ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ମାଣ୍ଡିଆ କ୍ଷେତ୍ର ଦିବସ।
ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ମାଣ୍ଡିଆ କ୍ଷେତ୍ର ଦିବସ।
ପାଟଣା:୨୫/୦୨- ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତ ବଡଧନୁର୍ଜୟପୁର ଗ୍ରାମରେ ଆଜି ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ଦିନିକିଆ ମାଣ୍ଡିଆ କ୍ଷତ୍ର ଦିବସ ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମ କୁ ଶ୍ରୀ ଅନ୍ନ ଅଭିଯାନ ର ବ୍ଲକ ସଂଯୋଜକ ତ୍ରିଲୋଚନ ମହାନ୍ତ ପରିଚାଳନା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ବର୍ଷା ବୈଶାଳୀ,ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ସରପଞ୍ଚ ଭାମାମଣି ଦାସ,କୃଷି ଅଧୀଦର୍ଶକ ବିରଭଦ୍ର ନାଏକ ଓ ବନାଲତା ସେଠୀ,ଏଟିଏମ ରଣଜିତ କୁମାର ସି ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଆଖପାଖ ଗ୍ରାମର ଚାଷୀ ମାନଙ୍କୁ ମାଣ୍ଡିଆ ଚାଷର ଲାଭ ,ମାଣ୍ଡିଆ ଜାତ ଖାଦ୍ୟର ପୃଷ୍ଟି ତତ୍ୱ ଉପରେ ସବିଶେଷ ମାର୍ଗ ଦର୍ଶନ ଦେଇଥିଲେ।ଏଥିରେ ମାଣ୍ଡିଆ ଚାଷୀଙ୍କ ପାଇଁ ଥିବା ପ୍ରୋତ୍ସାହନ ରାଶି ମଣ୍ଡିରେ ବିକ୍ରି ସୁବିଧା, ବିହନ ବିଵୋଧନ ସମ୍ପର୍କରେ ମଧ୍ୟ ଶିକ୍ଷା ଦିଆ ଯାଇଥିଲା।କାର୍ଯ୍ୟ ନିର୍ଵାହି ଅଧିକାରୀ ଦୀନକୃଷ୍ଣ ମହାନ୍ତ ସହ ବ୍ଲକ ସଂଯୋଜକ ଦୀପକ ମହାନ୍ତ, ଅଭିଷେକ ମହାପାତ୍ର, ସି ଆର ପି ହରିଶ ମହାନ୍ତ, ସବିତା ମହାନ୍ତ, କେତକୀ ମହାନ୍ତ, ହାରମଣି ମହାନ୍ତ ଓ ରଶ୍ମିରେଖା ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ରେ ସାମିଲ ଥିଲେ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।