logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଯୁବକଙ୍କୁ ଭୁଜାଲି ମାଡ଼, ଥାନାରେ ଏତଲା

ନୀଳଗିରି: ନୀଳଗିରି ଥାନା ଅଧୀନ ଅଯୋଧ୍ୟା ଗାଁର ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ସହ ଭୁଜାଲି ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଅଯୋଧ୍ୟା କଲେଜ ଛକରେ ଗାଁର ରବିଶଙ୍କର ମଲିକ ନାମକ ଯୁବକ ଛିଡ଼ା ହୋଇଥିବାବେଳେ ସେହି ଗାଁର ଚନ୍ଦ୍ରଭାନୁ ନାୟକ ତାଙ୍କୁ ଜାତିଆଣ ଉଠାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏତିକି ବେଳେ ଯୁବକଙ୍କ ସମ୍ପର୍କୀୟ ଭାଇ ସେଠାରେ ପହଞ୍ଚି ତାଙ୍କୁ ଘରକୁ ନେଇ ଯାଇଥିଲେ।

ପୁଣି ଥରେ ରାତିରେ ଚନ୍ଦ୍ରଭାନୁ ଏବଂ ୩/୪ଜଣ ସହଯୋଗୀ ତାଙ୍କ ଘରେ ପହଞ୍ଚି ଜୋର ଜବରଦସ୍ତ ଉଠାଇ ଆଣି ମିତ୍ରପୁର ଆଡ଼କୁ ନେଇ ମରଣାନ୍ତକ ଆକ୍ରମଣ କରିବା ସହ ଭୁଜାଲିରେ ଦୁଇ ଜଙ୍ଘକୁ କାଟି ରକ୍ତାକ୍ତ କରିଥିବା ଅଭିଯୋଗ ଉଠିଛି। ଏ ସମ୍ପର୍କରେ ଆହତଙ୍କ ମା’ ମମତା ମଲିକ ନୀଳଗିରି ଥାନାରେ ଏତଲା ଦେବା ପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ବାଲେଶ୍ବର ଡିଏସପି ନିବେଦିତା ସୋରେନ ଏହି ଘଟଣାର ତଦନ୍ତ କରୁଛନ୍ତି। ସେପଟେ ଗୁରୁତର ଯୁବକଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

6
190 views

Comment