logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଧାତା - ସୁଧୀର ମେହେର ଙ୍କ ଦ୍ଵାରା ରଚିତ କବିତା।

।। ବିଧାତା ।।

କୁଆଡେ
ଜୀବନରେ ଯାହାସବୁ
ଘଟି ଯାଏ
ପୂର୍ବରୁ ଲେଖାହୋଇ ସାରିଥାଏ କପାଳରେ ।

ଆମର ଶତ ଚେଷ୍ଟା/ସତର୍କତା ସତ୍ତ୍ଵେ ବି
ଏଡେଇ ହୁଏନି ତାକୁ,
ପୂର୍ବ ଜନ୍ମର ଫଳାଫଳକୁ ନେଇ
କ'ଣ ଘଟିବ ନ ଘଟିବ
ମିଲିବ ନ ମିଲିବ
ପୂର୍ବରୁ ନିର୍ଦ୍ଧାରିତ ହୋଇ
ସାରିଥାଏ ଭାଗ୍ୟରେ ।

ଯଦି
ଏସବୁ ସତ୍ୟ,
ତେବେ ଆମେସବୁ ନିମିତ୍ତ ମାତ୍ର,
କିଏ ଜଣେ ବେକରେ ପଘା ବାନ୍ଧି
ନଚେଇ ଚାଲିଥାଏ ଆମକୁ ତା'ଇଛ୍ଛାମତେ
ଆମେ ଖାଲି ମୁହରେ ରଙ୍ଗ ବୋଳି
ଅଭିନୟ କରି ଚାଲି ଥାଉ
ଦୁନିଆର ରଙ୍ଗମଞ୍ଚରେ ।।

ସେ ଉଠ୍ କହିଲେ ଉଠୁ,
ବସ୍ କହିଲେ ବସୁ,,
ହସିବା,କାନ୍ଦିବା,ଭାଙ୍ଗିବା ଗଢିବା
ସବୁ ଚାଲିଥାଏ ତା'ରି ନିର୍ଦ୍ଦେଶରେ
ତା'ଇସାରା ବିନା
ହଲି ପାରେନି ଗଛର ପତ୍ରଟିଏ ।।

ଆମେ କିନ୍ତୁ ନିଜ ବିପକ୍ଷରେ
କିଛି ଅଘଟଣ ଘଟି ଗଲେ
ତତକ୍ଷଣାତ୍ ଦୋଷ ଲଦି ଦେଉ ତାଙ୍କ ମୁଣ୍ଡରେ
ନିନ୍ଦା ଦେଉ,ଅଭିମାନ କରୁ
ହେଲେ,ସେ କୁଆଡେ ଯାହା କରନ୍ତି
ସବୁ ପ୍ରାଣୀର ମଙ୍ଗଳ ସକାଶେ ।

କେଜାଣି !
ହେଇଥିବ ......
ସୃଷ୍ଟିର ଏ ଜଟିଳ ରହସ୍ୟ ଭେଦିବାକୁ
ଆମର ମୁଣ୍ଡ କାହିଁ ଯେ !

ସୁଧୀର ମେହେର, ‌ ଚିଚୈଗୁଡା, ଜୁନାଗଡ଼, କଳାହାଣ୍ଡି,ପିନ୍-୭୬୬୦୧୪ ସଂପର୍କ-୯୫୮୩୫୮୮୮୮୭

ସୌଜନ୍ୟ ଖଣ୍ଡାଧାର ନିଉଜ।

6
417 views

Comment