logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲା ପ୍ରତିଷ୍ଠା ଦିବସକୁ ଭବ୍ୟ କରିବା ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲା ପ୍ରତିଷ୍ଠା ଦିବସକୁ ଭବ୍ୟ କରିବା ପାଇଁ ପ୍ରସ୍ତୁତି ବୈଠକ
ଆସନ୍ତା ଏପ୍ରିଲ ୧ ତାରିଖରେ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନକୁ ନେଇ ଗତ ରବିବାର ଜିଲ୍ଲା ସମାଜସେବୀ ସଂଘ ବରଗଡ଼ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ବରଗଡ଼ର ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ରାଜନୈତିକ ଦଳର କର୍ମକର୍ତ୍ତା ଓ ସାଧାରଣ ନାଗରିକ ଯୋଗଦେଇଥିଲେ। ଜିଲ୍ଲା ପ୍ରତିଷ୍ଠା ଦିବସକୁ କିପରି ଅଧିକ ଭବ୍ୟ ଓ ସାର୍ବଜନୀନ ଭାବେ ପାଳନ କରାଯାଇପାରିବ, ସେନେଇ ସମସ୍ତେ ନିଜ ନିଜ ମତ ପ୍ରକାଶ କରିଥିଲେ। ପରେ ଗୋଟିଏ ଟିମ ଗଠନ କରାଯାଇ ବରଗଡ଼ର ପରମ୍ପରା ଅନୁଯାୟୀ ପ୍ରଥମ ନିମନ୍ତ୍ରଣ ଶ୍ରୀ ଶ୍ରୀ ନରସିଂହନାଥ ମହାପ୍ରଭୁଙ୍କୁ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ବଳିଷ୍ଠ ଦୁର୍ଗାଙ୍କ ନେତୃତ୍ୱରେ ବରଗଡ଼ର ଗର୍ବ ପଦ୍ମଶ୍ରୀ ଭାଗବତ ପଧାନ, ସମାଜସେବୀ ଅକୁର ମଲିକ, କୋଶଳ ସେନା ସମ୍ପାଦକ ବିରବଲ ମହାକୁଡ଼, ରାଜେଶ ଶର୍ମା, ନାରାୟଣ ସିଂ, ଶବ ଲୁହା ସହ ସାମ୍ବାଦିକ ଆନନ୍ଦ ମହାପାତ୍ର, ରାହୁଲ ବାରିକ, ସୁନୀଲ ବାଗ ଓ ହରିଶ ଯୋଗଦାନ କରିଥିଲେ। ପରେ ଟିମ ପକ୍ଷରୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସାକ୍ଷାତ କରି ଜିଲ୍ଲା ପ୍ରତିଷ୍ଠା ଦିବସର ନିମନ୍ତ୍ରଣ ଦିଆଯାଇଥିଲା। ସେହିପରି ଏହି ଅବସରକୁ ଆହୁରି ଭବ୍ୟ କରିବା ଉଦ୍ଦେଶ୍ୟରେ ସାଂସ୍କୃତିକ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦୃଷ୍ଟିଆକର୍ଷଣ ପାଇଁ ପଦ୍ମଶ୍ରୀ ଭାଗବତ ପଧାନ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସାଂସଦ ପ୍ରଦୀପ ପୁରୋହିତ ଚଳିତ ବର୍ଷ ଜିଲ୍ଲା ପ୍ରତିଷ୍ଠା ଦିବସକୁ ମହା ଆଡମ୍ବରରେ ପାଳନ କରାଯିବ ବୋଲି ଆଶ୍ୱାସନ ଦେଇଥିବା ସହ ନିଜେ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ଏବଂ ପଦ୍ମଶ୍ରୀଙ୍କ ଦାବିକୁ ସାଂସ୍କୃତିକ ମନ୍ତ୍ରୀଙ୍କୁ ଜଣେଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

54
1419 views

Comment