ଇଏ ଆଦର୍ଶ ପରା - ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।
ଇଏ ଆଦର୍ଶ ପରା
ଭାବୁଛ ଯାହା କୁହନା ତାହା
ଆଉ ତ ଯାହା କୁହ
କରନି ତାହା ବାଃରେ ବାଃ
ଏ ଜମା ଭଲ ନୁହଁ ।
ଭାବନା,କଥା, କାମରେ ଆହା
ନ ଥାଏ ତାଳମେଳ
ଲାଗେ ଯେମିତି ତୁମେ ଖେଳୁଛ
ପ୍ରତାରଣାର ଖେଳ।
ଭଲମଣିଷ ରଖୁଥାଏରେ
ଏଥିରେ ଭାରସାମ୍ୟ
ଜୀବନେ ହେଉ ଜଗତ ହିତ
ସଦା ସଭିଙ୍କ କାମ୍ୟ।
ଶ୍ରେଷ୍ଠ ଜୀବ ମଣିଷ ହୋଇ
ସିଏ ଭୁଲି ନ ଯାଉ
ମଣିଷପଣିଆ ହଜେଇଲେ
ମିଳେନି ହାତେ ଆଉ ।
ଜୀବନଯାତ୍ରା ପଥରେ ଗଲେ
ଇଏ ଆଦର୍ଶ ପରା
ଦିଏରେ ସୁଖ ମିଳଇ ଶାନ୍ତି
ତୃପ୍ତି ହୁଏ ଭରା ।
ନୀଳମଣି ଚାନ୍ଦ
ପୁରୁଣିଆ, ଆନନ୍ଦପୁର
କେନ୍ଦୁଝର, ମୋ:୯୫୮୩୨୦୨୩୫୭
ସୌଜନ୍ୟ: ଖଣ୍ଡାଧାର ନିଉଜ