logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମୁଖ୍ୟମନ୍ତ୍ର୍ରୀ ମକ୍କା ମିଶନ୍ ପ୍ରକଳ୍ପ ର ତାଲିମ୍ ଦାତାଙ୍କ ତାଲିମ୍ ଶିବିର ଉଦ୍‌ଘାଟିତ।

ମୁଖ୍ୟମନ୍ତ୍ର୍ରୀ ମକ୍କା ମିଶନ୍ ପ୍ରକଳ୍ପ ର ତାଲିମ୍ ଦାତାଙ୍କ ତାଲିମ୍ ଶିବିର ଉଦ୍‌ଘାଟିତ।

ଝୁମ୍ପୁରା: ୨୪/୦୨ (ଖଣ୍ଡାଧାର ନିଉଜ) ଝୁମ୍ପୁରା ଏଗ୍ରୀକଲ୍‌ଚର ଅଫିସ୍ ସଦ୍ଭା ଗୃହରେ ସ୍ଵେଚ୍ଛାସେବୀ ସଂଗଠନ ଆଇଡିଆଲ୍ ଡେଭଲପମେଣ୍ଟ ଏଜେନ୍ସି (IDA) ମାଧ୍ୟମରେ ମୁଖ୍ୟମନ୍ତ୍ର୍ରୀ ମକ୍କା ମିଶନ୍ ପ୍ରକଳ୍ପ ର ତାଲିମ୍ ଦାତାଙ୍କ ତାଲିମ୍ ଶିବିର ଉଦ୍‌ଘାଟିତ ହୋଇଯାଇଅଛି। ବ୍ଳକ୍ କୃଷି ଅଧିକାରୀ ସୁମନ୍ ସ୍ମିତା ତରେଇ, ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିର କୁ ଉଦଘାଟନ କରିବା ଅବସରରେ, ଏହି ଯୋଜନା ର ସୁଫଳ ନେବାକୁ ଉପସ୍ଥିତ କ୍ରୁଷିଙ୍କୁ ଆହ୍ବାନ ଦେଇଥିଲେ। ଏହି ଶିବିରରେ KVK ବୈଜ୍ଞାନିକ ନିଗମାନନ୍ଦ ବେହେରା ଓ ମୁଖ୍ୟମନ୍ତ୍ରୀ ମକ୍କା ମିଶନ୍ ର ସ୍କିମ୍ ଅଫିସର୍ ନନ୍ଦିତା ଜେନା ତାଲିମ୍ ଦାତାଙ୍କୁ ମକ୍କା ଚାଷ କୁ ବହୁଳ ଭାବେ ଚାଷ କରି ଏହାର ଉତ୍ପାଦନ ବୃଦ୍ଧି ସହ ଉପଯୁକ୍ତ ବଜାର ସୃଷ୍ଟି କରିବା ଏବଂ ମକ୍କା ରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି କୃଷକ ଉତ୍ପାଦନ ସଂଘ ମାଧ୍ୟମରେ ଚାଷିର ରୋଜଗାର ବୃଦ୍ଧି କିପରି ହେବ। ଏହି ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଆଇଡିଆଲ୍ ଡେଭଲେପମେଣ୍ଟ ଏଜେନ୍ସି (IDA) ପ୍ରକଳ୍ପ ସଂଯୋଜକ ଦେବ ରଞ୍ଜନ ଦାସ, ଉକ୍ତ ଶିବିର ର ସମ୍ପୁର୍ଣ୍ଣ କାର୍ଯ୍ୟକୁ ତଦାରଖ କରିଥିଲେ। ମା ପଦ୍ମଯା କୃଷକ ଉତ୍ପାଦକ ସଂଗଠନ ର C.E.O S.M FARDEEN ଓ ଏକାଉଣ୍ଟଟାଣ୍ଡ ତାରିଣୀ ପ୍ରସାଦ ବରାଳ ପ୍ରମୁଖ ତାଲିମ୍ ଶିବିର ର ପରିଚାଳନା ରେ ସହଯୋଗ କରିଥିଲେ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

26
1319 views

Comment