logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ତଥାପି ଏକା ମୁଁ କାହିଁକି? - ଶାନ୍ତିଲତା ସାହୁ ଙ୍କ ଦ୍ଵାରା ବିଶେଷ ଆଲେଖ୍ୟ।

ତଥାପି ଏକା ମୁଁ କାହିଁକି?
---------------------------


(୧) ମୋର ଏଇ କଥାଟା କେଉଁ ଉପଦେଶର କଥା ନୁହେଁ; ଯାହା ଜୀବନର ସତ୍ୟ ଓ ଘଟଣା ଗୁଡ଼ିକ ଘଟୁଥିବା ପ୍ରତିଦିନ ଧରାବନ୍ଧା ଜୀବନର କଥା ପରି ମୁଁ ତାହାକୁ ଅଂଶୀଦାର କରିବାକୁ ଚାହେଁ ସବୁ ନାରୀମାନଙ୍କ ଭିତରେ ମୁଁ ସେଇ ନାରୀମାନଙ୍କୁ ସର୍ବଶ୍ରେଷ୍ଠ ନାରୀ କହିବାକୁ ଚାହିଁବି ଯେଉଁମାନଙ୍କ ଭିତରେ ଗୋଟେ ଅଗ୍ନି ସ୍ଫୁଲିଙ୍ଗ ସବୁବେଳେ କ୍ରାନ୍ତି ଓ ସଫଳତା ଦିଗରେ ଧାବମାନ ହେଉଥିବ। ମୁଁ ସେଇ ନାରୀମାନଙ୍କୁ ବିଲକୁଲ୍ ଭାଙ୍ଗିପଡ଼ିବାର ଦେଖିବି ନାହିଁ କାରଣ ମୁଁ ଚାହେଁ ସେଇ ନାରୀ ଉପରୁ ନୁହେଁ ଭିତରୁ ଏକଦମ୍ ଗମ୍ଭୀର ଓ ମଜବୁତ୍ ରହୁ କିନ୍ତୁ କେବେ ହାର୍ ମାନିନଯାଉ; ତଥାପି ନାରୀ କାହିଁକି ନିଜକୁ ଏକା ମନେ କରେ? କାହିଁକି ଏତେ ଗହଳିଭିତରେ ନିଜକୁ ହଜାଇପାରେନି.... କାହିଁକି ଏତେ ନିଜର ପରିଜନ ଭିତରେ ସେ କାହାର ନିଜର ହୋଇପାରେନି.... ଜନ୍ମ ହେବାପରଠାରୁ, ବାପା, ମାଆ, ଝିଅକୁ ଗୋଟିଏ କଥା ଶିଖେଇ ବୁଝେଇ ଥାଆନ୍ତି କି, ତୁ! ସମସ୍ତଙ୍କ ସହିତ ମିଶିକି ଚଳିବୁ, ପରକୁ ଆପଣାର କରିବୁ, ଅନ୍ୟମାନଙ୍କ ପାଇଁ ନିଜକୁ ଦୀପ ଭଳି ଜାଳିଦେବୁ ହେଲେ କେବେବି କହିନଥାନ୍ତି ସେ ନିଜ ପାଇଁ କେମିତି ବଞ୍ଚିବ ନା ନିଜ ବଞ୍ଚିବାର ସରଳ ତରିକା ହେଲେ, ସେଇ ନାରୀ ପାଇଁ ଏ ସମାଜ କେତେ ନୀତି ନିୟମ କାନୁନ୍ ତିଆରିଛି ସେ ସବୁକୁ ମାନିବାକୁ ସେ ବାଧ୍ୟ ହୋଇ ଆସିଥାଏ ମାଆ ପେଟରୁ ନ ହେଲେ ସେ ଝିଅ ପଦବଚ୍ୟ ନୁହେଁ!!!
