ଉପଖଣ୍ଡ ସ୍ତରୀୟ ଠିକାଦାର ମାନଙ୍କୁ ନେଇ ଗଠନ ହେଲା ସଂଘ।
ହାଟଡିହି ଏହି ବ୍ଲକ ଅନ୍ତର୍ଗତ ମା ରାମଚଣ୍ଡି ପୀଠ ରେ ଶୁକ୍ରବାର ଦିନ ହାଟଡିହି, ଆନନ୍ଦପୁର, ଘଷିପୁରା, ହରିଚନ୍ଦନପୁର ଚାରୋଟି ବ୍ଲକ ର ସ୍ପେସିଆଲ, ସୁପର ,ଏ କ୍ଲାସ, ବି କ୍ଲାସ, ସି କ୍ଲାସ ଠିକାଦାର ମାନଙ୍କୁ ନେଇ ଗଠିତ ହେଲା ନୂତନ ସଂଘ। ଠିକାଦାର ସଂଘ ର ସଭାପତି ଗଦାଧର ନାୟକ ଙ୍କ ଆବାହକତ୍ୱରେ ଏହି ସଭା ଆୟୋଜନ ହୋଇଥିଲା। ଏଥିରେ ସ୍ଥିର ହେଲା ଯେ କୌଣସି ଠିକାଦାର ମାନେ ଲେସ ଟେଣ୍ଡର ଭରିବେ ନାହିଁ , ସିଡୁଲ ଅଫ ରେଟ୍ ରେ ଟେଣ୍ଡର ଭରିବେ, ଯଦି କେହି ତାକୁ ଉଲଘଂନ କରି ଟେଣ୍ଡର ଭରିବେ ସଂଘ ତାକୁ ବିରୋଧ ପ୍ରଦର୍ଶନ କରିବ। ଏହା ଛଡ଼ା ଠିକାଦାର ମାନେ କରୁଥିବାରୁ କାମ ରେ ସରକାର କେତେ କମ୍ ଟଙ୍କା ଦେଇ କାମ କରିବାକୁ ଚେଷ୍ଟା ଚଳାଇଥିବାରୁ ଏଭଳି ହେଲେ ଠିକାଦାର ମାନଙ୍କର ହେଉଥିବା କ୍ଷତି ଭରଣା ହୋଇ ପାରିବ। ତାହା ଛଡା ଏହି ସଂଘ ମାଧ୍ୟମ ରେ ନୂଆ ନୂଆ ଠିକାଦାର ମାନେ ହଇରାଣ ହେବାର ଆଶଙ୍କା ଆସିବ ନାହିଁ ବୋଲି ସଭାପତି କହିଥିଲେ। ଏହି ସଭା କୁ ଠିକାଦାର ମାନଙ୍କ ମଧ୍ୟରୁ ନିକୁଞ୍ଜ ବିହାରୀ ଓଝା, ଦେଶ ବନ୍ଧୁ ଦେବ ଦାସ ପାତ୍ର , ସୁଧାକର ଓଝା, ଧବଳେଶ୍ଵର ପଟ୍ଟନାୟକ, ଗଗନ ବିହାରୀ ଭୂୟାଁ, ସୁରେନ୍ଦ୍ର ଜେନା, ପରେମଶ୍ବର ମଲ୍ଲିକ, ଅରୂପା ଧଳ, ଟୁଲୁ ସାହୁ, ଦେବେନ୍ଦ୍ର କୁମାର ଜେନା ,ଦେବ ଜେନା, ଅସିତ୍ ଜେନା, ପ୍ରମୁଖ ନୂଆ ନୂଆ ଠିକାଦାର ମାନେ ପରିଚାଳନା କରିଥିଲେ।