ଖବର ଆଜିର, ୨୮ ଫେବ୍ରୁଆରୀ, ଶନିବାର
*ଖବର ଆଜିର, ୨୮ ଫେବ୍ରୁଆରୀ, ଶନିବାର*
===================
ବିଜେଡି-ବିଜେପିରେ ଛକାପଞ୍ଝା। ରାଜ୍ୟସଭା ଉତ୍କଣ୍ଠା ବଢ଼ୁଛି, ବିଜେପି ୩ ଆସନ ହାତେଇବା ସମ୍ଭାବନା।
ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାରେ ଇକୋ ଟୁରିଜମ୍ ବିକାଶ ଲାଗି ଖର୍ଚ୍ଚ ହେବ ଦେଢ଼ କୋଟି।
ମେ ମାସ ପନ୍ଦର ତାରିଖ ପୂର୍ବରୁ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳାଫଳ।
ମାର୍ଚ୍ଚ ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟରେ ଏଫ୍ଆଇଭିବି ବିଶ୍ୱ ବିଚ୍ ଭଲିବଲ୍ ପ୍ରତିଯୋଗିତା ହେବ।
ଆସୁନାହିଁ ସରକାରୀ ଅନୁଦାନ। ନୟାଗଡରେ ପାଞ୍ଚମାସ ହେବ ଧାର କରଜ କରି ଅଙ୍ଗନବାଡ଼ି ଚଳାଉଛନ୍ତି କର୍ମୀ।
ଭଦ୍ରକ ଜିଲ୍ଲାରେ ଶିଶୁ ବାଟିକାରେ ସେବିକା ନିଯୁକ୍ତି ହେଲା ନାହିଁ। ଶିକ୍ଷା ବର୍ଷ ଶେଷ ହେବାକୁ ଦୁଇ ମାସ, କୁନି ପିଲାଙ୍କ ଭବିଷ୍ୟତ ଅନ୍ଧାର।
ଭୁବନେଶ୍ୱର ବିଏମସି ଅଞ୍ଚଳରେ ବିନା ଅନୁମତିରେ ହୋର୍ଡିଂ ଲାଗିପାରିବ ନାହିଁ। ସୂଚନା ଦେଲେ କର୍ପୋରେଟର ପ୍ରୀତିନନ୍ଦା।
ବ୍ରହ୍ମପୁରରେ ବ୍ୟବସାୟୀ ଓ ବିଲଡରଙ୍କ ଘରେ ଇଡି ରେଡ୍, ରାଜନୀତିକୁ କେନ୍ଦ୍ର କରି ଚଢଉ ହୋଇଥିବା ସନ୍ଦେହ।
ଓଡ଼ିଆ ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାରେ ଅଭିଯୁକ୍ତ ସ୍ୱାମୀ ଲିପନଙ୍କୁ ଆଜୀବନ କାରାଦଣ୍ଡ।
କନ୍ଧମାଳ ଜିଲ୍ଲାରେ ପୁଣି ତିରିଶ କୋଟିର ଗଞ୍ଜେଇ ଜବତ। କିନ୍ତୁ ଗଞ୍ଜେଇ ମାଫିଆକୁ ଗିରଫ କରିପାରୁନି ପୁଲିସ।
ଫୁଲବାଣୀ ସହରରେ ପୁଲିସ କନଷ୍ଟେବଳଙ୍କୁ ଦିନ ଦ୍ବିପ୍ରହରରେ ଦୁଇ ଜଣ ମଦ୍ୟପ ଯୁବକଙ୍କ ମରଣାନ୍ତକ ଆକ୍ରମଣ।
ବାଲେଶ୍ବର ସିଂଲା ଥାନା ଅଞ୍ଚଳରେ ଜଣେ ସ୍କୁଲ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଶିକ୍ଷକ ଅଟକ।
କେନ୍ଦ୍ରାପଡ଼ା କୋରଡ଼ା ଗଡ଼ରେ ଆରଆଇ ପଟ୍ଟା ସଂଶୋଧନ କରିବାକୁ ନେଉଥିଲେ ୫ ହଜାର, ଧରାପଡିଲେ।
ପାରାଦ୍ୱୀପରେ ଛାତରୁ ପଡ଼ି ସ୍ଥାନୀୟ ଯୁବତୀଙ୍କ ମୃତ୍ୟୁ ମାମଲାରେ ବିହାରୀ ଯୁବକ ଓ ଭଡ଼ାଟିଆ ଗିରଫ।
ପୋଲିସ ପିସିଆର ଭ୍ୟାନ କର୍ମଚାରୀଙ୍କ ଉପରେ କଟକଣା। ଅଭିଯୋଗ ଆସିଲେ ନିଲମ୍ବିତ ହେବେ।
କଲିକତାରେ ଶକ୍ତିଶାଳୀ ଭୂକମ୍ପ। କିଛି ପୁରୁଣା ଘର ସାମାନ୍ୟ ଫାଟିଗଲା।
ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ଗିରଫଦାରୀ ଉପରେ ଆହ୍ଲାବାଦ ହାଇକୋର୍ଟଙ୍କ ରୋକ ଲାଗିଲା ।
ହରିୟାଣାରେ ସଚିବାଳୟର ୬ ମହଲା କୋଠାରୁ ଡେଇଁ ସରକାରଙ୍କ ସଚିବ ପାହ୍ୟା ଅଧିକାରୀଙ୍କ ଆତ୍ମହତ୍ୟା।
ଟି ୨୦ ବିଶ୍ୱକପରେ ଇଂଲଣ୍ଡ ଠାରୁ ୪ ଓ୍ବିକେଟ୍ ରେ ନ୍ୟୁଜିଲାଣ୍ଡ ପରାସ୍ତ।
ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମିଛ କେଶରୁ କେଜ୍ରିୱାଲ ଓ ସିସୋଦିଆଙ୍କ ସମେତ ୨୩ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ।
ବାୟୁସେନାର ଲଢୁଆ ହେଲିକପ୍ଟର ‘ପ୍ରଚଣ୍ଡ’ରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ବମ୍ବେ ଷ୍ଟକ୍ ବଜାରରେ ସେନସେକ୍ସ ୯୬୧ ପଏଣ୍ଟ ହ୍ରାସ। ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ୍ ସୂଚକାଂକ ନିଫ୍ଟି ମଧ୍ୟ ୩୧୭ ପଏଣ୍ଟ ହ୍ରାସ।
ବିନା ସିମ୍ ରେ ହ୍ବାଟ୍ସଆପ୍ ଚାଲିବନି, ମାର୍ଚ୍ଚ ପହିଲାରୁ ଲାଗୁ ହେବ ନୂଆ ନିୟମ।
ଆମେରିକା ବିଶ୍ୱ ବିଦ୍ୟାଳୟରେ ଭାରତୀୟଙ୍କ ସଂଖ୍ୟା ୪୫% ହ୍ରାସ।
୧୬୦ ବର୍ଷ ପରେ ଇଷ୍ଟ୍ ଇଣ୍ଡିଆ କମ୍ପାନିରେ ପୁଣି ତାଲା ପଡ଼ିଲା। ମାଲିକ ଅଛନ୍ତି ସଂଜୀବ ମେହେଟା।
ଚାଲିଛି ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ। କାବୁଲ ଓ କାନ୍ଦାହାରରେ ଭୀଷଣ ଏୟାରଷ୍ଟ୍ରାଇକ୍।
*ଗତବର୍ଷ ଏଇ ସମୟରେ*
ରାଜ୍ୟରେ ଜବରଦଖଲ ଜମି ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ପେଟ୍ରୋଲ୍ରେ ୨୦%ରୁ ଅଧିକ ଇଥାନଲ୍ ମିଶିବ ବୋଲି ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର।
===================
ଆଜି ଜାତୀୟ ବିଜ୍ଞାନ ଦିବସ
ଆଜି ବିରଳ ରୋଗ ଦିବସ
ଆଜି ଜନ୍ମଦିନ: ମୋରାରଜୀ ଦେଶାଇ, ଦିଗବିଜୟ ସିଂ, ବର୍ଷା ଉସଗାଓଁକର, ରବୀନ୍ଦ୍ର ଜୈନ
ଆଜି ତିରୋଧାନ: ରାଜେନ୍ଦ୍ର ପ୍ରସାଦ, କମଳା ବେହେରୁ, ଜୟେନ୍ଦ୍ର ସରସ୍ୱତୀ, ବୀର ସୁରେନ୍ଦ୍ର ସାଏ
ଇତିହାସରେ ଆଜି: (୧୫୬୮) ଆକବର ଦ୍ୱାରା ଚିତୋରଗଡ଼ ଦୁର୍ଗ ଅଧିକୃତ/ (୧୯୧୮) ଏସ ରାମାନୁଜନ ୩୧ ବର୍ଷ ବୟସରେ ରୟାଲ ସୋସାଇଟି ସଦସ୍ୟ ହେଲେ/ (୧୯୨୮) ସିଭି ରମନଙ୍କ ଦ୍ୱାରା ରମନ ଇଫେକ୍ଟ ଆବିଷ୍କୃତ/ (୧୯୫୩) କେମ୍ବ୍ରିଜରେ ଡିଏନଏ ର ଡବଲ ହେଲିକ୍ସ ତିଆରି ପ୍ରଣାଳୀ ଆବିଷ୍କୃତ