logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

"ମା"- ସୁଶ୍ରୀ ପ୍ରଦନ୍ୟା ମହାନ୍ତ ଙ୍କ ଦ୍ଵାରା ରଚିତ କବିତା।

"ମା "
- ସୁଶ୍ରୀ ପ୍ରଦନ୍ୟା ମହାନ୍ତ

ମାଆ ଆମକୁ ପାଳିଛି କେତେ
ସେନେହ ଶରଧା ଦେଇ
ସେହି ଶରଧା ହଜିଗଲେ ପାଇବୁକି ତୁ ଭାଇ ?
ମାଆ ଆମକୁ ଖୁଆଇ ଦିଏ ଚାନ୍ଦ, ତାରା ଦେଖାଇ
ତା' ହାତରୁ ଖାଉ ଆମେ ସୁଖ ଆନନ୍ଦ ନେଇ।
ମାଆ କୋଳରେ କେତେ ଆନନ୍ଦ
ଆମକୁ ମିଳୁ ଥାଇ
ଆଉ କା'କୋଳେ ସେ ଆନନ୍ଦ
ଖୋଜିଲେ କି ମିଳଇ ?
ମାଆ ଆମକୁ ଶୁଆଇ ଦିଏ
ଗୀତ ଗାଇ ଗାଇ
ସେହି ନିଦ ହଜିଗଲେ
ପାଇବୁ କି ତୁ ଭାଇ ?
ମାଆ ସହେ ଆମ ପାଇଁ
କେତେ ଜାତନା ସତେ
ତାହାରି ବିନା ନାହିଁ ଆମର
ସତ୍ତା ଏହି ଜଗତେ ।
ଧନ୍ୟ ସେହି କରୁଣାମୟୀ ଆମ ଜନନୀ ମାଆ
ତା' ପାଦ ପଦ୍ମେ ଜୀବନ ଯାକ
ତୁ ପୂଜୁ ଥାଆ ll

ସୁଶ୍ରୀ ପ୍ରଦନ୍ୟା ମହାନ୍ତ,ଚତୁର୍ଥ ଶ୍ରେଣୀ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରହ୍ମପୁର କରଞ୍ଜିଆ, କରଞ୍ଜିଆ, କେନ୍ଦୁଝର -୭୫୮୦୪୪

ଖଣ୍ଡାଧାର ନିଉଜ ସୌଜନ୍ୟ।

12
1221 views

Comment