ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ମହାପାତ୍ରଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ ।
ବାହାନଗା ତହସିଲରେ ଲାଞ୍ଚ କାରବାର! ଡାଟା ଏଣ୍ଟ୍ରି ଅପରେଟର ସସ୍ପେଣ୍ଡ ନୁହେଁ, ସିଧା ବହିଷ୍କୃତ
ବାହାନଗା ତହସିଲ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କୁ ଛୋଟ ଠାରୁ ବଡ଼ କାମ ପାଇଁ ଲାଞ୍ଚ ଦେବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ଶେଷରେ ସତ୍ୟ ପ୍ରମାଣିତ ହୋଇଛି। ଏହି ଘଟଣାରେ ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ମହାପାତ୍ରଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି।
ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ —
ଜାତିଗତ ପ୍ରମାଣପତ୍ର
ଆୟ ପ୍ରମାଣପତ୍ର
ଅନ୍ୟାନ୍ୟ ସରକାରୀ ସନଦ
ପାଇଁ ଟଙ୍କା ଦାବି କରାଯାଉଥିଲା।
ଟଙ୍କା ନ ଦେଲେ ଫାଇଲକୁ “ନାଲି ଫିତା” ତଳେ ଚାପି ରଖାଯାଉଥିବା ଅଭିଯୋଗ ମଧ୍ୟ ଆସିଥିଲା।ଘଟଣାକୁ ନେଇ ଲିଖିତ ଅଭିଯୋଗ ଉପଜିଲ୍ଲାପାଳ ଶିବ ମାଲବ୍ୟଙ୍କ ନିକଟରେ ଦାଖଲ ହୋଇଥିଲା। ପରେ ତହସିଲ ପରିଦର୍ଶନସମୟରେ ସ୍ଥାନୀୟ ଲୋକେ ଟଙ୍କା ନେଣଦେଣର ପ୍ରମାଣ ଦେଖାଇଥିଲେ।ଉପଜିଲ୍ଲାପାଳ ଘଟଣାକୁ ଗୁରୁତର ଭାବେ ନେଇ ବିଧିବଦ୍ଧ ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ,ତଦନ୍ତ ରିପୋର୍ଟକୁ ଅନୁଧ୍ୟାନ କରି ସୂର୍ଯ୍ୟବଂଶୀ ମୟୂର ଭିକାଶ ଜିଲ୍ଲାପାଳ, ବାଲେଶ୍ୱର ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ମହାପାତ୍ରଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି ।
ଏହି କଠୋର ପଦକ୍ଷେପକୁ ସାଧାରଣ ଲୋକ ସ୍ୱାଗତ କରିଛନ୍ତି।ଲୋକମାନଙ୍କ କହିବା ଅନୁସାରେ ଏଭଳି କାର୍ଯ୍ୟରୁ ଅନ୍ୟ ଅଧିକାରୀମାନେ ମଧ୍ୟ ସଚେତନ ହେବେ।”
ସରକାରୀ କାର୍ଯ୍ୟାଳୟରେ ପାରଦର୍ଶିତା ଓ ଦୁର୍ନୀତି ମୁକ୍ତ ପ୍ରଶାସନ ପାଇଁ ଏହା ଏକ ବଡ଼ ସନ୍ଦେଶ ବୋଲି ମନେ କରାଯାଉଛି।