logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାତୃଭାଷା ଦିବସ - ସୁଭଦ୍ରା ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।

ମାତୃଭାଷା ଦିବସ

ଯାହାପାଇଁ ଆଜି ମାନବ
ହୋଇଛି ଶ୍ରେଷ୍ଠ ଜୀବ,
ତାହାରି ମୂଳରେ ରହିଛି
ଏକ ସୁନ୍ଦର ଭାବ I
ଲକ୍ଷ ଲକ୍ଷ ଗୁଣ ଓଜନ
ଅଛି ଜୀବ ଜନ୍ତୁଙ୍କ,
ତାଙ୍କ ତୁଳନାରେ ମାନବ
କେତେ ନିଉନ ଦେଖ I
ତଥାପି ଏ ଭାଷା କାରଣେ
ହୋଇ ଅଛି ଉନ୍ନତ,
ନିଜ ବୁଦ୍ଧି ଜ୍ଞାନ ବଳରେ
ଆୟତ୍ତ ପଞ୍ଚଭୂତ I
ଏଇଥି ପାଇଁତ ମାନବ
ଶ୍ରେଷ୍ଠ ଆଜି ବିଶ୍ୱରେ ,
ଚିରସ୍ଥାୟୀ ହୋଇପାରିଛି
ମାତୃଭାଷା ପାଇଁ ରେ I
ମାତୃଭୂମି ଆଉ ଭାଷା
ଦୁହେଁ ଆମ ଜନନୀ ,
ତାଙ୍କୁ ସେବା କରୁଥିବାରେ
ଆମେ ଦିବସ ରଜନୀ I
ରୋଦନ କରିଲା ଓଡିଶା
ରୋଦନ କଲା ଭାଷା,
ଭାଷା ର ଲୋତକ ପୋଛିବେ
ହେଲେ ସଂକଳ୍ପ ନିଷ୍ଟ ,
ଉତ୍କଳ ଗୌରବ ସହିତ
ବ୍ୟାସକବି ନେତୃତ୍ୱ I
ଗୌରୀ ଶଙ୍କର ଆସିଲେ
ପୁଣି ହାତ ମିଳାଇ,
ରାଧାନାଥ ଗଙ୍ଗାଧର ଯେ
ମଧୁ ସୁଦନ ସହି I
ଗଦ୍ୟ ପଦ୍ୟ ମାନ ଲେଖିଲେ
ଭାଷା ବିକାଶ ପାଇଁ,
ପ୍ରେରଣା ହୋଇଲା ସାହିତ୍ୟ
ଐକ୍ୟ ଭାବର ପାଇଁ I
ଓଡିଶା ସ୍ୱତନ୍ତ୍ର ହୋଇଲା
ସର୍ବେ ହୋଇଲେ ଖୁସି,
ଭାଷାର ଉନ୍ନତି ହୋଇବ
ଗର୍ବେ ଫୁଲଇ ଛାତି I
ଉତ୍କଳ ସାହିତ୍ୟ ସମାଜ
କଲା ଭାଷା ବିକାଶ,
ଓଡିଶା ସାହିତ୍ୟ ଏକାଡେମୀ
ହୋଇଲା ପ୍ରତିଷ୍ଠିତ I
ଆସ ଆସ ଭାଇ ଭଉଣୀ
ମାତୃଭାଷା ବିକାଶେ,
ପଦକ୍ଷେପ ନେବା ସରବେ
ନେଇ ନବୀନ ଆଶେ I
ମାତୃଭାଷା ଦିବସ ଆଜି
ପାଳନ କରିବା,
ବିଦେଶୀ ଭାଷାର ଆଦର
ମନୁ ଲିଭେଇଦେବା I

ସୁଭଦ୍ରା ମହାନ୍ତ
ଆର. ପି. ବାଳିକା ଉଚ୍ଚ ବିଦ୍ୟାଳୟ, ଭୀମପୁର
ମୋବାଇଲ: 88959 74011

5
1205 views

Comment