ତେନ୍ତେଳାପଶି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ।
ତେନ୍ତେଳାପଶି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ।
ହରିଚନ୍ଦନପୁର:୨୫/୦୨ (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତେଳାପଶି ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତେନ୍ତେଳାପଶିରେ ବାର୍ଷିକ ଉତ୍ସବ ଆନନ୍ଦମୟ ପରିବେଶରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିଆରସିସି ଶ୍ରୀଯୁକ୍ତ ମାନସ ରଞ୍ଜନ ସେଠୀ ଯୋଗଦେଇ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମାଆ ତାରିଣୀଙ୍କ ପ୍ରତି ମୂର୍ତ୍ତିରେ ଦୀପ ପ୍ରଜ୍ୱଳନ କରି ଉତ୍ସବ ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଧନୁର୍ଜୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଘବ ଚରଣ ନାଏକ ଯୋଗଦେଇ ଶିକ୍ଷାର ମୂଲ୍ୟବୋଧ ଓ ଛାତ୍ରଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପଥ ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ପର୍ଶୁରାମ ବେହେରା, ୱାର୍ଡ ମେମ୍ବର ପ୍ରାଣବନ୍ଧୁ ନାଏକ, ଏସ ଏମ ସି ଚ୍ୟାରମ୍ୟାନ ପ୍ରଭାକର ନାଏକ, ବଡ଼କମଡରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ସେଠୀ ଛାତ୍ରଛାତ୍ରୀ ମାନଙ୍କୁ ସଂସ୍କାର ଓ ପରିଶ୍ରମର ମୂଲ୍ୟ ବିଷୟ ଓ ପ୍ରେରଣା ବାବଦରେ ଆଲୋକ ପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ବେହେରା ଅତିଥି ମାନଙ୍କୁ ସ୍ୱାଗତ କରି ବିଦ୍ୟାଳୟର ଶିକ୍ଷାଗତ ଉନ୍ନତି ବିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ନୃତ୍ୟ, ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରି ଉପସ୍ଥିତ ଅତିଥି ଓ ଅଭିଭାବିକା ମାନଙ୍କୁ ମନୋରଞ୍ଜନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଶିକ୍ଷକ ଶ୍ରୀଯୁକ୍ତ ରହିତ କୁମାର ନାଏକ, ଶିକ୍ଷୟତ୍ରୀ କମଳିନୀ ଓଝା, ଚିତ୍ରରେଖା ସାହୁ ମଞ୍ଚ ପରିଚାଳନା କରିଥିଲେ, ହାତୀନୁଟା ସରକାରୀ ବିଦ୍ୟାଳୟର ସହକାରୀ ଶିକ୍ଷକ ପୁରୁଷୋତ୍ତମ ନାୟକ ମଧ୍ଯ ସହଯୋଗ କରିଥିଲେ।
ଖଣ୍ଡାଧାର ନିଉଜ- ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ।