logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜନଗଣନା ପୂର୍ବ ପ୍ରସ୍ତୁତି ନେଇ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

ଜନଗଣନା ପୂର୍ବ ପ୍ରସ୍ତୁତି ନେଇ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

କେନ୍ଦୁଝର,ତା୨୪/୨- କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଡ଼ିଆରଡ଼ିଏର ସମ୍ମିଳନୀ କକ୍ଷଠାରେ ଆଗାମୀ 'ଡିଜିଟାଲ ଜନଗଣନା ୨୦୨୭' ପାଇଁ ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଜିଲ୍ଲାର ସମସ୍ତ ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ-ତଥା-ଚାର୍ଜ ଅଫିସର ଏବଂ ଜନଗଣନା ସହାୟକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଥମ ଦିନରେ 'ଜନଗଣନା ପରିଚାଳନା ଏବଂ ଅନୁଧ୍ୟାନ ବ୍ୟବସ୍ଥା' ଏବଂ ଏଚଏଲବି ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷ କରି ତଥ୍ୟ ସଂଗ୍ରହ, ରିଅଲ-ଟାଇମ୍ ରିପୋର୍ଟିଂ ଏବଂ ପୋର୍ଟାଲରେ ଡାଟା ଏଣ୍ଟ୍ରି ସମ୍ବନ୍ଧରେ ଅଧିକାରୀମାନଙ୍କୁ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ଦିଆଯାଇଥିଲା। ଦ୍ୱିତୀୟ ଦିନରେ ଚାର୍ଜ ଅଫିସର, ଗଣନାକାରୀ ଏବଂ ସୁପରଭାଇଜରମାନଙ୍କ ଦାୟିତ୍ୱ ଉପରେ ଆଲୋଚନା ହୋଇଥିଲା। ଏଥିସହ 'HLO ମୋବାଇଲ୍ ଆପ୍' ମାଧ୍ୟମରେ ସ୍ୱୟଂ ଜନଗଣନା ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ମାର୍ଗଦର୍ଶିକା ପ୍ରଦାନ କରାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରର ମୂଳ ଲକ୍ଷ୍ୟ ହେଉଛି ଜନଗଣନା କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ଡିଜିଟାଲାଇଜ୍ କରିବା ଏବଂ କ୍ଷେତ୍ର ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା। ଏହାଦ୍ୱାରା ୨୦୨୭ ଜନଗଣନା କାର୍ଯ୍ୟ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ହୋଇପାରିବ।ଏହି କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତଙ୍କ ସନ୍ଦେହ ଦୂର କରିବା ସହ ଆଗାମୀ ଦିନରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

18
1005 views

Comment