logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

"ମନୁଷ୍ୟ ଦେହ ମଞ୍ଚେ ବହି କେ ପାରେ ତାଙ୍କ ପୂଣ୍ୟ କହି"- ସୁଭାଗିନୀ ସିଂହ ଙ୍କ ଦ୍ଵାରା ରଚିତ କବିତା।

  " ମନୁଷ୍ୟ ଦେହ ମଞ୍ଚେ ବହି
    କେ ପାରେ ତାଙ୍କ ପୂଣ୍ୟ କହି"

କୋଟି ଜନ୍ମ ର ପୂଣ୍ୟ ବଳେ
ମାନବ ଜନ୍ମ ଲଭଇ ମହୀରେ
ଶରୀର ନୁହଁଇ ତାହାର
କରମ ଏକା ତା ନିଜର । ।।

ମଞ୍ଚ ରେ ଆମେ କଳାକାର
କରମ ଆମ ଦି ଦିନର
ବିଭିନ୍ନ ପ୍ରକାରର ଅଭିନୟ
କର୍ମ କରୁଅଛୁ ଏ ସଂସାରରେ   ।।

ଜନ୍ମ ମୃତ୍ୟୁ ରହି ଅଛି ବିଧାନ
ଜ୍ଞାନ ଚକ୍ଷୁ ମୋ'ର କର ନିର୍ମଳ
ଶେଷ ନିଦ୍ରା ହେବ ତୋ ପଦ ଛାୟା
କେବେ ନଗ୍ରାସୁ ପ୍ରଭୁ ଅସତ୍ୟ ମାୟା     ।।

କାମ କ୍ରୋଧ ମୋହ ହୋଇ ବିବର୍ଜ୍ଜିତ
ସବୁ ତୁମେ ମନୁ ଭୁଲିବ
ସମସ୍ତ ସମ୍ପତ୍ତି ଲୋଭ ପରିଜନ
ଛାଡି ନିଶ୍ଚଳେ ଜଳିବ     ।।

ଦୁର୍ଲ୍ଲଭ ଜନମେ ସୁକର୍ମ କରିଣ
ଅକର୍ମ ହୃଦୟେ ରଖି
ମରିଯିବି ଏକା ଭାବ ତରଙ୍ଗିଣୀ
ଚକାନୟନ କୁ ଦେଖି      ।।

ଜରା ବ୍ୟାଧି ପରେ ମର୍ତ୍ତ୍ୟେ ସତ୍ୟ ମୃତ୍ୟୁ
କବଳିତ ଏ ଶରୀର,
ସବୁ ଅରଜିତ ଧନ ଓ ସମ୍ପର୍କ
ନ ଥିବେ କେହି ସଙ୍ଗର ।

ମିଛ ମାୟା ସଂସାରେ
ତୁ ଏକା ହେଉଛୁ ଘାଣ୍ଟି
ଗର୍ବ ହିଂସା ଅହଂକାର ରେ
ଜନ୍ମ ହୋଇଲା ମାଟି     ।l

ଇନ୍ଦ୍ରିୟ ହୋଇଲା ରାଜା ମନକୁ ଧରି
ତା'ର ଇଛା ମତେ କର୍ମ ନେଲେ ଆଦରି
ପାପା କର୍ମ ଆଡକୁ ମନ ବଳିଲା
ପ୍ରଭୁ ନାମ ଧରିବାକୁ ବେଳ ନହେଲା    ।।

ନ୍ୟାୟ ଅନ୍ୟାୟ ବିଚରଣ
ନ କରି ଶାସ୍ତ୍ର ର ପ୍ରମାଣ
ମନ ବଚନେ ଅଥବା କର୍ମରେ
ମିଥ୍ୟା କରଇ ପ୍ରଚାର   ।।

ନୟନ ଦେଖିବ ଦାରୁବ୍ରହ୍ମ ରୂପ
କର୍ଣ୍ଣେ ଥିବ ଭାଗବତ
ହସ୍ତ ଦାନ ଧର୍ମ ଅନ୍ତର ପବିତ୍ର
ପ୍ରଭୁ ଶ୍ରୀ ଚରଣେ ଆମେ ଆଶ୍ରିତ ।

ସୁଭାଗିନୀ ସିଂହ , ବଡଝରା
ପର୍ଜଙ୍ଗ, ଢେ଼ଙ୍କାନାଳ, ମୋବାଇଲ: 79787 42814

ସୌଜନ୍ୟ: ଖଣ୍ଡାଧାର ନିଉଜ

5
733 views

Comment