ବେସରକାରୀକୁ ପଚାରେ କିଏ? ସୁଶାନ୍ତ କୁମାର ପ୍ରଧାନ ଙ୍କ ଦ୍ଵାରା ରଚିତ କବିତା।
ବେସରକାରୀକୁ ପଚାରେ କିଏ?
କି ଲେଖା ଲେଖିବି
କଲମରେ ମୋର,
ମୁଖେ ନାହିଁ ମୋର ଭାଷା
ଆଉ ତୁମେ ସାଥୀ ଦେଖା ହେବ ବୋଲି
ନାହିଁ ମୋର ଟିକେ ଆଶା...
ତୁମରି କଥା ମୁଁ ଦିନ ରାତି ଭାବେ
ମନେ ହୁଏ କେତେ ବ୍ୟଥା,
ଭୁଲି କି ପାରିବି ତୁମରି ସୃତି କୁ
ଜୀବନ ଥିବା ଯାଏଁ,
ଏମିତି ହୃଦୟ ଦେଇଚି ତୁମକୁ
ବ୍ୟଥା ଲାଗିବ ମରିବା ଯାଏଁ!!"
ଭୁଲି ଯାଅ ସାଥୀ ପୁରୁଣା ସୃତି କୁ
କଷ୍ଟ ନକରି ଆଉ,
ତୁମ ବାପା ମା କଥା ମାନି ତୁମେ
ବାହା ହେଈଯାଅ ବୁଢ଼ା ବରକୁ...
ବାପାର ଇଛା ବର କରିବି ଗମେଟ,
ଜମି ବାଡ଼ି ବିକି ଯୌତକ ଦେବି
ଆଉ ନଥିବ ପାଖେ କଣା କନିଟେ..
ମାଆ କହୁଚି ଜୁଇଁ କରୁଥାଉ ବିଜିନେସ
ଟଙ୍କା ପଇସାର ଅଭାବ ନଥାଉ,
ଝିଅ କରୁଥିବ ଓଏସ....
ଝିଅ ପାଉଅଛି ଅଲଗା ପିଲା କୁ ଭଲ
ବାପା ମାଆ ଙ୍କର କଥା ମାନି ସିଏ,
ନିଜ ଭଲ ପାଇବାକୁ କରୁଅଛି ପର...
ଝିଅଟି କହୁଚି ବାହା ହେଇଯାଅ
ଅଲଗା ଜାଗାରେ,
ଆମ ଘରେ ପରା ସରକାରୀ ଖୁଜୁଚେ,
ତୁମେ ପରା ବେସରକାରୀ ଟେ...
ଝିଅର ବୟସ ଅଠର ହେଲେ
ବର ର ବୟସ ଦୁଇ ଗୁଣା,
ମା କହୁଛି ଜୁଇଁ କୁ ମୋର
ଏବେ ହେଇଚି ଦୁଇ ଅଣା.....
ଝିଅକୁ ଯେବେ ଯୌବନ ହେବ
ବର ପାଉଥିବ ଭତା,
ସନ୍ତାନ ଟି ଯେବେ ଦଶମ ପଢିବ,
ଆଉ ପାଖେ ନଥିବ ବାପା...
🙏🙏🙏
ଆଜିର ଦୁନିଆ (ସୁଶାନ୍ତ କୁମାର ପ୍ରଧାନ )
ଅନୁଗୁଳ, ମୋବାଇଲ: 8658546344
ସୌଜନ୍ୟ ଖଣ୍ଡାଧାର ନିଉଜ।