logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝରଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ବେଣୁଧର ନାଏକ ଙ୍କୁ ଅବସର କାଳୀନ ବିଦାୟ।

କେନ୍ଦୁଝରଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ବେଣୁଧର ନାଏକ ଙ୍କୁ ଅବସର କାଳୀନ ବିଦାୟ।

କେନ୍ଦୁଝର:୨୭/୦୨ (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ସଦରମହକୁମା ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଶ୍ରୀ ବେଣୁଧର ନାଏକ (୪ର୍ଥ ଶ୍ରେଣୀ କର୍ମଚାରୀ) ଙ୍କୁ ଆଜି ତାଙ୍କର ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି। ବେଣୁଧର ନାଏକ ତାଙ୍କର ୨୯ବର୍ଷ ୬ମାସ ୧୯ ଦିନ ସରକାରୀ କାର୍ଯ୍ୟକାଳରେ ନିରବଚ୍ଛିନ୍ନ ସରକାରୀ ସେବା ସୂଚାରୁରୂପେ ପ୍ରଦାନ କରିବା ସହିତ ବିଭିନ୍ନ ମହଲରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି। ବେଣୁଧର ନାଏକ ତାଙ୍କର ସରକାରୀ କାର୍ଯ୍ୟକାଳରେ ବିଭାଗର ସମସ୍ତ ପଦାଧିକାରୀ ଓ ବରିଷ୍ଠ କର୍ମଚାରୀମାନଙ୍କ ସହିତ ପୂର୍ଣ୍ଣ ସମର୍ପଣ ଓ ନିଷ୍ଠାପର ଭାବରେ କାର୍ଯ୍ୟ ତୁଲାଇଥିଲେ। ବେଣୁଧର ନାଏକ ତା୧୩/୦୮/୧୯୯୬ ମସିହାରେ ତାଙ୍କର ସରକାରୀ ଚାକିରୀ କେନ୍ଦୁଝରଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ହିଁ ଆରମ୍ଭ କରି ଆଜି ସେହି କାର୍ଯ୍ୟାଳୟ ରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କଲେ। ଏହି ଚାକିରୀ ସମୟ ଅବଧି ମଧ୍ଯରେ ଉପଖଣ୍ଡରେ ଅନେକ ଲୋକଙ୍କ ସହିତ କଥାବାର୍ତ୍ତା ଅତି ମିଷ୍ଟ ଭାଷି ଓ ମେଳାପୀ କାରଣରୁ ଅନେକଙ୍କ ମନରେ ତାଙ୍କ ପ୍ରତି ଭଲପାଇବା ରହିଛି। ତାଙ୍କର ଅବସର କାଳୀନ ବିଦାୟ ସମୟରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ଦଳେଇ ବେଣୁଧର ନାଏକ ଙ୍କର ନିସ୍ବାର୍ଥପର ସେବା ପ୍ରଦାନ ପାଇଁ ପ୍ରଶଂସା କରିବା ସହିତ ତାଙ୍କର ବାକି ଜୀବନକାଳ ସୁଖମୟ ହେଉବୋଲି ଆଶାବ୍ୟକ୍ତ କରିଛନ୍ତି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର କାର୍ଯ୍ୟରତ ସମସ୍ତ ପଦାଧିକାରୀ ଓ କର୍ମଚାରୀ ସମୁହ ବେଣୁଧର ନାଏକ ଙ୍କର ଅବସର କାଳୀନ ବିଦାୟ ସଭାରେ ଉପସ୍ଥିତ ରହି ତାଙ୍କର ସେବ କାର୍ଯ୍ୟର ପ୍ରଶଂସା ଗାନ କରିଥିଲେ।

13
666 views

Comment