ଅଜନ୍ତା ୟୁଥ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଜାମୁନାଳିଆ ଚାମ୍ପିୟନ।
ଅଜନ୍ତା ୟୁଥ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଜାମୁନାଳିଆ ଚାମ୍ପିୟନ।
କେନ୍ଦୁଝର,ତା୨୫/୨- ଘଟଗାଁ ବ୍ଲକ ଅନ୍ତର୍ଗତ ମନୋହରପୁର ପଞ୍ଚାୟତ ଖଜୁରିଜୁଆଣି ଅଜନ୍ତା ୟୁଥ କ୍ଲବ ତରଫରୁ ୧୮ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ କପାସପଡା ସହିତ ଜାମୁନାଲିଆ ମଧ୍ୟରେ ହୋଇଥିଲା, ବର୍ଷା ଯୋଗୁଁ ଫାଇନାଲ ମ୍ୟାଚ ୫ ଓଭର ଲେଖା ହୋଇଥିଲା। ପ୍ରଥମେ ଜାମୁନାଳିଆ ୫ ଓଭରରେ ୬୬ ରନ୍ ସଂଗ୍ରହ କରିଥିଲll ପରେ କପାସପଡା ୩୬ ରନ୍ କରି ଅଲଆଉଟ୍ ହୋଇଥିଲା। ନିମନ୍ତ୍ରିତ ହୋଇ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଦୁଃଶାସନ ନାଏକ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ, ସମ୍ମାନିତ ଅତିଥିଭାବେ ନାଏବ ସରପଞ୍ଚ ହେମାମଣି ନାୟକ, ସମାଜସେବୀ ଭଗବାନ ବେହେରା ଯୋଗଦାନ କରିଥିଲେ। ବିଜୟୀ ଦଳକୁ ୧୦ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସଅପ୍ ଦଳକୁ ୭ ହଜାର ଟଙ୍କା ଆଉ ଟ୍ରଫି ପ୍ରଦାନ କରାଯାଇଥିଲା। କ୍ଲବର ସଭାପତି କାଳିଆ ନାୟକ ଦ୍ୱାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଭାଷ୍ଯକାର ଥିଲେ ମାନସ ଦଲେଇ। ଅମ୍ପେୟାର ଥିଲେ ବିବିସି ବେହେରା ଓ ଉମାକାନ୍ତ ପଲେଇ।ସ୍କୋରର୍ ଥିଲେ ଘନଶ୍ୟାମ ନାୟକ ଓ ଓମ୍ ପ୍ରକାଶ ନାୟକ। କମିଟିର ପ୍ରଶାନ୍ତ ନାୟକ, ଜୟକୃଷ୍ଣ ନାୟକ, ଜୟନ୍ତ ନାୟକ, କୁଲୁ ନାୟକ, ଟୁକୁ ନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।