logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

୩ ମାର୍ଚ୍ଚ ଚନ୍ଦ୍ରଗ୍ରହଣ ପାଇଁ ମନ୍ଦିର ସୂଚନା: ଭକ୍ତବୃନ୍ଦଙ୍କୁ ସହଯୋଗ ଅନୁରୋଧ

ବିଶେଷ ସୂଚନା
ଏତଦ୍ଵାରା ସମସ୍ତ ଭକ୍ତମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି କି ଓଡିଶା କୋହେନୂର ପ୍ରେସ୍ ପଞ୍ଜିକା ଅନୁଯାୟୀ ଆସନ୍ତା ତା.୦୩.୦୩.୨୦୨୬ରିଖ ମଙ୍ଗଳବାର ଦିନ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ସଂଘଠିତ ହେବ । ଏଣୁ ତା.୦୨.୦୩.୨୦୨୬ରିଖ ସୋମବାର ରାତ୍ରି ୩ଘ. ୨୦ ମି.ଠାରୁ ତା.୦୩.୦୩.୨୦୨୬ରିଖ ମଙ୍ଗଳବାର ସନ୍ଧ୍ୟା ୬ଘ. ୫୦ ମି. ପର୍ଯ୍ୟନ୍ତ ପାକତ୍ୟାଗ, ଦେବନୀତି ନିଷେଧ । ଏଣୁ ତା.୦୩.୦୩.୨୦୨୬ରିଖ ସନ୍ଧ୍ୟା ୬ଘ. ୫୦ ମି. ପର୍ଯ୍ୟନ୍ତ ମା’ ତାରିଣୀ ମନ୍ଦିର ଓ ଦୁଆରଶୁଣୀ ମନ୍ଦିର ବନ୍ଦ ରହିବ । ତା.୦୩.୦୩.୨୦୨୬ରିଖ ମଙ୍ଗଳବାର ପ୍ରସାଦାଳୟ ଓ ଶିବ ମନ୍ଦିର ସଂପୂର୍ଣ୍ଣ ବନ୍ଦ ରହିବ । ୬ଘ. ୫୦ ମି. ଗ୍ରହଣ ସର୍ବମୋକ୍ଷପରେ ମା’ ତାରିଣୀ ମନ୍ଦିର ଓ ଦୁଆରଶୁଣୀ ମନ୍ଦିର ମାର୍ଜଣା ବେଶ ପରେ ମନ୍ଦିର ଖୋଲା ଯିବ ଏବଂ ନିତିକାନ୍ତି ସରିବା ପରେ ମନ୍ଦିର ବନ୍ଦ କରାଯିବ । ଏଣୁ ଭକ୍ତବୃନ୍ଦ ଏଥିରେ ସହଯୋଗ କରିବାକୁ ଅନୁରୋଧ |

9
245 views

Comment