ଜୀବନ ବଞ୍ଚାଅ: ଏକ ସଚେତନତା ଆହ୍ୱାନ- ଡ. ନରେନ୍ଦ୍ର ରାଠୋର ଙ୍କ ଦ୍ଵାରା ରଚିତ କବିତା।
*ଜୀବନ ବଞ୍ଚାଅ:*
*ଏକ ସଚେତନତା ଆହ୍ୱାନ*
ସାବଧାନ! ସାବଧାନ! ଭାଇ ଓ ଭଉଣୀ,
ଘରେ ଘରେ ବିଷ ବୁଣେ ଜର୍ଦ୍ଦା ଓ ଖଇନି।
ଯାହାକୁ ଭାବୁଛ ତୁମେ କ୍ଷଣିକର ସୁଖ,
ସେଇ ତ ଆଣିବ ଦିନେ ଅସୁମାରୀ ଦୁଃଖ।
ସାମାନ୍ୟ ସେ ନିଶା ନୁହେଁ, ମରଣର ଫାଶ,
ଧୀରେ ଧୀରେ କରିଦେବ ସବୁ ସର୍ବନାଶ।
ଗୁଟଖା ପୁଡ଼ିଆ ଭିତରେ ଲୁଚିଛି ଯମଦୂତ,
ଶରୀରକୁ ଖାଇଯାଏ କର୍କଟର ଭୂତ।
ରକ୍ତ ଯିବ ଶୁଖି ଆଉ ଥରିବ ଏ କାୟା,
ଛାଡ଼ିଯିବେ ସବୁ କରି ସଂସାରର ମାୟା।
ପଇସା ଦେଇ କିଣୁଛ କି କର୍କଟର ବିଷ?
ନିଜ ହାତେ କାଟୁଛ କି ନିଜର ଆୟୁଷ?
ତୁମ ଅପେକ୍ଷାରେ ଅଛି ତୁମରି ପରିବାର,
ବାପା, ମାଆ, ସ୍ତ୍ରୀ, ପିଲା - ସଭିଏଁ ତୁମର।
ତୁମ ବିନା ଅନ୍ଧକାର ସେମାନଙ୍କ ଦୁନିଆ,
ଫିଙ୍ଗି ଦିଅ ଆଜି ସେହି ମରଣର ପୁଡ଼ିଆ।
ସୁସ୍ଥ ଶରୀର ହିଁ ଅଟେ ପ୍ରକୃତ ସମ୍ପଦ,
ନିଶାମୁକ୍ତ ହେଲେ ଯିବ ସକଳ ବିପଦ।
ନିଜେ ବୁଝ, ଅନ୍ୟକୁ ବୁଝାଅ ହେ ମଣିଷ,
ନିଶା ମୁକ୍ତ ଗଢ଼ିବା ଆସ ଏ ସୁନ୍ଦର ଦେଶ।
ଡ଼ ନରେନ୍ଦ୍ର ରାଠୋର
ଷ୍ଟୁଡିଓ A-1
କେନ୍ଦୁଝର
7008803109
ସୌଜନ୍ୟ: ଖଣ୍ଡାଧାର ନିଉଜ।