ଯୋଗେନ୍ଦ୍ର ଦାସ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଓ ଶୋକ ବାର୍ତ୍ତା!
ଶ୍ରଦ୍ଧାଞ୍ଜଳି ଓ ଶୋକ ବାର୍ତ୍ତା
******
କେନ୍ଦୁଝର:୨୭/୦୨ (ଖଣ୍ଡାଧାର ନିଉଜ) ଦୁଃଖ ର କଥା, କେନ୍ଦୁଝର ସହରର ପୁରୁଣା ବଜାର ସ୍ଥିତ ଗୁଣ୍ଡିଚା ସାହି ର ଖ୍ୟାତନାମା ବର୍ଷୀୟାନ୍ ଜ୍ୟୋତିଷ ଵିଷାରଦ ଯୋଗେନ୍ଦ୍ର ନାଥ ଦାସଙ୍କ ଆଜି ସକାଳେ ବିୟୋଗ ଘଟିଛି । କେନ୍ଦୁଝର ରାଜାରାଜୁଡ଼ା ଶାସନ କାଳରୁ ତାଙ୍କ ପିତା ଓ ପିତାମହ ମଧ୍ୟ ତନ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ରର ପାରଙ୍ଗମ ଥିଲେ।
ଏଣୁ ଉତ୍ତରାଧିକାରୀ ସୂତ୍ରରେ, ସେ ଷ୍ଟେଟ୍ ବ୍ୟାଙ୍କ୍ ରେ ଚାକିରି କରୁଥିଲେ ସୁଦ୍ଧା ଜ୍ୟୋତିଷ ବିଦ୍ୟା ରେ ଗଭୀର ଗବେଷଣା ଓ ସାଧନା କରି ରାଜ୍ୟ ଓ ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ, ଉପାଧି ହାସଲ କରି ସୁନାମ ଅର୍ଜନ କରିଥିଲେ। ଏହାବ୍ୟତୀତ ବହୁ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଥିଲେ । ତାଙ୍କ ବିୟୋଗରେ ଏକ ପୁରୁଣା ପିଢ଼ି ଲୋପ ପାଇଗଲା। କେନ୍ଦୁଝର ରାଜାରାଜୁଡ଼ା ଶାସନ ସମୟର ଅନେକ ଅଜଣା କଥା, କିମ୍ବଦନ୍ତୀ ଓ ରୋମାଞ୍ଚକର ତଥ୍ୟ ସବୁ ଗବେଷକ ଓ ଐତିହାସିକ ତାଙ୍କ ଠାରୁ ସଂଗ୍ରହ କରୁଥିଲେ।
ସେ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ, ପ୍ରତିଭା ଓ ସାଧକ ଥିଲେ।
ସ୍ୱର୍ଗତ ଯୋଗେନ୍ଦ୍ର ଦାସ ଙ୍କଭଳି ସାଧକ, ଜ୍ୟୋତିଷ ଶାସ୍ତ୍ରର ପଣ୍ଡିତଙ୍କ ସ୍ଥାନ ଅପୂରଣୀୟ। ବ୍ୟାଙ୍କ ରେ ବରିଷ୍ଠ ସହକର୍ମୀ ତଥା ମୋର ସାହିତ୍ୟ ସାାଧନା ର ସେ ବଡ଼ ଉଚ୍ଚ ପ୍ରଶଂସକ ଥିଲେ। ମୋ ବ୍ୟକ୍ତିବତ ଜୀବନର ସେ ଥିଲେ ହିତଚିନ୍ତକ ଓ ମାର୍ଗ ଦର୍ଶକ। ତାଙ୍କ ବିୟୋଗ ମୋ ପାଇଁ ବିରାଟ କ୍ଷତି। ତାଙ୍କ ମହାନ୍ ଆତ୍ମା ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ତାଙ୍କ ତିନିପୁତ୍ର ଓ ଶୋକସନ୍ତପ୍ତ ପରିବାରବର୍ଗ କୁ ଗଭୀର ସମବେଦନା ଜଣାଉଛି।
ଭରତ ପାତ୍ର
ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ,
ପାର୍କ ରୋଡ଼, କେନ୍ଦୁଝର ଗଡ
ମୋବାଇଲ: 94371 19735