logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ମାର୍ଚ୍ଚ, ୨୦୨୬ ନିମନ୍ତେ ଅଭିଯୋଗ ଜନଶୁଣାଣିର କାର୍ଯ୍ୟସୂଚୀ।

କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ମାର୍ଚ୍ଚ, ୨୦୨୬ ନିମନ୍ତେ ଅଭିଯୋଗ ଜନଶୁଣାଣିର କାର୍ଯ୍ୟସୂଚୀ।

କେନ୍ଦୁଝର:୨୭/୦୨, (ଖଣ୍ଡାଧାର ନିଉଜ) ଜିଲ୍ଲା ପ୍ରଶାସନ ତରଫରୁ ମାର୍ଚ୍ଚ ମାସର ଅଭିଯୋଗ ଜନଶୁଣାଣିର କାର୍ଯ୍ୟସୂଚୀ ପ୍ରକାଶିତ ହୋଇଅଛି। ତା:୦୨/୦୩/୨୦୨୬ (ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦରବାର ହଲ୍ ରେ ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତା:୦୯/୦୩/୨୦୨୬ (ସୋମବାର) ସାହାରପଡା ବ୍ଲକ କାର୍ଯ୍ୟାଳୟ ରେ, ତା:୧୬/୦୩/୨୦୨୬ (ସୋମବାର) ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟ ରେ, ତା:୨୩/୦୩/୨୦୨୬ (ସୋମବାର) ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟ ରେ ଏବଂ ତା:୩୦/୦୩/୨୦୨୬ (ସୋମବାର) ବାଂଶପାଳ ବ୍ଲକ କାର୍ଯ୍ୟାଳୟ ରେ ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରକାଶିତ କରାଯାଇଅଛି। ସମସ୍ତ ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଘଟିକା ରୁ ଅପରାହ୍ନ ୧ ଘଟିକା ମଧ୍ୟରେ ଆୟୋଜନ କରାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ଦ୍ବାରା ଅବଗତ କରାଯାଇଛି।

8
419 views

Comment