କୋରାପୁଟ ଜିଲ୍ଲାପାଳ ନନ୍ଦପୁର ବ୍ଲକ ଗସ୍ତ
କୋରାପୁଟ ଜିଲ୍ଲାପାଳ ନନ୍ଦପୁର ବ୍ଲକ ଗସ୍ତ ଅବସରରେ ଆଜି ସର୍ବେଶ୍ଵର ମନ୍ଦିର ନିକଟସ୍ଥ ଭୋଗ ମଣ୍ଡପ ଓ ଜଳାଶୟର ପୁନରୁଦ୍ଧାର ସମ୍ପର୍କରେ ସମୀକ୍ଷା ,ସରକାରୀ ଉଚ୍ଚ ବିଦ୍ୟାଳୟ, ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ବତ୍ରିଶ ସିଂହାସନ ଓ ନିର୍ମାଣଧିନ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା, ସୁଭଦ୍ରା ଶକ୍ତି ଋଣ ମେଳା ଅନ୍ତର୍ଗତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ଋଣ ପ୍ରଦାନ, ହିକିମପୁଟ ଗ୍ରାମପଞ୍ଚାୟତ ଠାରେ ସିଲଭର ଓକ ନର୍ସରୀ, ମନରେଗା କାର୍ଯ୍ୟର ସମୀକ୍ଷା, ପାଡୁଆ ଠାରେ କଫି ନର୍ସରୀ, ବାଲଦା ଠାରେ ପଲ୍ପିଂ କେନ୍ଦ୍ର, ରାଇସିଂ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେବସାନ୍ଧାଗୁରା ଗ୍ରାମ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ଥୁବା ଗ୍ରାମପଞ୍ଚାୟତ ଠାରେ ରାଜସ୍ବ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି।