logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅସହାୟ ପରିବାରକୁ ପଣ୍ଡାପଡା ମଣ୍ଡଳ ସଦସ୍ୟଙ୍କ ସହଯୋଗ।

ଅସହାୟ ପରିବାରକୁ ପଣ୍ଡାପଡା ମଣ୍ଡଳ ସଦସ୍ୟଙ୍କ ସହଯୋଗ।

ହରିଚନ୍ଦନପୁର, ୨୭।୦୨ (ଖଣ୍ଡାଧାର ନିଉଜ) ଦୁଃଖ ଯେତେବେଳ ଆସେ ସପରିବାର ସମେତ ସମସ୍ତ ବନ୍ଧୁବର୍ଗଙ୍କୁ ସଙ୍ଗରେ ନେଇ ଆସେ। ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଛି ଘଟଗାଁ ବ୍ଲକ ସୁନାଟାଙ୍ଗିରି ଗ୍ରାମ ପଞ୍ଚାୟତ ସୁନାଟାଙ୍ଗିରି ଗ୍ରାମରେ। ଏହି ଗାଁର ରାମ ନାଏକଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ପରିବାର ବେସାହାରା ହୋଇ ଯାଇଛନ୍ତି। ଫଳରେ ଦଶାହ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ପଣ୍ଡାପଡା ମଣ୍ଡଳ ସଭାପତି ଶାନ୍ତନୁ ଖିଲାରଙ୍କ ଅଧକ୍ଷତାରେ ସମସ୍ତ ସଦସ୍ୟ ମିଳିତ ସହଯୋଗରେ ଖାଦ୍ୟ ସାମଗ୍ରୀ ଓ ଆବଶ୍ଯକ ଅର୍ଥ ସହଯୋଗ କରିଛନ୍ତି। ପ୍ରକାଶ ଥାଉକି ରାମ ଦିନ ମଜୁରିଆ ଭାବେ କାମକରି ପୂର୍ବରୁ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଅତି ଦୁଃଖର ବିଷୟ ତାଙ୍କୁ କୀଡୀନି ଜନିତ ରୋଗରେ ସଂକ୍ରମିତ ହୋଇ ଥିବାରୁ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ବଡ଼ ଝିଅ ପିଙ୍କି ନାଏକ ଏବଂ ସାନ ପୁଅ ଗଜ ନାଏକ ଅର୍ଥ ବାଧକ ଯୋଗୁଁ ପାଠ ପଢା ବନ୍ଦ କରି ଦିନ ମଜୁରୀଆ ଭାବେ କାର୍ଯ୍ୟକରି ପରିବାରର ପ୍ରତିପୋଷଣ କରୁଛନ୍ତି। ସାନ ଝିଅ ସପ୍ତମ ଶ୍ରେଣୀରେ ପଢୁଛି। ଏଥିପ୍ରତି ପ୍ରଶାସନ ଟିକେ ଦୃଷ୍ଟି ଦେଲେ ବେସାହାରା ଛୁଆମାନଙ୍କୁ ଉଚିତ ମାର୍ଗ ମିଳି ଯାଆନ୍ତା ବୋଲି ଉକ୍ତ ଅଞ୍ଚଳର ଅଧିବାସୀଗଣ ମତବ୍ୟକ୍ତ କରିଛନ୍ତି।

ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ।

5
514 views

Comment