logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର ପଥ ପ୍ରାନ୍ତେ..."ଗ୍ରାମାଞ୍ଚଳ କ୍ରୀଡାର ଅଧୋଗତି"।

*କେନ୍ଦୁଝର ପଥ ପ୍ରାନ୍ତେ.......*
*"ଗ୍ରାମାଞ୍ଚଳ କ୍ରୀଡାର ଅଧୋଗତି"*
*ଶ୍ରୀ ଡମ୍ବରୁ ମହାନ୍ତ*

ସମ୍ପ୍ରତି କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଗ୍ରାମାଞ୍ଚଳରେ ଫୁଟବଲ ଓ କ୍ରିକେଟ ଟୁର୍ନାମେଣ୍ଟ ମାନ ଆୟୋଜିତ ହେଉଛି l ଯଦିଓ ଗାଁ ଗହଳିର କ୍ରୀଡା ପ୍ରତିଭାର ବିକାଶ ହେବାକଥା ତାହା ପରିଲକ୍ଷିତ ହେଉନି l କିଞ୍ଚିତ ଅନୁଷ୍ଠାନ ନିୟମ ଭିତରେ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରୁଥିବା ବେଳେ ୮୦% ଭାଗ ଅନୁଷ୍ଠାନ ଟୁର୍ନାମେଣ୍ଟ ନାଁରେ ନିଜ ସ୍ଵlର୍ଥ ସାଧନରେ ବ୍ୟସ୍ତ ଅଛନ୍ତି l ସେମାନଙ୍କ ଅନୁଷ୍ଠାନ ପଞ୍ଜିକୃତ ନୁହେଁ l ପୁରସ୍କାର ରାଶି ବାବଦକୁ ୮ ହଜାର ଟଙ୍କାରୁ ଆରମ୍ଭ କରି ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଛାଉ ନାହାଁନ୍ତି l ପୁରସ୍କାର ରାଶି ଠାରୁ ଟେଣ୍ଟ, ସାଉଣ୍ଡ ପ୍ରସାର ପ୍ରଚାର ପାଇଁ ସ୍ଥାନୀୟ ନେତା, କଣ୍ଟ୍ରାକ୍ଟର ଠାରୁ ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ଆୟୋଜକ ମାନେ ନିଜ ପକେଟ ଗରମ କରନ୍ତି l ମଦ ମାଂସ ଭୋଜିରେ ଅପାୟିତ ହୁଅନ୍ତି l ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ତଥା ପ୍ରବଳ ଜନସମାବେଶ ପାଇଁ ଚିୟସ୍ ଗାର୍ଲ ଆଣି ନୃତ୍ୟ ସଂଗୀତର ବ୍ୟବସ୍ଥା ହେଉଥିବା ଦେଖିବାକୁ ମିଳୁଛି l ଏଭଳି କାର୍ଯ୍ୟକ୍ରମ ଆୟୋଜନରେ କ'ଣ ଗ୍ରାମାଞ୍ଚଳରେ ଖେଳ ଓ ଖେଳାଳୀଙ୍କ ଉନ୍ନତି ହେଉଛି ?
କେବେ ନୁହେଁ ! ଖେଳରେ ଜିତି ଚାମ୍ପିଅନ ହେବା ଆଶାରେ ଅନେକ ଦଳ ସ୍ଥାନୀୟ ଖେଳାଳୀଙ୍କୁ ଛାଡି ଜିଲ୍ଲା ତଥା ରାଜ୍ୟ ବାହାରର‌ ଖେଳାଳୀଙ୍କୁ ଭଡାରେ ଆଣି ଖେଳ ଖେଳା ଯାଉଛି l ଯାହା ଫଳରେ ସେଇ ଗାଁ' ର ଯୁବକ ସଙ୍ଘ ତଥା ଗ୍ରାମରେ ରହିଥିବା ଖେଳାଳୀ ମାନଙ୍କ ପ୍ରତିଭାର ବିକାଶ ହେଉନି l ଗାଁ' ନାମ ହିସାବରେ
ଦଳର ନାମ ହେଉଛି ସତ, କିନ୍ତୁ ଖେଳାଳୀ ବାହାରୁ ଭଡାରେ ଆସି ଖେଳୁଛନ୍ତି l ସେଇ ଗାଁ' ବା ଯୁବକ ସଙ୍ଘର ଖେଳାଳୀ ମାନେ ଖେଳ ଖେଳୁଛନ୍ତି କି ନାହିଁ ଜାଣିବା ପାଇଁ ପ୍ରତ୍ୟେକ ଆୟୋଜକ କମିଟି ଖେଳାଳୀ ମାନଙ୍କ ପରିଚୟ ପତ୍ର, ବାସିନ୍ଦା ପ୍ରମାଣ ପତ୍ରକୁ ତଦାରଖ କରିବା ଜରୁରୀ l ସେମିତି ହେଲେ ପ୍ରକୃତ ଖେଳାଳୀମାନେ ଚିହ୍ନଟ ହୋଇ ପାରନ୍ତେ ଓ ବିଶୃଙ୍ଖଳା ହୁଅନ୍ତା ନାହିଁ l ଆୟୋଜକ ମାନେ ଏଥିପାଇଁ ଚିନ୍ତା କରିବେ କି ?
ଯେଉଁ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ମୋଟା ଅଙ୍କର ଅର୍ଥ ହାସଲ କରାଯାଇ ଥାଏ ତାଙ୍କୁ ଉଦଘାଟନ ଓ ଉଦଯାପନ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି, ବକ୍ତା ଭାବେ ନିମନ୍ତିତ କରାଯାଇଥାଏ l ନେତା, ମନ୍ତ୍ରୀ, ସ୍ଥାନୀୟ କଥା କଥିତ ସମାଜସେବୀ ମାନେ ନିଜର ପତିଆରା ବୃଦ୍ଧି ସହିତ ନିଜ ତଥା ନିଜ ଦଳର ସମର୍ଥକ ମାନଙ୍କୁ ଏକାଠି କରିବାର ସହଜ ଉପାୟ ହେଉଛି ଟୁର୍ଣ୍ଣାମେଣ୍ଟରେ ଅତିଥି ହେବା l ଏହାକୁ ସେମାନେ ସୁଯୋଗର ସଦବ୍ୟବହାର ସୁଚିନ୍ତିତ ଉପାୟରେ କରିଥାନ୍ତି l ପ୍ରକୃତ ଖେଳାଳୀ ମାନେ ଉପକୃତ ହେଲେ କେତେ ନ ହେଲେ କେତେ ସେଥିରେ ତାଙ୍କର ଯାଏ ଆସେନି l
ଆୟୋଜକ ତଥା ନେତା ସମାଜସେବୀ ମାନଙ୍କୁ ଆମର ଅନୁରୋଧ ଯଦି ପ୍ରକୃତରେ ଖେଳ ଓ ଖେଳାଳୀ ତଥା ଗ୍ରାମାଞ୍ଚଳ କ୍ରୀଡାର ବିକାଶ ଚାହୁଁଥାନ୍ତି ତେବେ ନିଜର ମାନସିକତା-ଆଭିମୁଖ୍ୟ ବଦଳାନ୍ତୁ ଏବଂ କେନ୍ଦୁଝର କ୍ରୀଡାର ଗୌରବ ବୃଦ୍ଧିରେ ସହାୟକ ହୁଅନ୍ତୁ l

*ପରିଚାଳନା ସମ୍ପାଦକ "ଖଣ୍ଡାଧାର",* *ସଂଜୀବନୀ ସାହିତ୍ୟ ସଂସଦ, ଭଣ୍ଡା,* *ଚମ୍ପୁଆ, କେନ୍ଦୁଝର -758044 ( ଓଡିଶା )*

13
5009 views

Comment