ଶ୍ରୀ ଅଭୟ ଆଞ୍ଜେନେୟଙ୍କ ମନ୍ଦିରର ୧୦ମ ବାର୍ଷିକ ଉତ୍ସବ। କୋରାପୁଟ
ଦାମନଯୋଡ଼ି,୨୭/୦୨:ପବିତ୍ର ଫାଲଗୁନ ଶୁକ୍ଳ ଏକାଦଶୀ ଅବସରରେ ଶୁକ୍ରବାର ନାଲକୋ ଟାଉନସିପ ସ୍ଥିତ ଶ୍ରୀ ଅଭୟ ଆଞ୍ଜେନେୟଙ୍କ ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।୨୦୧୭ ମସିହା ଆଜିର ଦିନରେ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ଏଠାରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା।୪୫ଇଞ୍ଚର ଶ୍ରୀ ହନୁମାନଙ୍କ ଅଷ୍ଟଧାତୁ ବିଗ୍ରହ ସହିତ ୧୦୮ଫୁଟ ୯ଇଞ୍ଚ ର ଏକ ବିଶାଳ ମୂର୍ତ୍ତି ସ୍ଥାପିତ ହୋଇଥିଲେ।ବାର୍ଷିକ ଉତ୍ସବ ଅବସରରେ ସକାଳେ ସୂର୍ଯ୍ୟଙ୍କ ପୂଜାପରେ ଅଷ୍ଟଧାତୁ ମୂର୍ତ୍ତିଙ୍କୁ କ୍ଷୀର,ଦହି,ମହୁ,ପଇଡ଼ ଜଳ,ତୀର୍ଥ ଜଳ,କଦଳୀ,ସିନ୍ଦୁର ଓ ହଳଦୀ ଆଦିରେ ମହାସ୍ନାନ କରାଯାଇ ବେଶ ଅନୁଷ୍ଠିତ ହୋଇଥିଲା।ଘଟ ମଣ୍ଡଳ ପୂଜା,ଶ୍ରୀରାମ ଓ ଶ୍ରୀହନୁମାନଙ୍କ ଷୋଡ଼ଶ ଉପଚାର ପୂଜା,ରୁଦ୍ରାଭିଷେକ ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା।ପଣ୍ଡିତ ଜନାର୍ଦନ ମିଶ୍ର,ପଣ୍ଡିତ ଶ୍ରୀଧର ଦାଶ, ପଣ୍ଡିତ ନରେନ୍ଦ୍ର ପତି,ପଣ୍ଡିତ ଶ୍ରୀଧର ରଥ,ପଣ୍ଡିତ ଲକ୍ଷ୍ମୀନାରାୟଣ ପାଳ ଓ ପଣ୍ଡିତ ଅଭିଷେକ ରଥଙ୍କ ସହିତ ନିୟମିତ ପୂଜକ ବଳରାମ ରଥ ଓ ପ୍ରଭାତ କୁମାର ପଣ୍ଡା ପୂଜାନୀତି ସମ୍ପନ୍ନ କରିଥିଲେ।ନାଲକୋ ଉପ ମହାପ୍ରବନ୍ଧକ ରଜନୀକାନ୍ତ ଓଝା ଓ ତାଙ୍କ ପତ୍ନୀ ସାଗରିକା,ବରିଷ୍ଠ ସହ ପ୍ରବନ୍ଧକ କେ ସମ୍ମୁଖଗମ ରାଓ ଓ ପତ୍ନୀ କେ ହେମାବିନ୍ଦୁ,ଯୋଗେଶ ଚୌଧୁରୀ ଓ ପତ୍ନୀ ତପସ୍ଵିନୀ ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ।ପୂର୍ଣ୍ଣାହୁତି ସମୟରେ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର,ମୁଖ୍ୟ ମହାପ୍ରବନ୍ଧକ ପୁରୁଷୋତ୍ତମ ମହାନ୍ତ,ଏମ ଆର ପଣ୍ଡା ଓ ଦିଲ୍ଲୀପ କୁମାର ବାଗ ଏବଂ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।ମନ୍ଦିର ପରିଚାଳନା ସମିତି କର୍ମକର୍ତ୍ତା ଆଲୋକ ଚୌଧୁରୀ,ସରୋଜ କୁମାର ସ୍ଵାଇଁ, ହରିବନ୍ଧୁ ବିଶ୍ଵାଳ,ଶ୍ୟାମସୁନ୍ଦର ପଣ୍ଡା,କୁମର ବସତିଆ, ଶୁଭ୍ରଜିତ ଜେନା,ଶମ୍ଭୁ ପାତ୍ର,ଉପେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ।ପୂର୍ଣ୍ଣାହୂତି ପରେ ସମୂହ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା।