logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପାଇଖାନା ଗୃହରେ ବିତୁଛି ବିଧବା ପତି ବେହେରାଙ୍କ ଜୀବନ!

ପାଇଖାନା ଗୃହରେ ବିତୁଛି ବିଧବା ପତି ବେହେରାଙ୍କ ଜୀବନ

କେବେ ପ୍ରଶାସନର ଦୃଷ୍ଟି ପଡିବ ଦେଖିବାକୁ ବାକି ରହିଲା

ଚମ୍ପୁଆ -୨୭/୦୨(ଖଣ୍ଡାଧାର ନିୟୁଜ) ଚମ୍ପୁଆ ବ୍ଲକ ଜ୍ୟୋତିପୁର ପଞ୍ଚାୟତ ଅନ୍ତର୍ଗତ ଜ୍ୟୋତିପୁର ଡମସାହିରେ ପତି ବେହେରାଙ୍କ ଘର l ଗ୍ରାମର ସ୍ବର୍ଗତ ସନ୍ତୋଷ ବେହେରାଙ୍କ ସ୍ତ୍ରୀ ପତି ବେହେରା (ବୟସ ୫୧) ମୁଲ,ମଜୁରୀ କରି ଦୁଇ ସ୍ଵlମୀ, ସ୍ତ୍ରୀ କୌଣସି ମତେ ଚଳି ଯାଉଥିଲେ, ହେଲେ ସ୍ୱାମୀ କିଛି ବର୍ଷ ଆଗରୁ ଆରପାରିକୁ ଚାଲିଯିବା ପରେ ସେ ଏକୁଟିଆ ହୋଇ ଯାଇଥିଲେ। ପୂର୍ବରୁ ଥିବା ଝାଟି ମାଟି ଘରଟିକୁ ପୁନର୍ବାର ସଜାଡିବାକୁ ଅଣ୍ଟାରେ ବଳ ନ ଥିବାରୁ ତାହା ଧୀରେ ଧୀରେ ଭାଙ୍ଗି ପଡିଥିଲା। ସରକାରୀ ଯୋଜନାରେ ହୋଇଥିବା ପାଇଖାନା ଗୃହ ହିଁ ଥିଲା ପତି ବେହେରାଙ୍କ ଏକ ମାତ୍ର ଭରସା। ସେଇ ଦିନଠାରୁ ବର୍ଷ ବର୍ଷ ଧରି ପତି ପାଇଖାନା ଗୃହରେ ମୁଣ୍ଡ ଗୁଞ୍ଜି ରହି ଆସୁଥିଲେ ମଧ୍ୟ ଗ୍ରାମର ୱାଡ଼ ମେମ୍ବର କି ସରପଞ୍ଚ ନା ଚମ୍ପୁଆ ବ୍ଲକ ପ୍ରଶାସନର କୌଣସି ଅଧିକାରୀଙ୍କ ଦୃଷ୍ଟି ପଡି ପାରି ନ ଥିଲା। ତାଙ୍କୁ ନା ମିଳୁଛି ବିଧବା ଭତ୍ତା, ନା ମିଳୁଛି ସୁଭଦ୍ରା ଯୋଜନା। ସରକାରଙ୍କ ଯୋଜନା ଉପରେ ଯୋଜନା ସବୁ ସତେ ଯେମିତି ତା,ପାଇଁ ସାତ ସପନ। ଏପର୍ଯ୍ୟନ୍ତ ତାଙ୍କୁ ଆବାସ ଯୋଜନାରେ ବାସଗୃହ ଖଣ୍ଡେ ମଧ୍ୟ ମିଳି ପାରି ନାହିଁ, ଯାହା ଫଳରେ ସେ ପାଇଖାନା ଗୃହରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣା ବିଧାୟକ ପ୍ରତିନିଧି ସମାଜସେବୀ ଭାବଗ୍ରାହୀ ମହାନ୍ତ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓ ଚମ୍ପୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମୃତିରଞ୍ଜନ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ସମସ୍ତ କଥା ବୁଝାବୁଝି କରି ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ଆଗାମୀ ଦିନରେ ସରକାରୀ ସୁବିଧା ଯେପରି ତାଙ୍କ ପାଖରେ ପହଞ୍ଚିବ ତାର ବ୍ୟବସ୍ଥା କରିବେ ବୋଲି କହିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ନିଃସହାୟ ମହିଳାଙ୍କ ପ୍ରତି ଚମ୍ପୁଆ ପ୍ରଶାସନ ଏତେ ଦିନ ଧରି କାହିଁକି ନଜର ନଜର ପକାଇ ନ ଥିଲା l ଏଠି କଣ ଖାଲି ଥିଲା ଵାଲା ସବୁ ଯୋଜନାରେ ଭାଗିଦାର
ହେବେ,ଆଉ ନ ଥିଲା ଵାଲା ପେଟରେ ଓଦା କନାଦେଇ ପାଇଖାନା ଭିତରେ ଶୋଇବେ? ତେବେ କାହା ଅବହେଳା ପାଇଁ ଆଜି ପତି ବେହେରାଙ୍କ ପରି ଜଣେ ଅସହାୟ ମହିଳା ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ହୋଇ ପାଇଖାନା ଗୃହରେ ଆଶ୍ରୟ ନେଇଛନ୍ତି ତା ଉପରେ ପ୍ରଶାସନ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଅନ୍ତ୍ୟୋର୍ଦୋୟ ଅନ୍ନପୂର୍ଣ୍ଣା ଯୋଜନାରେ ଅନ୍ତର୍ଭୁକ୍ତ କରି ୩୫ କେଜି ଚାଉଳ,ବିଧବା ଭତ୍ତା, ସୁଭଦ୍ରା ଯୋଜନାରେ ସାମିଲ କରି ଯୋଜନାର ସମସ୍ତ ପ୍ରାପ୍ୟ ,ପରିବାର ମଙ୍ଗଳ ଯୋଜନାର ଅର୍ଥରାଶି ଆଦି ଯୋଜନାର ପ୍ରାପ୍ୟ ପ୍ରଦାନ କରିବା ଦିଗରେ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତଦନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।

ମନୋଜ ପଟେଲଙ୍କ ରିପୋର୍ଟ।

25
748 views

Comment