logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭିଜି ଟ୍ରଫି (VIZZY TROPHY) କ୍ରିକେଟ ଟୁର୍ଣ୍ଣମେଣ୍ଟରେ ଇଷ୍ଟ୍ ଜୋନ୍ ଟିମ୍ ରୁ ଖେଳିବେ କେନ୍ଦୁଝରର ସାର୍ଥକ।

ଭିଜି ଟ୍ରଫି (VIZZY TROPHY) କ୍ରିକେଟ ଟୁର୍ଣ୍ଣମେଣ୍ଟରେ ଇଷ୍ଟ୍ ଜୋନ୍ ଟିମ୍ ରୁ ଖେଳିବେ କେନ୍ଦୁଝରର ସାର୍ଥକ।

କେନ୍ଦୁଝର -୨୭.୦୨(ଖଣ୍ଡାଧାର ନିୟୁଜ) ବିସିସିଆଇ (ବୋର୍ଡ ଅଫ କଣ୍ଟ୍ରୋଲ ଫର୍ କ୍ରିକେଟ ଇନ୍ ଇଣ୍ଡିଆ) ଆନୁକୁଲ୍ୟରେ ଆୟୋଜିତ ଜାତୀୟସ୍ତରୀୟ ଆନ୍ତବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ “ଭିଜି ଟ୍ରଫି” (VIZZY TROPHY) ରେ ଇଷ୍ଟ ଜୋନ୍ ତରଫରୁ ଖେଳିବା ପାଇଁ କେନ୍ଦୁଝରର ଉଦୀୟମାନ ତରୁଣ କ୍ରିକେଟ ଖେଳାଳୀ ସାର୍ଥକ ସ୍ୱୟଂପ୍ରକାଶ ଚୟନ ହୋଇଛନ୍ତି । ମାର୍ଚ୍ଚ ୧ ତାରିଖରୁ ଗୋଆରେ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଇଷ୍ଟ୍ ଜୋନ୍ ସହିତ ୱେଷ୍ଟ ଜୋନ୍, ନର୍ଥ ଜୋନ ଓ ସାଉଥ୍ ଜୋନ୍ ଅଂଶ ଗ୍ରହଣ କରିବେ । ସୂଚନା ଯୋଗ୍ୟ ଯେ ୨୦୨୪ ଓ ୨୦୨୫ବର୍ଷରେ ସାର୍ଥକ ଓଡ଼ିଶା ରାଜ୍ୟ ଅଣ୍ଡର -୧୯ କ୍ରିକେଟ୍ ଟିମ୍ ରେ ସାମିଲ୍ ହୋଇ କୁଚ ବିହାର ଟ୍ରଫିରେ ଖେଳିଛନ୍ତି । ୨୦୨୧ ମସିହାରେ ଅଣ୍ଡର-୧୬ ଓଡ଼ିଶା ରାଜ୍ୟ କ୍ରିକେଟ୍ ଟିମ୍ ରେ ବିଜୟ ମରଚାଣ୍ଟ ଟ୍ରଫି ରେ ଖେଳିବା ପାଇଁ ସାମିଲ ହୋଇଥିଲେ ! ସାର୍ଥକ ନିର୍ମଳା କନଭେନ୍ଟ ସ୍କୁଲ କେନ୍ଦୁଝରରୁ ମାଟ୍ରିକ ପାସ କରିବା ପରେ ରେଭେନସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଟକରେ ଯୁକ୍ତ ଦୁଇ ପଢ଼ିଥିଲେ ଏବଂ ବର୍ତ୍ତମାନ ରେଭେନସା ୟୁନିଭରସିଟି କଟକର +୩ ପ୍ରଥମବର୍ଷ କଳାରେ ଅଧ୍ୟୟନରତ ଏବଂ ଚଳିତ ବର୍ଷ ରେଭେନ୍ସା ବିଶ୍ଵବିଦ୍ୟାଳୟ କ୍ରିକେଟ୍ ଟିମ୍ ର ଅଧିନାୟକ ମଧ୍ୟ ହୋଇଛନ୍ତି ! ସାର୍ଥକ ବରିଷ୍ଠ ପ୍ରଶିକ୍ଷକ ଗିରୀଶ ଚନ୍ଦ୍ର ହୋତା ଏବଂ ବୋଦାପଳସା କ୍ରିକେଟ କ୍ଲବର ବରିଷ୍ଠ ପ୍ରଶିକ୍ଷକ ତଥା ମାର୍ଗଦର୍ଶକ ସୁଧାଂଶୁ ନାୟକଙ୍କ ପ୍ରତ୍ୟକ୍ଷ ପ୍ରଶିକ୍ଷଣ ଦ୍ୱାରା ଇଷ୍ଟ ଜୋନ୍ ଟିମ୍ ରେ ସ୍ଥାନ ପାଇ ବେଶ ଖୁସି ଅଛନ୍ତି। ସୂଚନା ଅନୁଯାୟୀ ଭିଜି ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଇଷ୍ଟ ଜୋନ୍ ତତଫରୁ ଖେଳିବାରେ ସାର୍ଥକ କେନ୍ଦୁଝର ଜିଲ୍ଳାର ପ୍ରଥମ ଖେଳାଳୀ !
ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ସଂଜୀବ ବାରିକ ଏବଂ ରଂଜିତା ବାରିକଙ୍କ କନିଷ୍ଠ ପୁତ୍ର ସାର୍ଥକଙ୍କୁ ଏହି ସଫଳତା ପାଇଁ କେନ୍ଦୁଝର ଜିଲ୍ଲା କ୍ରୀଡ଼ା ସଂସ୍ଥାର ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ତରଫରୁ ତାଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

15
3623 views

Comment