ଯଦି ଏପରି କଥା ସମାଜର ରୀତିନୀତି ତେବେ ମୁଁ ତ ନିଶ୍ଚିତ ସେଇ ନାରୀକୁ କାନେ କାନେ ବୁଝାଇବିକି ସେ ନିଜକୁ ଦୃଢ଼ କରିବା ଶିଖୁ କାହିଁକି କାହା ପାଖରେ ସେ ଉପଲବ୍ଧ ହେବ ବରଂ ଅନେକଙ୍କ ପାଖରେ ଦୁଲ୍ଲଭ ହେବା ଦରକାର କାରଣ ଯେଉଁ ଜିନିଷ ସହଜ ଓ ଶସ୍ତାରେ ମିଳିଯାଏ ତାହା ସମସ୍ତଙ୍କ ପାଖରେ ମୂଲ୍ୟହୀନ ହୋଇପଡେ କଥାଟାକୁ ଗୋଟିଏ ଛୋଟ ଗପ ଜରିଆରେ ମୁଁ ସ୍ପଷ୍ଟ କରିଦେବାକୁ ଚାହିଁବି ସେଇଟା ମୋ ଭଉଣୀ କି ମୋ ମାଆ ଅଥବା ସେଇଟା ଆପଣଙ୍କ ଝିଅ ହେଉକି ଅନ୍ୟ କେଉଁ ନାରୀ, ନିଜର ପରିବାରଠାରୁ ଯାହା ସେ ଶିଖିଥାଏ ସେଇଟାକୁ ଆମେ ତା'ର ପୈତ୍ରିକ ସମ୍ପତ୍ତି ବା ଜ୍ଞାନ ବୋଲି କହିପାରିବା କିଛି ସମ୍ପତ୍ତିକୁ ଆମେ ଧନ ଅର୍ଥରେ ବୁଝିଥାଉ କିନ୍ତୁ ନାରୀ କ୍ଷେତ୍ରରେ ବା ବ୍ୟକ୍ତି ବିଶେଷଷଙ୍କ କ୍ଷେତ୍ରରେ ତାହାକୁ ଆମେ ତା' ଚରିତ୍ରରେ ନିଭାଉଥିବା ପ୍ରତ୍ୟେକ ଗୁଣ ବା ଲକ୍ଷଣ ଗୁଡ଼ିକୁ ନିଶ୍ଚିତ ପକ୍ଷେ ବ୍ୟକ୍ତିଗତ ସମ୍ପତ୍ତି ଅର୍ଥରେ ନେଇପାରିବା କାରଣ ପ୍ରତ୍ୟେକ ବ୍ୟକ୍ତିର ସବୁଠୁ ବଡ ସମ୍ପତ୍ତି ହେଉଛି ତା'ର ଚରିତ୍ରବତ୍ତା ମଣିଷ ତା'ର ଜୀବନକାଳ ମଧ୍ୟରେ ଖୁବ୍ ଉଚ୍ଚକୁ ଯିବାକୁ ହେଲେ ଅନେକଗୁଡ଼ିଏ ଦିଗ ପ୍ରତି ସଜାଗ ହେବାକୁ ପଡେ କି ପ୍ରଥମେ ନିଜକୁ ପ୍ରାଥମିକତା ଦିଅନ୍ତୁ (priorities of yourself) ଆତ୍ମ ସମ୍ମାନକୁ ବଜାୟ ରଖନ୍ତୁ ଭାବପ୍ରବଣତାକୁ ନିୟନ୍ତ୍ରଣ ରଖନ୍ତୁ ( emotional control) ବହୁତ୍ କିଛି କଥାରେ ନୀରବତ୍ତା ପୋଷଣ କରନ୍ତୁ (Be silent) ବିକଳ୍ପ ହୁଅନ୍ତୁ ନାହିଁ (Do be an option) ବରଂ ବିରଳ ହୁଅନ୍ତୁ ( Be rare) ଗପ - ସେତେବେଳେ ସୋନାକ୍ଷୀ ବୁଝିଥିଲା ଭଲପାଇବା ବା ନିଜରପଣିଆ ଏ ଦୁଇଟା ଗୋଟିଏ କଥା। ଯେତେବେଳେ ଯାହାକୁବି ସେ ଅନ୍ଧଭାବେ ବିଶ୍ଵାସ କରୁଥିଲା। ସମସ୍ତଙ୍କୁ ସମୟ ଦେଉଥିଲା ରାତି ହେଉ କି ଦିନ ସେଥିକି ତାକୁ ଫରକ୍ ପଡୁନଥିଲା, ସେ ସବୁବେଳେ ନିଜକୁ ଅନ୍ୟମାନଙ୍କ ପାଇଁ ବ୍ୟସ୍ତ ରଖୁଥିଲା ଏବଂ ସେ ଭାବୁଥିଲା ଏ ସମଗ୍ର ପୃଥିବୀରେ ସମସ୍ତେ ତା'ର ଖୁବ୍ ନିଜର ଏବଂ ସେ ଯେମିତି ଭାବୁଛି ଠିକ୍ ସମସ୍ତେ ତାକୁ ସେହିପରି ଭାବରେ ବୁଝିବେ ଆଉ ଗ୍ରହଣ କରିବେ, ହଠାତ୍ ଦିନେ ସୋନାକ୍ଷୀର ଦେହ ଖରାପ ହୋଇଗଲା, ସେ ଦିନେ ଦୁଇଦିନ ବିଛଣାରେ ପଡ଼ିରହିଲା ଅଥଚ ତା' ବିଷୟରେ କେହିବି କିଛି ଖୋଜ୍ ଖବର ନେଲେ ନାହିଁକି କେହିବି ତା'ର ଉପସ୍ଥିତି ଆଉ ସାକ୍ଷାତକୁ ପ୍ରତୀକ୍ଷା ରଖିଲେ ନାହିଁ ସୋନାକ୍ଷୀ ମନେ ମନେ ବହୁତ୍ କିଛି ଖୋଜୁଥିଲା ଆଉ ଅନେକ ବ୍ୟକ୍ତିଙ୍କର ବ୍ୟକ୍ତିଗତ ସମସ୍ୟାମାନଙ୍କୁ ମନେପକାଉଥିଲା ଆଉ ସେଇ ପରିସ୍ଥିତିରେ ଥାଇବି ସେ ହିସାବ କରୁଥିଲା କିପରି ଅନ୍ୟମାନଙ୍କର ଖରାପ ସମସ୍ୟାଗୁଡ଼ିକ ଆଲୌକିକ ଭାବରେ ସମାଧାନ ହେଇପାରନ୍ତାକି ଅଥଚ ସେପରି କାହିଁକିବା ହେବ? ଏବେତ ସୋନାକ୍ଷୀକୁ ବୁଝିବାର ଆଉ ଆଖି ଖୋଲିବାର ପ୍ରକୃତ ସମୟ ଆସିଯାଇଛି। ହଠାତ୍ ସେ ବିଛଣାରୁ ଉଠିଯାଇ ବାତାୟନ ଖୋଲି ବାହାରକୁ ଦେଖିଲା ଆଉ ଖୁବ୍ ଜୋର୍ ରେ କାନ୍ଦିବାକୁ ଲାଗିଲା, ସେଇ ମୂହୁର୍ତ୍ତରେ ଏମିତି ଅନୁଭବ ହେଲା ଯେମିତି ଏ ଦୁନିଆରେ ସବୁଠୁ ସେ ଏକା ଅଛି, ତା' ଚାରିପାଖରେ ଖାଲି ଶୂନ୍ୟତା ବିରାଜମାନ କରୁଛି, ଆହୁରୀ ମଧ୍ୟ ଅନୁଭବ କଲା, ସତସତିକା ସେ ଭଲପାଇବା ଆଉ ନିଜରପଣିଆ ଭିତରେ କେତେ ବ୍ୟକ୍ତି ବିଶେଷମାନଙ୍କୁ ପାଇ ପୁଣି ହରେଇବାର ଅନୁସୂଚନା ଗୁଡ଼ିକ କିପରି ତାକୁ ପ୍ରଶ୍ନ ଓ ଉତ୍ତର ଭିତରେ ଅଣନିଃଶ୍ବାସୀ କରିପକାଉଛନ୍ତି। ବୋଧହୁଏ ସେ ଏବେ ନିଜକୁ ପ୍ରାଥମିକତା ଦେବା ଆରମ୍ଭ କରିଦେବ ଆଉ କେବେ କାହାର option ହେବ ନାହିଁ ବରଂ rare ହେବ ଆଉ ସବୁବେଳେ silent ରହିବ ଏବଂ ନିଜର emotion କୁ control କରିବ ଆହୁରୀ ମଧ୍ଯ ନିଜର ସୀମାରେଖାରେ ରହି ଅନ୍ୟମାନଙ୍କ ପାଖରେ self respect କୁ ବଜାୟ ରଖିବ ଯାହାଦ୍ଵାରା ତାକୁ କେବେ ଅନୁଭବ ହେବନାହିଁ ବା ସେ କେବେ ନିଜକୁ ପ୍ରଶ୍ନ କରିବନି " ତଥାପି ଏକା ମୁଁ କାହିଁକି" ???

ଶାନ୍ତିଲତା ସାହୁ (ସୋନମ୍)
ଫୋନ୍ -୬୩୭୧୦୭୯୪୧୨
ଭୁବନେଶ୍ଵର - ୦୨

ଖଣ୍ଡାଧାର ନିଉଜ ସୌଜନ୍ୟ।

46
1767 views

Comment