logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଯୋଡ଼ା ପୌରପାଳିକାରେ ବ୍ୟାଙ୍କର୍ସ ବୈଠକ ଓ ପିଏମ୍ ସ୍ୱନିଧି ଯୋଜନାର ସଫଳ କାର୍ଯ୍ୟନ୍ୱୟନକୁ ଗୁରୁତ୍ୱ।

ଯୋଡ଼ା ପୌରପାଳିକାରେ ବ୍ୟାଙ୍କର୍ସ ବୈଠକ ଓ ପିଏମ୍ ସ୍ୱନିଧି ଯୋଜନାର ସଫଳ କାର୍ଯ୍ୟନ୍ୱୟନକୁ ଗୁରୁତ୍ୱ।

ଯୋଡ଼ା -୨୬/୦୨(ଖଣ୍ଡାଧାର ନିୟୁଜ) ଯୋଡ଼ା ପୌରପାଳିକା କାର୍ଯାଳୟ ସଭାଗୃହରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଶ୍ୱେତପଦ୍ମା ଧଳଙ୍କ ଅଧ୍ୟକ୍ଷତାରେ ଏକ ବ୍ୟାଙ୍କ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କେନ୍ଦ୍ର ସରକାରଙ୍କ ପିଏମ୍ ସ୍ୱନିଧି ଯୋଜନାର ସଫଳ କାର୍ଯ୍ୟlନ୍ୱୟନ ଠିକ ଭାବରେ କରିବା ପାଇଁ କହିଥିଲେ ଏହା ସହିତ'ଅଧ୍ୟକ୍ଷା ଶ୍ରୀମତୀ ଧଳ ସମସ୍ତ ବ୍ୟାଙ୍କ ଅଧିକାରୀମାନଙ୍କୁ ଯୋଜନା ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ଅବଗତ କରାଇଥିଲେ ଏବଂ ଯୋଗ୍ୟ ହିତାଧିକାରୀ ମାନେ ସମୟକ୍ରମେ ଋଣ ସୁବିଧା ପାଇପାରିବେ ସେ ପ୍ରତି ଧ୍ୟାନ ଦେବାକୁ କହିଥିଲେ ଏହା ସହିତ ବିଶେଷ ଭାବେ ଉଲ୍ଲେଖ କରିଥିଲେ ଯେ ସରକାରୀ ଯୋଜନାର ଲାଭ ନେବା ପାଇଁ ଆସୁଥିବା ଜନସାଧାରଣଙ୍କୁ କୌଣସି ପ୍ରକାରର ଅନାବଶ୍ୟକ ହଇରାଣ କିମ୍ବା ବିଳମ୍ବ ନ କରିଵାକୁ ବ୍ୟାଙ୍କ ର ପ୍ରତିନିଧି ମାନଙ୍କୁ ଅବଗତ କରିଥିଲେ l ଏହା ସହିତ ଏହି ବୈଠକଟିକୁ ଆଇ.ସି ଆଇସି. ଆଇ ବ୍ୟାଙ୍କର ପ୍ରବନ୍ଧକ ତଥା ଜିଲ୍ଲା ଭାରତୀୟ ଜନତା ପାର୍ଟିର ଇକାନୋମିକ ସେଲ ସଂଯୋଜକ ଶ୍ରୀ ରଶ୍ମିରଥି ମହାକୁଡ ପରିଚାଳନା କରିଥିଲେ। ଯୋଡା ସାଂସଦଙ୍କ ପ୍ରତିନିଧି ବି.ଏନ୍. ଦାସ ଓ ଯୁବ ନେତା ତାରିଣୀ ପ୍ରଧାନଙ୍କ ଆପ୍ରାଣ ଉଦ୍ୟମରେ ବୈଠକଟି ସଫଳତାର ସହିତ ଆୟୋଜିତ ହୋଇଥିଲା।ଏହି ଅବସରରେ ଯୋଡ଼ା ବ୍ଲକ ସାଂସଦ ପ୍ରତିନିଧି ଅଗୁନୁ ଚରଣ ମହାନ୍ତ ଓ ଯୋଡ଼ା ନଗର ସଭାପତି ପାର୍ଥସାରଥୀ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ବରିଷ୍ଠ କାଯ୍ୟକର୍ତ୍ତା ରାହୁଲ ସିନ୍ହା ଓ କାମାକ୍ଷା ପାତ୍ର ଏହି କାର୍ଯ୍ୟକ୍ରମକୁ ସକ୍ରିୟ ଭାବେ ସହଯୋଗ କରିଥିଲେ। ସଭା ଶେଷରେ ବ୍ୟାଙ୍କ ପ୍ରତିନିଧିମାନେ ଯୋଜନାକୁ ସଫଳ କରିବା ପାଇଁ ସମନ୍ୱୟରେ କାମ କରିବେ ବୋଲି ଆଶ୍ୱାସନା ଦେଇଥିଲେ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

8
762 views

Comment