଭାରତ ଯଥେଷ୍ଟ ସ୍ୱାବଲମ୍ବୀ ହୋଇ ପାରିଛି। ବରଂ ବଳକା ଖାଦ୍ୟ ଶସ୍ୟକୁ ପଡୋଶୀ ରାଷ୍ଟ୍ରକୁ ରପ୍ତାନୀ କରି ଅନେକ ବିଦେଶୀ ମୁଦ୍ରା ଅର୍ଜନ କରି ପାରୁଛି।
ଆମେ ଯଦି ସ୍ୱାସ୍ଥ୍ୟ କଥା ଦେଖିବା ତେବେ ବିଜ୍ଞାନ ଯୋଗୁଁ ଚିକିତ୍ସା କ୍ଷେତ୍ରରେ ବିପୁଳ ଉନ୍ନତି ପରିଲକ୍ଷିତ ହେଉଛି। ଔଷଧ ଅଭାବରୁ ଆଉ କାହାର ମୃତ୍ୟୁ ହେଉନାହିଁ। ଗାଆଁ ଠାରୁ ସହର ଏବେ ସବୁଠାରେ ବ୍ୟାପକ ଭାବେ ବିଭିନ୍ନ ପ୍ରକାରର ଟୀକା ଓ ବଟିକା ମିଳୁଛି। ହଇଜା ଓ ମହାମାରୀ ଏବେ ଆଉ କାୟାବିସ୍ତାର କରି ପାରୁ ନାହାଁନ୍ତି। କ୍ୟାନ୍ସର ଭଳି ମାରାତ୍ମକ ରୋଗ ପାଇଁ ତ ଇଞ୍ଜେକ୍ସନ କେବେଠୁଁ ଆସିଲାଣି। ଏଇତ ଏବେ ଏବେ ଜରାୟୁ କ୍ୟାନ୍ସର ପାଇଁ ବିନା ମୂଲ୍ୟରେ ଟୀକାକରଣ ଚାଲିଛି। ବିଭିନ୍ନ ପ୍ରକାର ଉଚ୍ଚକୋଟୀର ଚିକିତ୍ସା ଯନ୍ତ୍ରପାତି ଯଥା, ECG, EEG, X-RAY, TOTAL BODY SCANNER, KEMO THERAPY, DIALYSIS, PACEMAKER ତଥା ଆହୁରି ଅନେକ ଉପକରଣ ଓ ପଦ୍ଧତି ଏବେ ରୋଗୀକୁ ପୁନର୍ଜନ୍ମ ଦେଇ ପାରୁଛି। BLOOD CANCER, BONE CANCER ପରି ରୋଗୀଙ୍କୁ ମଧ୍ୟ ଚିକିତ୍ସା ମାଧ୍ୟମରେ ନୂତନ ଜୀବନ ଦାନ କରାଯାଇ ପାରୁଛି। HEART ଓ KIDNY TRANSPLANT ମଧ୍ୟ ସଫଳତାର ସହିତ ହୋଇ ପାରୁଛି। ନିକଟ ଅତୀତରେ କରୋନା ମହାମାରୀକୁ ମଧ୍ୟ ଚିକିତ୍ସା ବିଜ୍ଞାନ ସଫଳତାର ସହିତ ପ୍ରତିହତ କରି ପାରିଛି। ଏହା କେବଳ ସମ୍ଭବ ହୋଇଛି ଚିକିତ୍ସା ବିଜ୍ଞାନର ଅଗ୍ରଗତି ଯୋଗୁଁ।
ପ୍ରାକୃତିକ ସମ୍ପଦର ବିନିଯୋଗ ଦ୍ୱାରା ଆଜି ଜୀବନ ସହଜ, ସରଳ ଓ ସୁଗମ ହୋଇ ପାରିଛି। ଖଣି, ଖାଦାନ, ନଦୀନାଳ, ଭୂତଳଜଳ, ସାମୁଦ୍ରିକ ଜଳ ଭଣ୍ଡାର, ବଣପାହାଡ ସବୁକିଛି ଆଜି ମଣିଷ ସେବାରେ ସମର୍ପିତ। ଗ୍ରହରୁ ଗ୍ରହାନ୍ତର ମାଡ଼ି ଚାଲିଛି ଆଜି ବିଜ୍ଞାନର ଜୟଯାତ୍ରା। ଭୂଗୋଳ, ଖଗୋଳ, ମହାକାଶ ବିଜ୍ଞାନ, ଭୂତତ୍ତ୍ଵ ବିଜ୍ଞାନ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ,ସାମୁଦ୍ରିକ ବିଜ୍ଞାନ (OCEANOGRAPHY) ର ପ୍ରୟୋଗ ଦ୍ଵାରା ଅନ୍ତରୀକ୍ଷ ଯାତ୍ରା ଏବେ ବି ଜାରି ରହିଛି। ଅନ୍ୟ ଗ୍ରହରେ ବସବାସ କରିବାର ସ୍ବପ୍ନ ଦିନେ ମଣିଷର ପୂରଣ ହେବ ଏଥିରେ ସନ୍ଦେହ ନାହିଁ। ଚାନ୍ଦ୍ରାୟଣର ସଫଳତା ପରେ ଏବେ ଭାରତୀୟ ବୈଜ୍ଞାନିକମାନେ ମଙ୍ଗଳାୟନ ପାଇଁ ଅଣ୍ଟା ଭିଡିଲେଣି। ସୂଚନା ଯୋଗ୍ୟ କି ମଙ୍ଗଳ ଗ୍ରହରେ ଜଳର ସନ୍ଧାନ ମିଳିଛି।
ଆମର ଏହି ସୁନ୍ଦର ପୃଥିବୀ ପରି ଅବିକଳ ଆଉ ଏକ ସୁନ୍ଦର ଗ୍ରହର ଅନୁସନ୍ଧାନରେ ବୈଜ୍ଞାନିକମାନେ ଦିନରାତି ଅହରହ ଲାଗିପଡିଛନ୍ତି।
ଯେଉଁ ନୂତନ ଗ୍ରହରେ କି ପୃଥିବୀ ପରି ସକାଳ, ସଞ୍ଜ, ରାତି ଥିବ, ଗ୍ରୀଷ୍ମ, ବର୍ଷା, ଶୀତ ବସନ୍ତ ଥିବେ,
ଫୁଲ ଫୁଟୁ ଥିବ, ପଶୁପକ୍ଷୀ ଥିବ, ବିଭିନ୍ନ ପ୍ରକାର ଫଳ ଓ ଖାଦ୍ୟ ଶସ୍ୟରେ ଭରପୂର ଥିବ। ମଣିଷର ଏ ସ୍ବପ୍ନ ଦିନେ ନା ଦିନେ ବିଜ୍ଞାନ ପୁରଣ କରିବ ବୋଲି ଆଶା ଓ ବିଶ୍ୱାସ।
ସେହିପରି ନୃତ୍ୟ, କଳା, ସଙ୍ଗୀତ କ୍ଷେତ୍ରରେ ମଧ୍ୟ ଅନେକ ଉନ୍ନତି ପରିଲକ୍ଷିତ ହୁଏ। ମୃଦଙ୍ଗ, ଝାଞ୍ଜ, ଗିନି, ଖୋଳ ତାଳ ମଧ୍ୟରେ ଆଉ ନୃତ୍ୟ ସଙ୍ଗୀତ ସୀମାବଦ୍ଧ ନୁହେଁ। ହଜାର ହଜାର ଦର୍ଶକ ଗୋଟିଏ ମଞ୍ଚ ତଳେ ଏବେ ନୃତ୍ୟ ଗୀତର ମଜା ନେଇ ପାରୁଛନ୍ତି। ବିଭିନ୍ନ ପ୍ରକାରର ଆଧୁନିକ ବାଦ୍ୟଯନ୍ତ୍ର ଏବେ ମନୋରଞ୍ଜନ ପାଇଁ ନୂତନ ଖୋରାକ ଯୋଗାଇଛି। ଏବେ ମଧ୍ୟ ଗ୍ରାମାଞ୍ଚଳରେ ରେଡ଼ିଓ, ଟେଲିଭିଜନ ମାଧ୍ୟମରେ ଲୋକେ ସମ୍ବାଦ, ସାହିତ୍ୟ ପତ୍ରିକା ଆଲୋଚନା, କୃଷି, ଶିକ୍ଷା, ଚିକିତ୍ସା ସମର୍କିତ ସୂଚନା ପାଇ ପାରୁଛନ୍ତି।
ସେହିପରି ଆମେ ଯଦି ଗମନାଗମନ ଓ ଯୋଗାଯୋଗ କଥା ବିଚାର କରିବା ସେ ଦିଗରେ ମଧ୍ୟ ବିଜ୍ଞାନ ଅନେକ ଉନ୍ନତି କରିଛି। ପ୍ରଶସ୍ତ ଅଟ୍ଟାଳିକା, ରାସ୍ତାଘାଟ, ଯାନବାହାନ, ଟ୍ରେନ, ଉଡାଜାହାଜ, ବୁଡ଼ାଯାହଜ, ସୁପର ସୋନିକ ଜେଟ ବିମାନ, ରକେଟ, ବିଦ୍ୟୁତକରଣ ପରି ଜନମଙ୍ଗଳ କାର୍ଯ୍ୟରେ ଆଜି ଆମେ ଆଖିଦୃଷିଆ ସଫଳତା ହାସଲ କରି ପାରିଛନ୍ତି।
