ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ରେ ତନୁଜା ମନୋନୀତ।
*ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ରେ ତନୁଜା ମନୋନୀତ*
କେନ୍ଦୁଝର:୨୫/୦୨ (ଖଣ୍ଡାଧାର ନିଉଜ) - ସରସ୍ବତୀ ଶିଶୁବିଦ୍ୟାମନ୍ଦିର କେନ୍ଦୁଝର ଗଡ଼ ର ସପ୍ତମ ଶ୍ରେଣୀ ରେ ଅଧ୍ୟୟନ ରତା ଛାତ୍ରୀ ତନୁଜା ତନ୍ମୟୀ ମହାନ୍ତ PMST( stage-1) ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ରେ କୃତକାର୍ଯ୍ୟ ହୋଇଛନ୍ତି | ସେ ମଇଦାନକେଲ ଗ୍ରାମ ପଞ୍ଚାୟତ ସ୍ଥିତ ହରିହରପୁର ଗ୍ରାମ ର ହେମନ୍ତ କୁମାର ମହାନ୍ତ ଓ଼ କାଞ୍ଚନବାଳା ମହାନ୍ତ ଙ୍କ ସୁପୁତ୍ରୀ ଅଟନ୍ତି | ତାଙ୍କ ସଫଳତା ରେ ପିତା, ମାତା, ପରିବାର ଓ଼ ଗୁରୁଜୀ ଓ଼ ଗୁରୁମା ଙ୍କ ଅତୁଳନୀୟ ଅବଦାନ ରହିଛି ବୋଲି କହିଛନ୍ତି | ତାଙ୍କର ଭବିଷ୍ୟତ ର ସମୃଦ୍ଧି ଓ଼ ଉତ୍ତରୋତ୍ତର ଉନ୍ନତି ନିମନ୍ତେ A.J coaching center ତରଫରୁ ଶିକ୍ଷକ ନରେଶ ଚନ୍ଦ୍ର ମହାନ୍ତ, ଶିକ୍ଷୟତ୍ରୀ ଉର୍ମିଳା ମହାନ୍ତ, ଗାୟତ୍ରୀ ମହାନ୍ତ, ଭାଗିରଥି ମୁଣ୍ଡା ଓ଼ ଗୁପ୍ତ କିଶୋର ମହାନ୍ତ ଶୁଭେଚ୍ଛା ଜଣାଇବା ସହିତ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି |
ସୌଜନ୍ୟ ଖଣ୍ଡାଧାର ନିଉଜ