logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ରୀ ବଳଦେବ ଜୀଉ କଳାକାର ସଂଘର ଦ୍ଵିତୀୟ ସନ୍ଧ୍ୟାରେ ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ।

ଶ୍ରୀ ବଳଦେବ ଜୀଉ କଳାକାର ସଂଘର ଦ୍ଵିତୀୟ ସନ୍ଧ୍ୟାରେ ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ।

କେନ୍ଦୁଝର,ତା୨୫/୨- ପବିତ୍ର ଘଟଗାଁ ମାଟିରେ ପୂଜାପାଉଥିବା ମା' ତାରିଣୀଙ୍କ ପେଣ୍ଡାଲରେ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି ଶ୍ରୀ ବଳଦେବ ଜୀଉ କଳାକାର ସଂଘର ଷଷ୍ଠ ବାର୍ଷିକ ମହୋତ୍ସବ। ଓଡ଼ିଶାର କଳା, ସଂସ୍କୃତି,ଐତିହ୍ୟ,ପରମ୍ପରା, ଭାଷାକୁ ଆହୁରି ବିକଶିତ ଓ ପ୍ରଚାର ପ୍ରସାର କରୁଛନ୍ତି ଜିଲ୍ଲାର କଳାକାର ମାନେ। ଆଜିର ଦ୍ଵିତୀୟ ସନ୍ଧ୍ୟାରେ ଥିଲା ଝୁମର,ମୁଣ୍ଡାନାଚ,ଭଜନ କୀର୍ତ୍ତନ,ସାନ୍ତାଳି ନୃତ୍ୟ,ଖଞ୍ଜଣି ଓ ଭାଗବତ ପାରାୟଣ। ଜିଲ୍ଲାର ବହୁ କଳାକାର ସେମାନଙ୍କର ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ଶହ ଶହ କଳାପ୍ରେମୀ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ମଞ୍ଚରେ ମଞ୍ଚାସୀନ ହୋଇଥିଲେ କଳାକାର ସଞ୍ଜୟ କୁମାର ସାହୁ, ପ୍ରଶାନ୍ତ ଗିରି, ରାଜେନ୍ଦ୍ର କୁମାର ପାତ୍ର, କ୍ଷୀରୋଦ କୁମାର ଗିରି, ନିରଞ୍ଜନ ମହାକୁଡ,ଅଜିତ ପଣ୍ଡା,କୃଷ୍ଣଚନ୍ଦ୍ର ନାୟକ ଓ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନେ। ଉତ୍କଳର ପବିତ୍ର ମାଟି ହେଉଛି ଘଟଗାଁ ମାଟି ତେଣୁ ଆମେ ସମସ୍ତେ ଆଜି ଗର୍ବିତ ଓ ଏହି କଳାକାର ସଂଘ ସାରା ରାଜ୍ୟରେ ସୁନାମ ଅର୍ଜନ କରିବ ବୋଲି ମଞ୍ଚାସୀନ ଅତିଥିବୃନ୍ଦ ପରିପ୍ରକାଶ କରିଥିଲେ। ଦୀର୍ଘ ତିନିଦିନ ଧରି ଏ କାର୍ଯ୍ୟକ୍ରମ ହେଉଥିବାରୁ ସୁସମ୍ପର୍କ,ଭାଇଚାରା ଓ ପରସ୍ପର ପ୍ରତି ସ୍ନେହ ଶ୍ରଦ୍ଧା ଦେଖିବାକୁ ମିଳିଥିଲା। ସ୍ଥାନୀୟ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ, ସମାଜସେବୀ ସଞ୍ଜୟ ମିଶ୍ର ଓ କଳାପ୍ରେମୀ ବନ୍ଧୁମାନେ ସହଯୋଗ କରୁଛନ୍ତି।

ଖଣ୍ଡାଧାର ନିଉଜ-- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

20
1051 views

Comment