logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚେରଖଣ୍ଡି ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ !

ଆଠମଲ୍ଲିକ:-୨୪/୦୨(ଧନଞ୍ଜୟ ନାୟକ ) ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଚେରଖଣ୍ଡି ଗ୍ରାମ ଠାରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି ! ଏହି ମହାଯଜ୍ଞ ଚତୁର୍ଥ ବର୍ଷରେ ପଦାର୍ପଣ କରିଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା !
କଳସ ଯାତ୍ରା ସହ ବେଦମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ହୋମ-ଯଜ୍ଞ ଓ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା !ଗ୍ରାମବାସୀଙ୍କ ସମୁହିକ ପ୍ରୟାସ ଓ ଆତ୍ମିୟ ସହଭାଗିତାରେ କାର୍ଯ୍ୟକ୍ରମଟି ସଫଳତାର ସହିତ ପରିଚାଳିତ ହୋଇଥିଲା ! ଯଜ୍ଞର କର୍ତ୍ତା ଭାବେ ଦିବାକର ଦେହୁରୀ ଓ ନିଲେଦ୍ରି ଦେହୁରୀ ଦାୟିତ୍ୱ ନିଭାଇଥିଲେ ! ଗ୍ରାମ ସଭାପତି ବାବୁଲି ଦେହୁରୀ ଓ ସମ୍ପାଦକ ଧନେଶ୍ୱର ଦେହୁରୀଙ୍କ ନେତୃତ୍ୱରେ ବିରଞ୍ଚି ସାହୁ, କୁନାଲ ଦେହୁରୀ, ଖିରୋଦ ଦେହୁରୀ, ଭାବଗ୍ରାହୀ ଦେହୁରୀ, ଧିରେନ୍ ସାହୁ, ଜମ୍ବେଶ୍ୱର ଦେହୁରୀ, ସୁଦର୍ଶନ ମାଝୀ ଓ ଅଭିମନ୍ୟୁ ଦେହୁରୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ! ପ୍ରାୟ ଦୁଇ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନ ଓ ଅନ୍ନଦାନ ବ୍ୟବସ୍ଥା କରାଯାଇଥିଲା ! ଏହି ବିଶ୍ୱଶାନ୍ତି ମହାଯଜ୍ଞ ଚେରଖଣ୍ଡି ଗ୍ରାମରେ ଏକ ଆଧ୍ୟାତ୍ମିକ ଓ ସାମୂହିକ ପରିବେଶ ସୃଷ୍ଟି କରିଥିଲା !

0
237 views

Comment