logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ବାଲ୍ୟ ବିବାହ ମୁକ୍ତି ସଚେତନତା ରଥ ଉଦଘାଟିତ !



ଅନୁଗୋଳ,୨୮/୦୨:(ଧନଞ୍ଜୟ ନାୟକ ) ଭାରତ ସରକାରଙ୍କ ୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ଲକ୍ଷ୍ୟକୁ ସାକାର କରିବା ପାଇଁ ବିଶ୍ୱ ଯୁବ କେନ୍ଦ୍ର ଅନୁଗୋଳ ଓ ଜଷ୍ଟ ରାଇଟ୍ ଫର୍ ଚିଲ୍ଡରେନ୍ ଙ୍କ ମିଳିତ ଉଦ୍ୟମରେ ୨୦୨୩ ମସିହାରୁ ବାଲ୍ୟ ବିବାହ ନିଷେଧ ଅଭିଯାନ ଚାଲୁ ରହିଛି ! ଏହାର ଅଂଶ ଭାବେ ଆଜି ଅନୁଗୋଳର ବିଜୁ ମୈଦାନ ଠାରେ ବାଲ୍ୟ ବିବାହ ମୁକ୍ତ ସଚେତନତା ରଥକୁ ଉଦଘାଟନ କରାଯାଇଛି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ ! ସେହିପରି ରାଜ୍ୟର ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ନାୟକ, ଶିଳ୍ପ ଓ ଆଇଟି ମନ୍ତ୍ରୀ ସମ୍ପଦ ସ୍ୱାଇଁ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ! ବିଶ୍ୱ ଯୁବ କେନ୍ଦ୍ରର ସଭାପତି ବସନ୍ତ କୁମାର ପ୍ରଧାନ, ନିର୍ଦେଶକ ମନୋଜ କୁମାର ମହାପାତ୍ର ଓ ସହ ସମ୍ପାଦକ ଖିରେନ୍ଦ୍ର ମୋହନ ଦେହୁରୀ ଅତିଥିମାନଙ୍କୁ ପୁଷ୍ପାଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ ! ପରେ ମନ୍ତ୍ରୀମାନେ ପତାକା ଦେଖାଇ ସଚେତନତା ରଥକୁ ଉଦଘାଟନ କରିଥିଲେ ! ନିର୍ଦେଶକ ମନୋଜ କୁମାର ମହାପାତ୍ର କହିଥିଲେ ଯେ, ଆଜିଠାରୁ ଏହି ରଥ ଅନୁଗୋଳ ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ଓ ଗ୍ରାମ ସ୍ତରରେ ପରିଭ୍ରମଣ କରି ବାଲ୍ୟ ବିବାହ ବିରୋଧୀ ସଚେତନତା ବାର୍ତ୍ତା ପ୍ରଚାର କରିବ ! ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବୌଦ୍ଧ ଜିଲ୍ଲାରେ ଏହାର ସମାପନ ହେବ ! ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ଅଗସ୍ତି ବେହେରା ଓ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଦସ୍ତଖତ କରି ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ ସମର୍ଥନ ଜଣାଇଥିଲେ !
କାର୍ଯ୍ୟକ୍ରମକୁ ବିଶ୍ୱ ଯୁବ କେନ୍ଦ୍ରର କର୍ମକର୍ତ୍ତାମାନେ ସଫଳ କରିବାରେ ସହଯୋଗ କରିଥିଲେ !

1
134 views

Comment