ବାୟୁ ମଣ୍ଡଳକୁ ସଜାଡ଼ିଦେବା - ଶ୍ରୀମତୀ ରତ୍ନମଞ୍ଜରୀ ରାଉତ ଙ୍କ ଦ୍ଵାରା ରଚିତ କବିତା।
*ବାୟୁ ମଣ୍ଡଳକୁ ସଜାଡ଼ିଦେବା*
ଶ୍ରୀମତୀ ରତ୍ନମଞ୍ଜରି ରାଉତ
କି ସୁନ୍ଦର ସତେ ହରିଣ ଛୁଆ
ମାଆ ପାଖେ ଯାଇ ହୋଇଛି ଠିଆ
ମାଆ କାନେ କାନେ ଯାଇ କହୁଛି
ଆମ ବାସ କିଏ ଜାଳି ଦେଉଛି ।
ମାଆ ବଡ ଦୁଃଖେ କହଇ କଥା
ମଣିଷ ବାପୁଡ଼ା ଦିଅଇ ବ୍ୟଥା
ମଣିଷ ଭାବେ ସେ ଭାରି ବୁଦ୍ଧିଆ
କାମ ଟି କରୁଛି ଅବିବେକିଆ ।
ଦେଖିବ ତାହାର କି ହେବ କ୍ଷତି
ବଣ ଜାଳି ଦେଇ ଡାକେ ବିପତ୍ତି ।
ନ ହୋଇ ବରଷା ହେବ ମରୁଡି
ଗଛ ପତ୍ର ସବୁ ଯିବ ଟି ପୋଡ଼ି ।
ଉତ୍ତପ୍ତ ହୋଇବ ଧରଣୀ ରାଣୀ
ବାୟୁ ପ୍ରଦୂଷଣ ହୋଇବ ପୁଣି
ନଇ ନାଳ ସବୁ ଶୁଖି ଯେ ଯିବ
ଚାରି ଆଡେ଼ ହା ହା କାର ଶୁଭିବ ।
ଘରେ ରହି ଭୋକେ ଆଉଟି ହେବେ
ଖାଦ୍ୟ ବିନା ସବୁ ପ୍ରାଣୀ ମରିବେ ।
ନିଜ ଗୋଡ଼କୁ ସେ କୁରାଢି ମାରି
ନିସ୍ତାର ପାଇବ ସିଏ କିପରି ।
ଆସ ରେ ପିଲାଏ ନ କରି ଡେରି
ଗଛ ଲଗାଇବା ଯତନ କରି
ନୂତନ ଜଙ୍ଗଲ ସୃଷ୍ଟି କରିବା
ବାୟୁ ମଣ୍ଡଳ କୁ ସଜାଡି ଦେବା ।
ଶସ୍ୟ ଶ୍ୟାମଳା ଯେ ହେବ ଧରଣୀ
ସମାଜ ଆମର ହେବ ଅଗ୍ରଣୀ ll
ବଡ଼ଡେରା,ମଣ୍ଡୁଆ,କେନ୍ଦୁଝର -୭୫୮୦୪୪
ଫୋନ ନଂ -9438775145
ସୌଜନ୍ୟ ଖଣ୍ଡାଧାର ନିଉଜ- ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।