logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦୋଳ ବିମାନରେ ଦୋଳଗୋବିନ୍ଦଙ୍କ ନଗର ପରିକ୍ରମଣ ଚାଚେରି ଯାତ୍ରାର ଶୁଭାରମ୍ଭ, ଦାମନଯୋଡି,କୋରାପୁଟ, ଓଡ଼ିଶା,ତା୨୬/୨/୨୬(ଗୁରୁବାର)

ଦାମନଯୋଡ଼ିରେ ଦୋଳ ଯାତ୍ରାର ଶୁଭାରମ୍ଭ:ଶ୍ରୀ ମଦନ ମୋହନଙ୍କ ଚାଚେରୀ ଯାତ୍ରା
ଦାମନଯୋଡ଼ି,୨୬/୦୨:ପବିତ୍ର ଫଗୁଦଶମୀ ଠାରୁ ଦୋଳ ଯାତ୍ରାର ଶୁଭାରମ୍ଭ ହୋଇଛି।ଗୁରୁବାର ଶ୍ରୀ ରାଧାମାଧବଙ୍କ ଚାଚେରୀ ଯାତ୍ରା ଆରମ୍ଭ ହୋଇଛି।ସନ୍ଧ୍ୟାରେ ସେକ୍ଟର -୧ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶ୍ରୀ ରାଧାମାଧବଙ୍କୁ ଏକ ସୁସଜ୍ଜିତ ବିମାନରେ ଘଣ୍ଟଘଣ୍ଟା ହରିବୋଲ,ହୁଳହୁଳି ମଧ୍ୟରେ ନଗର ପରିକ୍ରମାରେ ନିଆଯାଇଥିଲା।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ପୁରୋଧା ରୂପେ ଯୋଗ ଦେଇଥିଲେ।ପ୍ରଥମ ଦିବସରେ ଶ୍ରୀଜୀଉ ସେକ୍ଟର ୨ ପରିକ୍ରମା କରିଥିଲେ।ଶ୍ରଦ୍ଧାଳୁ ମାନେ ନିଜନିଜ ଘର ପ୍ରାଙ୍ଗଣକୁ ଲିପାପୋଛା କରି ମହାପ୍ରଭୁଙ୍କୁ ଧୂପ,ଦୀପ ଓ ନୈବେଦ୍ୟରେ ପୂଜାର୍ଚନା କରିଥିଲେ।ଶୁକ୍ରବାର ସେକ୍ଟର ୩,ଶନିବାର ମାଥାଲପୁଟ ଓ ଅଁଳାବାଡ଼ି କଲୋନୀ,ରବିବାର ଭେଜାପୁଟ ଓ ସତସଙ୍ଗ ଅଞ୍ଚଳ,ସୋମବାର ସେକ୍ଟର ୧ ଭ୍ରମଣ ପରେ ମାର୍କେଟ ନିକଟ ପାର୍କରେ ରାଜାଗ୍ନି ଉତ୍ସବ ପାଳନ କାର୍ଯ୍ୟକ୍ରମ ରହିଛି।ପୂଜକ ଅଜୟ କୁମାର ପଣ୍ଡା,ବିଜୟ କୁମାର ପଣ୍ଡା,ଅମିୟ କୁମାର ସାମନ୍ତରାୟ ଓ ବିପିନ ବିହାରୀ ପଣ୍ଡା ପୂଜାକାର୍ଯ୍ୟ କରିଥିଲେ।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ,ସଂପାଦକ କୈଳାସ ସେନାପତି,ଯୁଗ୍ମ ସମ୍ପାଦକ ତ୍ରିଲୋଚନ ଚୌଧୁରୀଙ୍କ ସମେତ ଶିଶିର ପରିଡ଼ା,ସଦାଶିବ ବେହେରା,ସଞ୍ଜୟ ସାହୁ,ଡ଼ଃ ଅଶୋକ କୁମାର ମହାନ୍ତି,ଅନାମ ଚରଣ ନାୟକ,ରଞ୍ଜନ କୁମାର ବେହେରା,ସନ୍ତୋଷ କୁମାର ଦାଶ,ଖଦାଳ ନାୟକ,ଅରୂପ ନାହାକ ପ୍ରମୁଖ ଉପସ୍ଥିତ ଥିଲେ।ନିକଟବର୍ତ୍ତି ଗୌଡ଼ଗୁଡା ଗ୍ରାମରୁ ସଦନ ଗୌଡ଼ଙ୍କ ନେତୃତ୍ଵରେ ଗୋପାଳଭାଇ ବିମାନସେବା କରିଥିଲେ।ସେହିପରି ମାଥାଲପୁଟ ଶ୍ରୀରାଧାକୃଷ୍ଣ ମନ୍ଦିର ପକ୍ଷରୁ ମଧ୍ଯ ମହାପ୍ରଭୂଙ୍କ ଚାଚେରୀ ଯାତ୍ରା ଅନୁଷ୍ଠିତ ହେଉଛି।ପୂଜକ ପ୍ରଣୟ ଦେବତ୍ତା ଓ ପ୍ରତାପ ପଣ୍ଡା ପୂଜାନୀତି କରିଥିଲେ।କଙ୍କଡ଼ାପୁଟ ଗ୍ରାମର ଗୋପାଳ ଭାଈ ବିମାନ ସେବା କରିଥିଲେ।

46
1634 views

Comment