ଆସନ୍ତା୧/୩/୨୬(ରବିବାର)ଦିନ ସେକ୍ଟର ଏକ ଓ ଦୁଇ ରେ ଅଷ୍ଟପ୍ରହର ଓ ନାମଯଜ୍ଞ ଅନୁଷ୍ଠିତ, ଦାମନଯୋଡି,କୋରାପୁଟ, ଓଡ଼ିଶା
ଅଷ୍ଟପ୍ରହର ଓ ନାମଯଜ୍ଞ କମିଟିର ପ୍ରସ୍ତୁତି ବୈଠକ
ଦାମନଯୋଡି:-୨୬/୨ ସେକ୍ଟର ଏକ ଓ ଦୁଇ ଅଷ୍ଟପ୍ରହର ଓ ନାମଯଜ୍ଞ କମିଟିର ଆଗାମୀ ଅଷ୍ଟପ୍ରହର ଓ ନାମଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଚଳିତ ବର୍ଷ ଦୋଳ ପୂର୍ଣ୍ଣମୀରେ ଗ୍ରହଣ ପଡୁଥିବାରୁ ଅଷ୍ଟପ୍ରହର ପୂର୍ଣ୍ଣମୀରେ ନହୋଇ ତା୧/୩/୨୬(ରବିବାର)ଦିନ ଅନୁଷ୍ଠିତ ହେବ ।ସେଥିନିମନ୍ତେ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ବୈଠକ ସଭାପତି ଏଚ ଏନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ।ସମ୍ପାଦକ ରତୀନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ କେ ମଣିରାଜ, ସଦସ୍ଯ ସଦାଶିବ ବେହେରା,ଶିଶିର କୁମାର ପରିଡା,ପ୍ରକାଶ ସାହୁ,ଚନ୍ଦ୍ରକାନ୍ତ କର,ଏସ କେ ସାହୁ,ଏସ କେ ମିଶ୍ର, ଏସ କେ ରାଉତ, ଏନ ସି ପତି,ପ୍ରକାଶ ଭୋଇ,ଟି ଦେଓଗନ, ଏ କେ ସାହୁ,ବି ଦାଶ, କେ ସି ପାଇକରାୟ,ପି କେ ବେହେରା,ବୁଦ୍ଧଦେବ ଦେଓ, ଏସ କେ ପଣ୍ଡା,ବି ଏସ ରାଓ ପ୍ରମୁଖ ଉପସ୍ଥିତ ରହି ନିଜସ୍ବ ମତ ରଖିଥିଲେ ।ଅତି କମରେ ସଦସ୍ଯ ଅନୁଦାନ ୫୦୦ଟଙ୍କା ସଂଗ୍ରହ ସହିତ ଭକ୍ତମାନଙ୍କ ଠାରୁ ମୁକ୍ତ ହସ୍ତରେ ଦାନ ସଂଗ୍ରହ ପ୍ରତି ଆଲୋଚନା କରାଯାଇଥିଲା ।ସମସ୍ତ ଭକ୍ତମାନଙ୍କୁ ସାହାଯ୍ଯ ଓ ସହଯୋଗ କରିବା ପାଇଁ ସର୍ବସମ୍ମତି କ୍ରମେ ନିବେଦନ କରାଯାଇଛି ।ଅଷ୍ଟପ୍ରହର କାର୍ଯ୍ୟକ୍ରମରେ ଦଶରୁ ଉର୍ଦ୍ଧ ସଙ୍କୀର୍ତ୍ତନ ମଣ୍ଡଳି ନାମଯଜ୍ଞରେ ସାମିଲ ହେବା ସହ ଦଶ ହଜାରରୁ ଉର୍ଦ୍ଧ ଭକ୍ତମାନଙ୍କ ନିମନ୍ତେ ପ୍ରସାଦ ସେବନ ବ୍ଯବସ୍ଥାର କାର୍ଯ୍ୟକ୍ରମ ରହିଛି ।