logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସଂଯୋଗୀ ସାହିତ୍ୟ ସଂସଦର ଓ୍ବେବ୍ ସାଇଟ୍ ଉଦ୍ଘାଟିତ।

ସଂଯୋଗୀ ସାହିତ୍ୟ ସଂସଦର ଓ୍ବେବ୍ ସାଇଟ୍ ଉଦ୍ଘାଟିତ।

ଘଟଗାଁ,୨୫/୨: ( ଖଣ୍ଡାଧାର ନିଉଜ )ଓଡ଼ିଆ ଭାଷା ସାହିତ୍ୟର ନବ ଉନ୍ମେଷ ସାହିତ୍ଯାନୁଷ୍ଠାନ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା ଘଟଗାଁ କେନ୍ଦୁଝର ର ଓ୍ବେବ୍ ସାଇଟ୍ କୁ ଗତକାଲି ସଂଧ୍ୟାରେ ଉଦ୍ଘାଟିତ ହୋଇଯାଇଛି।
ସଂସଦର ସଭାପତି ଉପେନ୍ଦ୍ର ଦାଶଙ୍କ ପୌରହିତ୍ୟରେ ଆୟୋଜିତ ସାଂଗଠନିକ ବୈଠକ ଅବସରରେ ରାଜ୍ୟ ସଂଚାଳକ ହୃଷୀକେଶ ଦାଶ ଉପସ୍ଥିତ ସଦସ୍ୟ ସଦସ୍ୟା ମାନଙ୍କୁ ସ୍ଵାଗତ ଜଣାଇବା ସହ ଯୁବପିଢି ଙ୍କୁ ଅନୁଷ୍ଠାନ ପ୍ରାଧାନ୍ୟ ଦେଉଥିବାରୁ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ବଧାଇ ଜଣାଇଥିଲେ। ପରେ ପରେ ସଂପାଦକ ବାବୁଲାଲ ପଲେଇ ଅନୁଷ୍ଠାନର ଓ୍ବେବ୍ ସାଇଟ୍ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ସହ ସଂପାଦକ ଲିସନ ମହାନ୍ତିଙ୍କ ପରାମର୍ଶ କ୍ରମେ ତନ୍ମୟ କୁମାର ସ୍ବାଇଁ ସଭାପତି ଶ୍ରୀଯୁକ୍ତ ଦାଶଙ୍କ ଦ୍ବାରା ଅନୁଷ୍ଠାନର ଓ୍ବେବ୍ ସାଇଟ୍ କୁ ଉଦ୍ଘାଟନ କରାଇଥିଲେ। ଏହି ଅବସରରେ ଶ୍ରୀ ମହାନ୍ତିଙ୍କ ଅନୁରୋଧ କ୍ରମେ ସଂଯୋଗୀ ସଜଫୁଲର ପ୍ରଚାର ଓ ପ୍ରସାର ପରିଚାଳନା ସଂପାଦକ ସରୋଜ କୁମାର ସେନାପତି, ଅନୁଷ୍ଠାନ ପାଇଁ କାର୍ଯ୍ୟ କରୁଥିବାରୁ ତିନ ଜଣ ନବ ଯୁବ ପ୍ରତିଭା - କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ରୁ ପୁଷ୍ପକ କୁମାର ବେହେରା, ବାଲେଶ୍ଵର ଜିଲ୍ଲାରୁ ତନ୍ମୟ କୁମାର ସ୍ବାଇଁ ଓ ଅନୁଗୋଳ ଜିଲ୍ଲାରୁ ଶୁଭେନ୍ଦୁ କୁମାର ବେହେରା ଙ୍କୁ ନିମନ୍ତ୍ରିତ ସଦସ୍ୟ ଗ୍ରହଣ କରିବାକୁ ପ୍ରସ୍ତାବ ବାଢ଼ିଥିଲେ। ତାଙ୍କ ପ୍ରସ୍ତାବକୁ ସଂପାଦକ ଶ୍ରୀ ପଲେଇଙ୍କ ଅନୁମୋଦନ କ୍ରମେ ସଭାପତି ଶ୍ରୀଯୁକ୍ତ ଦାଶ ଉକ୍ତ ତିନିଜଣଙ୍କୁ ଅନୁଷ୍ଠାନର ସଦସ୍ୟ ରୂପେ ଗ୍ରହଣ କରାଗଲା ବୋଲି ବୈଠକରେ ଘୋଷଣା କରିଥିଲେ ଏବଂ କୋଷାଧ୍ୟକ୍ଷ ସନ୍ତୋଷ କୁମାର ପତି ସମର୍ଥନ କରିଥିଲେ। ଉକ୍ତ ବୈଠକରେ ଆଜୀବନ ସଦସ୍ୟ ଶାନ୍ତନୁ କୁମାର ମହାପାତ୍ର, ତପନ କୁମାର ଦାଶ, ପୃଷ୍ଠପୋଷକ ସୁଜାତା ଗୁପ୍ତା, ମିନା ବେହେରା, ସଦସ୍ୟା ବିଦ୍ଯାଭାରତି ପଲେଇ ଆଦି ପ୍ରମୁଖ ସଦସ୍ୟ ସଦସ୍ୟା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରି ଆନନ୍ଦ ପ୍ରକାଶ କରିବା ସହିତ ତିନିଜଣ ଯୁବ ପ୍ରତିଭାଙ୍କୁ ପ୍ରଶଂସା କରି ଶୁଭେଚ୍ଛା ଜଣାଇଥିଲେ। ଅନୁଷ୍ଠାନର ଓ୍ବେବ୍ ସାଇଟ୍ କୁ ସାର୍ବଜନୀନ କରିବା ନିମନ୍ତେ ସଂପାଦକ ଙ୍କୁ ଅନୁରୋଧ କରାଯିବା ସହିତ ଓ୍ବେବ୍ ସାଇଟ୍ ର ସମସ୍ତ କାମ ସାରିବା ପାଇଁ ସହ ସଂପାଦକ ଲିସନ ମହାନ୍ତିଙ୍କୁ ଦାୟିତ୍ବ ଦିଆଯାଇଛି। ଶେଷରେ ସଂଯୋଗୀ ସଜଫୁଲର ମୁଖ୍ୟ ସଂପାଦକ ସନ୍ତୋଷ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ।

ଖଣ୍ଡାଧାର ନିଉଜ- ବାବୁଲାଲ ପଲେଇ ଙ୍କ ରିପୋର୍ଟ।

17
873 views

Comment