logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜାତୀୟ ବିଜ୍ଞାନ ଦିବସ ପାଳନ କଲା ସରସ୍ଵତୀ ବିଦ୍ୟାମନ୍ଦିର, ନାଲକୋ,ଦାମନଯୋଡି,କୋରାପୁଟ, ଓଡିଶା,ତା୨୮/୨/୨୬(ଶନିବାର)

ସରସ୍ଵତୀ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଦାମନଯୋଡ଼ି :- ତା ୨୮.୨.୨୦୨୬ ରିଖ ନାଲକୋ ଶିଳ୍ପାଞ୍ଚଳସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ପ୍ରେକ୍ଷ୍।ଳୟରେ ଆଜି ଜାତୀୟ ବିଜ୍ଞାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ହିନ୍ଦୁସ୍ଥାନ ଆରୋନେଟିକ୍ସ ଲିମିଟେଡର ସୁଖୋଇ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଇଁ ବିଶ୍ୱଜିତ୍ ଜେନା ଯୋଗ ଦେଇ ସି.ଭି. ରମଣଙ୍କ ତୈଳ ଚିତ୍ର ନିକଟରେ ଧୂପ ଦୀପ ଫୁଲ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶ୍ରୀ ଜେନା ପାୱାର ପଏଣ୍ଟ ମାଧ୍ୟମରେ ଶୁଖୋଇ ଲଡୁଆ ବିମାନର ଗଠନ,ଉଡାଣ ପ୍ରକ୍ରିୟା , ଉଡାଣ ସମୟ ଓ ଯାନ୍ତ୍ରିକ ତୃଟିର କାରଣ ଓ ନିରାକରଣ ଓ ଆଧୁନିକ ବିମାନର କାର୍ଯ୍ୟ ପ୍ରଣାଳୀ ବିଷୟରେ ସାରଗର୍ଭକ ସମ୍ଭାଷଣ ପ୍ରଦାନ କରିଥିଲେ। ଅଧକ୍ଷ ଡ଼ାଃ ଶୁଭ୍ରାଂଶୁ ଶେଖର ବାହିନୀପତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସମ୍ପାଦକ ଡ଼ଃ ଚିତରଞ୍ଜନ ମିଶ୍ର ଓ ଭାରପ୍ରାପ୍ତ ଉପାଧ୍ୟକ୍ଷ ପ୍ରଦୀପ କୁମାର ଜଗତି ଯୋଗଦେଇ ଏହି ଦିବସ ପାଳନ ର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ବିଜ୍ଞାନ ଦିବସ ଉପାଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ। ବରିଷ୍ଠ ବିଜ୍ଞାନ ଶିକ୍ଷୟତ୍ରୀ କଲ୍ୟାଣୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ପଲ୍ଲବୀ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ବୃନ୍ଦାବନ ଖଣ୍ଡିଆଳ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ବିଦ୍ୟାମନ୍ଦିର ତତଫରୁ ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

47
1436 views

Comment