କ୍ରୀଡା ଓ ବିଭିନ୍ନ ଖେଳ ପ୍ରତତିଯୋଗିତା କ୍ଷେତ୍ରରେ ମଧ୍ୟ ବ୍ୟାପକ ଉନ୍ନତି ପରିଲକ୍ଷିତ ହେଉଛି। ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତା ଏବେ ରାଷ୍ଟ୍ରୀୟ ଓ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ଫ୍ଲଡ ଲାଇଟରେ ଆୟୋଜିତ କରାଯାଉଛି। ଏକମାତ୍ର ଲକ୍ଷ ହେଉଛି ଯୁବସମାଜକୁ ପ୍ରୋତ୍ସାହିତ କରିବା ଓ ବାଟକୁ ଆଣିବା।
ସେହିପରି ମହିଳାମାନଙ୍କ ଶୃଙ୍ଗାର ଓ ପ୍ରସାଧାନ ସାମଗ୍ରୀର ଲମ୍ବା ତାଲିକା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ହଳଦୀ ଓ ତେଲ ମଧ୍ୟରେ ଏବେ ପ୍ରସାଧନ ସିମୀତ ନୁହଁ। ବିଭିନ୍ନ ପ୍ରକାର ବାସ୍ନା ତେଲ, ଅତର ଓ କ୍ରିମ ଏବେ ବଜାରରେ ଉପଲବ୍ଧ। ପ୍ରସାଧନ ଓ ଶୃଙ୍ଗାର କଳା ଏବେ ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରି ପାରିଛି। ଏହା ବିଜ୍ଞାନର କରାମତି ନୁହେଁ କି?
ଦେଶର ସୀମା ସୁରକ୍ଷା ପାଇଁ ନୂତନ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ଟ୍ୟାଙ୍କର, ମିସାଇଲର ବ୍ୟବହାରରେ ଉନ୍ନତି ପରିଲକ୍ଷିତ ହେଉଛି, ଯାହା କେବଳ ସମ୍ଭବ ହୋଇଛି missaile man APJ ABDUL KALAM ଙ୍କ ଯୋଗୁଁ। ଭାରତ ମାତାଙ୍କ ଏହି ସୂପୁତ୍ରଙ୍କୁ କୋଟି ପ୍ରଣାମ। ଯେଉଁ ଭାରତ ଦିନେ ଫ୍ରାନ୍ସରୁ ଅସ୍ତ୍ରଶସ୍ତ୍ର କିଣୁଥିଲା, ସେହି ଫ୍ରାନ୍ସ ଏବେ ଭାରତରୁ ଏକ ନିର୍ଦ୍ଧିଷ୍ଟ ଯୁଦ୍ଧାସ୍ତ୍ର କିଣିବା ନିମନ୍ତେ ଚୁକ୍ତି ସ୍ଵାକ୍ଷରିତ ହୋଇଛି। ଭାରତ ବ୍ରହ୍ମୋସ ଯୁଦ୍ଧାସ୍ତ୍ର ବିଦେଶୀ ରାଷ୍ଟ୍ରଗୁଡ଼ିକୁ ବହୁ ମାତ୍ରାରେ ବିକ୍ରିକରିବା ନିମନ୍ତେ ଚୁକ୍ତି ସ୍ଵାକ୍ଷରିତ କରିଛି। ଏହା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ ନୁହେଁ କି?
ଶେଷରେ ଏତିକି କହିବି, ଜୟ ଯବାନ, ଜୟ କିଶାନ, ଜୟ ବିଜ୍ଞାନ!
🙏🙏🙏🙏🙏
@ବ୍ରହ୍ମେଶ୍ୱର ସାହୁ, ପୁରୁଣା ସହର, କେନ୍ଦୁଝର।
ମୋବାଇଲ: 94385 32068