ହେ ରହସ୍ୟମୟ - ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଙ୍କ ଦ୍ଵାରା ରଚିତ କବିତା।
ହେ ରହସ୍ୟମୟ
*****************
ଜଗତକରତା ଠାକୁର ତୁମେ ରହସ୍ୟମୟ
ମିନତି କରେ ମୁଁ ଚରଣେ ଶୁଣହେ ଦୟାମୟ 🙏
ଚକା ଚକା ଆଖି ତୁମର ଆହେ କଳାଠାକୁର
ଆଖି ମିଶିଗଲେ ଆଖିରେ ଲୁହ ହୁଅଇ ଝର।
ପଦ୍ମ ପାଦ ନାମ ଵହିଛ ପାଦ ତୁମର କାହିଁ?
ରହସ୍ୟମୟ ହେ ଠାକୁର ମନ ମୋ ବୁଝୁନାହିଁ।
ଷାଠିଏ ପଉଟି ଭୋଗକୁ ଖାଇ ବଢ଼ାଅ ପେଟ
କିପରି ଖାଉଛ ପ୍ରଭୁ ହେ କାହିଁ ତୁମର ହାତ।
ଭାଇ ଭଉଣୀ ଙ୍କ ପାଖରେ ସଦା ବସିରହିଛ
ମହାଲକ୍ଷ୍ମୀ ଠାକୁରାଣୀ ଙ୍କୁ କାହିଁ ଭୁଲିଯାଉଛ।
ଅପମାନ ଦେଇ ମା ଙ୍କୁ ଘରୁ ବାହାର କଲ
ଲକ୍ଷ୍ମୀ ଛଡ଼ା ହୋଇ ପ୍ରଭୁ ହେ ବାରବର୍ଷ ଵୁଲିଲ।
ତୁମରି ରହସ୍ୟ ପ୍ରଭୁ ହେ ଦେବଙ୍କୁ ଅଗୋଚର
ଏ ଛାର ଦୀନା ର ଗୁହାରୀ ଶୁଣ ହେ ଚକ୍ରଧର।
ପାଦପଦ୍ମେ ଆଶ୍ରା କରିଛି ମିନତୀ କରୁଅଛି
ଦୟାକର ଦୟାମୟ ହେ ଶରଣ ମୁଁ ପଶୁଛି।
ସକଳ ଦୋଷ ମୋ ପ୍ରଭୁ ହେ ଖଣ୍ଡନ କରିଦେବ
ପାପପୂର୍ଣ୍ଣ ମାୟା ସଂସାରୁ ମୋତେ ପାରିକରିବ।
ଜୟ ଜଗନ୍ନାଥ 🙏
ପୁଷ୍ପା ଞ୍ଜଳି ଆଚାର୍ଯ୍ୟ,
ହୁଡୁକୋ କଲୋନୀ, ପୁରୁଣା ବଜାର,
କେନ୍ଦୁଝର, ମୋବାଇଲ: 87631 58585
ସୌଜନ୍ୟ: ଖଣ୍ଡାଧାର ନିଉଜ