logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବନ୍ୟ ପ୍ରାଣୀ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

ଅନୁଗୋଳ (କରୁଣାକର ନାୟକ )26/2 ଅନୁଗୁଳ ବନଖଣ୍ଡ ଅଧିନସ୍ଥ କଣିହାଁ ବନାଞ୍ଚଳ ଓ ବିଶ୍ୱ ଯୁବ କେନ୍ଦ୍ର ଅନୁଗୁଳଙ୍କ ସହଯୋଗରେ 25-26 ଫେବୃଆରୀ ଦୁଇ ଦିନ ଧରି ବନ୍ୟ ପ୍ରାଣୀ ସଂରକ୍ଷଣ ସଚେତନତା ବୈଠକ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଣିହାଁ ବନାଞ୍ଚଳ ର ଦ୍ୱାରବନ୍ଧ କୁଲମା, ସପକଟା, ଦଳକ ଓ ବରିହାପୁର ଗ୍ରାମ ମାନଙ୍କରେ ଆଠମଲ୍ଲିକ ବ୍ଲକ ହରିଡ଼ାକୋଠା ଗ୍ରାମର ବାବା ଭୁବନେଶ୍ୱର ଦଣ୍ଡ ନୃତ୍ୟ ସଂଘ, ସହାୟତାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଗ୍ରାମ ସଭା ମାଧ୍ୟମରେ ବନ୍ୟ ପ୍ରାଣୀ ମାନଙ୍କର ସୁରକ୍ଷା, ବନାଗ୍ନି ନିରାକରଣ, ବୃକ୍ଷ ରୋପଣ ଓ ଜଙ୍ଗଲ ର ଅଭିବୃଦ୍ଧି ଉପରେ ସଚେତନତା କରାଯାଇଥିଲା। ଜଙ୍ଗଲ ଉପରେ ମନୁଷ୍ୟ ଓ ସମଗ୍ର ଜୀବ ଜଗତର ନିର୍ଭରଶୀଳତା, ଜଙ୍ଗଲ ନଷ୍ଟ ହେଉଥିବାରୁ ବନ୍ୟା ପ୍ରାଣୀମାନେ ପାଉଥିବା କଷ୍ଟ ଓ ଧନ ଜୀବନ ହାନି ଓ ସେଥିପାଇଁ ବ୍ୟବସ୍ଥା ଓ ଲୋକଙ୍କ ଭୂମିକା ଉପରେ ଆଲୋଚନା କରିବା ସହିତ ସରକାରଙ୍କ କାର୍ଯ୍ୟକ୍ରମ ଓ ଯୋଜନା ସମ୍ଭନ୍ଧରେ ସଚେତନ କରାଯାଇଥିଲା।କଣିହାଁ ବନାଞ୍ଚଳ ର ବନପାଳ ଚନ୍ଦନ ନାୟକ, ହୃଷିକେଶ ସାହୁ ଓ ବନରଖି ମନୋଜ କୁମାର ନାୟକ. ମଦନ ମୋହନ ସାହୁ, ଉର୍ମିଳା କିସାନ, ଦଣ୍ଡନୃତ୍ୟ ଦଳପତି ମନ୍ମଥ ଭୁରୁଭୂରୀ, ବିଶ୍ୱ ଯୁବ କେନ୍ଦ୍ର କର୍ମୀ ଅଭୟ ଚରଣ ସ୍ୱାଇଁ ଓ ମାନସ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। କଣିହାଁ ବନାଞ୍ଚଳ ଅଧିକାରୀ ଶୁଭ୍ରା ଶୁଚିସ୍ମିତା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ସହଯୋଗ ରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

144
3832 views

Comment