logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୁଳୁମାଲି ପୁରୋହିତ ପ୍ରଶିକ୍ଷଣ ଶିବିର।

କୁଳୁମାଲି ପୁରୋହିତ ପ୍ରଶିକ୍ଷଣ ଶିବିର।

ପାଟଣା:୨୪/୦୨- କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ସିଆଲିଯୋଡ଼ା ଠାରେ କୁଡ଼ମାଲି ନେଗାଚାରି ପୁରୋହିତ ପ୍ରଶିକ୍ଷଣ ଶିବିର ଗତ 21 ତାରିଖ ଠାରୁ ଆରମ୍ଭ ହୋଇ 3 ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି। କୁଡ଼ମାଲି ଶିକ୍ଷା ସମିତି ସିଆଳିଯୋଡା ଶାଖା ର ସଭାପତି ଶିବ ମହାନ୍ତଙ୍କ ସଭାପତିତ୍ବରେ ଏହି ଶିବିରର ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପୂଜ୍ୟ ପୂଜା ଅବସରରେ ଏହି ଗ୍ରାମରେ 33 ବର୍ଷ ପୂର୍ବରୁ ରାଜ୍ୟ ସ୍ତରୀୟ କୁଡୁମି ସଭାର ଆୟୋଜକ ବୃନ୍ଦ ସ୍ୱର୍ଗତ ଅନନ୍ତ ଚରଣ ମହାନ୍ତ, ସ୍ବର୍ଗତ ଯୋଗେଶ୍ୱର ମହାନ୍ତ, ସ୍ୱର୍ଗତ ବାସୁଦେବ ମହାନ୍ତଙ୍କ ସ୍ମୃତି ଚାରଣ କରି ପୁଷ୍ପ ମାଲ୍ୟ ପ୍ରଦାନ କରା ଯାଇ କାର୍ଯ୍ୟକ୍ରମ କରା ଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ପଶ୍ଚିମବଙ୍ଗ ପୁରୁଲିଆର ନଗେନ ପୁନରିଆର, ମୁଖ୍ୟବକ୍ତା ଭାବେ ଡ଼ଃ ପ୍ରତାପ ମହାନ୍ତ, ନିମନ୍ତ୍ରୀତ ଅତିଥି ଭାବେ ରାଇରଙ୍ଗପୁରର ଭବାନୀ ଶଙ୍କର ମହାନ୍ତ, ବାବୁଲାଲ ମହାନ୍ତ, ଯାଜପୁର ଜିଲ୍ଲାରୁ ସୁଶୀଲ କୁମାର ମହାନ୍ତ ଯୋଗ ଦେଇଥିଲେ। ଏହି ତାଲିମ ଶିବିରରେ ଯାଜପୁର, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରୁ 20 ଜଣ କୁଡୁମି ଯୁବକ କୁଡ଼ମାଲି ପୁରୋହିତ ତାଲିମ ଗ୍ରହଣ କରିଥିଲେ । ପଶ୍ଚିମବଙ୍ଗ ପୁରୁଲିଆର ନଗେନ ପୁନରିଆର ଓ ରାଇରଙ୍ଗପୁରର ବାବୁଲାଲ ମହାନ୍ତ ପୁରୋହିତ ତାଲିମ ପ୍ରଦାନ କରିଥିଲେ। ଏହାର ଉଦଯାପନୀ ସଭାରେ ନବକିଶୋର ମହାନ୍ତ ଓ ଚନ୍ଦ୍ର ମୋହନ ମହାନ୍ତ ଯୋଗ ଦେଇ କୁଳୁମାଲି ପରମ୍ପରା ଉପରେ ମତ ଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିରକୁ ପରମେଶ୍ୱର ମହାନ୍ତ, ଲଷ୍ମୀଧର ମହାନ୍ତ, ଜଗନ୍ନାଥ ମହାନ୍ତ ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

6
760 views

Comment