କରଞ୍ଜିଆ ମଣ୍ଡଳ ବିଜେପି ପକ୍ଷରୁ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧନା, ବନ୍ଧୁ ମିଳନ ଏବଂ ଭିବି ରାମଜୀ ସଚେତନତା କାର୍ଯ୍ୟକ୍ରମ।
କରଞ୍ଜିଆ ମଣ୍ଡଳ ବିଜେପି ପକ୍ଷରୁ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧନା, ବନ୍ଧୁ ମିଳନ ଏବଂ ଭିବି ରାମଜୀ ସଚେତନତା କାର୍ଯ୍ୟକ୍ରମ।
ଚମ୍ପୁଆ -୨୫/୦୨(ଖଣ୍ଡାଧାର ନିୟୁଜ) ଚମ୍ପୁଆ ବ୍ଲକ ସରେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟୁଣଟୁଣl ଗ୍ରାମ ଖେଳ ପଡିଆ ପରିସରରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ କରଞ୍ଜିଆ ମଣ୍ଡଳର ୧୬ଜଣିଆ କମିଟିର ନୂତନ ପଦାଧିକାରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କରଞ୍ଜିଆ ମଣ୍ଡଳର ସଭାପତି ଇନ୍ଦ୍ରଜିତ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଯୋଗ ଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପସଭାପତି ତଥା ସାଂସଦ ପ୍ରତିନିଧି ସିଦ୍ଧାର୍ଥ କୁମାର ସିଂହ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ପୂର୍ବତନ ଜିଲ୍ଲା ସମ୍ପାଦକ ଚିରଞ୍ଜିତ ମହାନ୍ତ, ଜିଲ୍ଲା ଉପ ସଭାପତି ତଥା ଯୋଡ଼ା ସାଂସଦ ପ୍ରତିନିଧି ଅଗୁନୁ ଚରଣ ମହାନ୍ତ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ଚମ୍ପୁଆ ଓକିଲ ସଙ୍ଘ ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ଯଶ୍ୟଶିନୀ ବଳ , ପୂର୍ବତନ ମଣ୍ଡଳ ସଭାପତି ସରୋଜ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ। ରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତିଙ୍କ ଦ୍ଵାରା ଗଠନ ହୋଇଥିବା ମଣ୍ଡଳର ନୂତନ ୧୬ଜଣିଆ କମିଟିକୁ ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଉପସ୍ଥିତ ଅତିଥି ଗଣ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପ୍ରତି ପରିବାର ପାଖରେ ପହଞ୍ଚାଇବାକୁ କାର୍ଯକର୍ତ୍ତାଙ୍କୁ ଦିଗଦର୍ଶନ ଦେଇଥିବା ବେଳେ ଆଗାମୀ ଦିନରେ ବର୍ଷକୁ ୧୨୫ ଦିନର ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଭିବିଜି ରାମଜିର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିଥିଲେ। ଆଗାମୀ ଦିନରେ ସମସ୍ତ କାର୍ଯ୍ୟକର୍ତ୍ତା ପ୍ରତି ପରିବାରରେ ଏ ନେଇ ଅବଗତ କରି ସଚେତନତା କରିବାକୁ ନିର୍ଦେଶ ଦେଇଥିଲେ। ଏହି ଅବସରରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଲୋକନାଥ ପାତ୍ର ସଂଯୋଜନା କରି ମଞ୍ଚ ପରିଚାଳିତ କରିଥିଲେ। କାର୍ଯ୍ୟକ୍ରମକୁ କାର୍ଯ୍ୟକର୍ତ୍ତା ଡାକ୍ତର ରଞ୍ଜନ ମହାନ୍ତ, ଦାଶରଥି ମହାକୁଡ଼, ଯଦୁମଣି ନାୟକ ପ୍ରମୁଖ ସହଯୋଗୀତାରେ ପରିଚାଳିତ ହୋଇଥିବା ବେଳେ ମଣ୍ଡଳ ସ୍ତରୀୟ ସାତ ଗୋଟି ଗ୍ରାମ ପଞ୍ଚାୟତରୁ ଏକହଜାରରୁ ଉର୍ଦ୍ଧ ବିଜେପି କାର୍ଯ୍ୟକର୍ତ୍ତା ସଦସ୍ୟ ଯୋଗ ଦେଇଥିଲେ।
ଖଣ୍ଡାଧାର ନିଉଜ- ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।